ପିସ୍ତଲ' ପାଣ୍ଡେଙ୍କ ଜାମିନ୍‌ ଆବେଦନ ଖାରଜ

ନୂଆଦିଲ୍ଲୀ: ସର୍ବସମ୍ମୁଖରେ ବନ୍ଧୁକ ଦେଖାଇ ଗୁଣ୍ଡାଗିରି କରୁଥିବା ବିଏସ୍‌ପି ନେତା ତଥା ପୂର୍ବତନ ସାଂସଦ ରାକେଶ ପାଣ୍ଡେଙ୍କ ପୁଅ ପିସ୍ତଲ ପାଣ୍ଡେ ଓରଫ୍‌ ଆଶିଷ ପାଣ୍ଡେଙ୍କ ଜାମିନ୍‌ ଆବେଦନ ଆଜି ଖାରଜ ହୋଇଯାଇଛି। ଦିଲ୍ଲୀର ଏକ କୋର୍ଟ ତାଙ୍କ ଜାମିନ୍‌ ଆବେଦନକୁ ଖାରଜ କରିବା ସହ ସୋମବାର ଯାଏ ଆଶିଷଙ୍କୁ ଜେଲ୍‌ ହାଜତକୁ ପଠାଇ ଦେଇଛନ୍ତି। ପାଣ୍ଡେ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲ୍‌ରେ ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପିସ୍ତଲ ଦେଖାଇ ଜୀବନରୁ ମାରିଦେବାକୁ […]

pinkpantsgun_770x433_1_0_1_0

Hemant Lenka
  • Published: Friday, 19 October 2018
  • , Updated: 19 October 2018, 07:55 PM IST

ନୂଆଦିଲ୍ଲୀ: ସର୍ବସମ୍ମୁଖରେ ବନ୍ଧୁକ ଦେଖାଇ ଗୁଣ୍ଡାଗିରି କରୁଥିବା ବିଏସ୍‌ପି ନେତା ତଥା ପୂର୍ବତନ ସାଂସଦ ରାକେଶ ପାଣ୍ଡେଙ୍କ ପୁଅ ପିସ୍ତଲ ପାଣ୍ଡେ ଓରଫ୍‌ ଆଶିଷ ପାଣ୍ଡେଙ୍କ ଜାମିନ୍‌ ଆବେଦନ ଆଜି ଖାରଜ ହୋଇଯାଇଛି। ଦିଲ୍ଲୀର ଏକ କୋର୍ଟ ତାଙ୍କ ଜାମିନ୍‌ ଆବେଦନକୁ ଖାରଜ କରିବା ସହ ସୋମବାର ଯାଏ ଆଶିଷଙ୍କୁ ଜେଲ୍‌ ହାଜତକୁ ପଠାଇ ଦେଇଛନ୍ତି।

ପାଣ୍ଡେ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲ୍‌ରେ ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପିସ୍ତଲ ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏହାର ଭିଡିଓ ଭାଇରାଲ୍‌ ହେବା ପରେ ପୁଲିସ୍‌ ଆର୍ମସ ଆକ୍ଟରେ ମାମଲା ରୁଜୁ କରି ପାଣ୍ଡେଙ୍କୁ ଗିରଫ କରିଥିଲା। ବୁଧବାର ପୁଲିସ୍‌ ତାଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲା। କୋର୍ଟ ଆଶିଷଙ୍କୁ ଗୁରୁବାର ଯାଏ ପୁଲିସ୍‌ ହେପାଜତକୁ ପଠାଇ ଦେଇଥିଲେ।

Related story