ରାମ ରହିମର ଅନୁଗାମୀ ମହିନ୍ଦରକୁ ପଟିଆଲା ଜେଲ୍‌ରେ ହତ୍ୟା

ପଟିଆଲା: ଭଣ୍ଡ ଧର୍ମଗୁରୁ ଗୁରୁମିତ ରାମ ରହିମ୍‌ର ଅନୁଗାମୀ ତଥା ବରଗରି ଧର୍ମଦ୍ରୋହ ମାମଲାର ମୁଖ୍ୟ ଅଭିଯୁକ୍ତ ମହିନ୍ଦର ପାଲ ସିଂହ ବିଟ୍ଟୁକୁ ପଟିଆଲା ଜେଲ୍‌ ଭିତରେ ହତ୍ୟା କରାଯାଇଛି। ଜେଲ୍‌ର ୨ ଜଣ ଅନ୍ତେବାସୀ ତାକୁ ଜେଲ୍‌ ଭିତରେ ଶନିବାର ଅପରାହ୍ଣ ୫ଟାରେ ହତ୍ୟା କରାଯାଇଛି। ତା’କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଫରିଦ୍‌କୋଟ୍‌ ବାସିନ୍ଦା ମହିନ୍ଦରକୁ ଜେଲ୍‌ ଭିତରେ ଗୁରୁସେବକ ସିଂହ ଏବଂ ମନିନ୍ଦର ସିଂହ […]

patiala

Subrat Kumar Nayak
  • Published: Sunday, 23 June 2019
  • , Updated: 23 June 2019, 12:17 AM IST

ପଟିଆଲା: ଭଣ୍ଡ ଧର୍ମଗୁରୁ ଗୁରୁମିତ ରାମ ରହିମ୍‌ର ଅନୁଗାମୀ ତଥା ବରଗରି ଧର୍ମଦ୍ରୋହ ମାମଲାର ମୁଖ୍ୟ ଅଭିଯୁକ୍ତ ମହିନ୍ଦର ପାଲ ସିଂହ ବିଟ୍ଟୁକୁ ପଟିଆଲା ଜେଲ୍‌ ଭିତରେ ହତ୍ୟା କରାଯାଇଛି। ଜେଲ୍‌ର ୨ ଜଣ ଅନ୍ତେବାସୀ ତାକୁ ଜେଲ୍‌ ଭିତରେ ଶନିବାର ଅପରାହ୍ଣ ୫ଟାରେ ହତ୍ୟା କରାଯାଇଛି। ତା'କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ଫରିଦ୍‌କୋଟ୍‌ ବାସିନ୍ଦା ମହିନ୍ଦରକୁ ଜେଲ୍‌ ଭିତରେ ଗୁରୁସେବକ ସିଂହ ଏବଂ ମନିନ୍ଦର ସିଂହ ନାମକ ଦୁଇଜଣ ଅପରାଧୀ ହତ୍ୟା କରିଛନ୍ତି। ଏହି ଦୁଇ ଜଣ ଏକ ହତ୍ୟା ମାମଲାରେ ଜେଲ ଦଣ୍ଡ ଭୋଗୁଛନ୍ତି। ସେ ରାମ ରହିଁମର ଡେରା ସଚ୍ଚା ସୌଦାର ଏକ ୪୫ ଜଣିଆ ଗୋଷ୍ଠୀର ସଦସ୍ୟ ଥିଲେ ଏବଂ ଗୁରୁମିତ ରାମ ରହିମ୍‌ ଗିରଫ ହେବା ପରେ ପଞ୍ଚକୁଲାଠାରେ ହୋଇଥିବା ହିଂସାକାଣ୍ଡରେ ଗିରଫ ହୋଇଥିବା୧୫୦ ଜଣଙ୍କ ମଧ୍ୟରେ ସେ ଅନ୍ୟତମ ଥିଲା।

୩ ବର୍ଷ ତଳେ ପବିତ୍ର ଗୁରୁ ଗ୍ରନ୍ଥ ସାହିବ୍‌କୁ ଅପବିତ୍ର କରିବା ଭଳି ଧର୍ମଦ୍ରୋହ ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ। ବୁର୍ଜ ଜୱାହର ସିଂହ ୱାଲା ଠାରେ ଥିବା ଏକ ଗୁରୁଦ୍ୱାରାରୁ ଗରୁ ଗ୍ରନ୍ଥ ସାହିବ୍‌ ଚୋରି ହୋଇଯାଇଥିଲା ଏବଂ ପରେ ବରଗରି ଗାଁରେ ତିବା ଗୁରୁଦ୍ୱାରା ସାମ୍ନାରୁ ଚିରା ଯାଇଥିବା ପବିତ୍ର ଗ୍ରନ୍ଥ ମିଳିଥିଲା। ଏହାକୁ ନେଇ ରାଜ୍ୟବ୍ୟାପୀ ଉତ୍ତେଜନା ପ୍ରକାଶ ପାଇଥିଲା।

Related story