ବିଶ୍ୱରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ସର୍ବାଧିକ

ନ୍ୟୁୟର୍କ: ସାରା ବିଶ୍ୱରେ ଭାରତୀୟଙ୍କ ଉପସ୍ଥିତି ସବୁଠୁ ଅଧିକ। ସାରା ବିଶ୍ୱରେ ଏବେ ୧୭.୫ ନିୟୁତ ପ୍ରବାସୀ ଭାରତୀୟ ରହିଥିବା ବେଳେ ମୋଟ୍ ପ୍ରବାସୀଙ୍କ ସଂଖ୍ୟା ହେଉଛି ୨୭୨ ନିୟୁତ। ଜାତିସଂଘର ଆର୍ଥିକ ଏବଂ ସାମାଜିକ ମାମଲା ବିଭାଗ ଏହି ସୂଚନା ଦେଇଛି। ସମସ୍ତ ଦେଶର ପ୍ରବାସୀଙ୍କ ବୟସ, ଲିଙ୍ଗ ଆଦିକୁ ନେଇ ଏହି ତାଲିକା ପ୍ରସ୍ତୁତ ହୋଇଛି। ଭାରତ ପରେ ଦ୍ୱିତୀୟରେ ୧୧.୮ ନିୟୁତ ସହ ମେକ୍ସିକୋ ରହିଛି। ତୃତୀୟରେ ୧୦.୭ ନିୟୁତ ସହ ଚାଇନା, […]

population

Subhransu Sekhar
  • Published: Wednesday, 18 September 2019
  • , Updated: 18 September 2019, 04:20 PM IST

ନ୍ୟୁୟର୍କ: ସାରା ବିଶ୍ୱରେ ଭାରତୀୟଙ୍କ ଉପସ୍ଥିତି ସବୁଠୁ ଅଧିକ। ସାରା ବିଶ୍ୱରେ ଏବେ ୧୭.୫ ନିୟୁତ ପ୍ରବାସୀ ଭାରତୀୟ ରହିଥିବା ବେଳେ ମୋଟ୍ ପ୍ରବାସୀଙ୍କ ସଂଖ୍ୟା ହେଉଛି ୨୭୨ ନିୟୁତ। ଜାତିସଂଘର ଆର୍ଥିକ ଏବଂ ସାମାଜିକ ମାମଲା ବିଭାଗ ଏହି ସୂଚନା ଦେଇଛି। ସମସ୍ତ ଦେଶର ପ୍ରବାସୀଙ୍କ ବୟସ, ଲିଙ୍ଗ ଆଦିକୁ ନେଇ ଏହି ତାଲିକା ପ୍ରସ୍ତୁତ ହୋଇଛି।

ଭାରତ ପରେ ଦ୍ୱିତୀୟରେ ୧୧.୮ ନିୟୁତ ସହ ମେକ୍ସିକୋ ରହିଛି। ତୃତୀୟରେ ୧୦.୭ ନିୟୁତ ସହ ଚାଇନା, ଚତୁର୍ଥରେ ୧୦.୫ ନିୟୁତ ସହ ରୁଷିଆ, ପଞ୍ଚମରେ ୮.୨ ନିୟୁତ ସହ ସିରିଆ, ୭.୮ ନିୟୁତ ସହ ଷଷ୍ଠରେ ବାଂଲାଦେଶ, ୬.୩ ନିୟୁତ ସହ ସପ୍ତମରେ ପାକିସ୍ତାନ, ୫.୯ ନିୟୁତ ସହ ଅଷ୍ଟମରେ ୟୁକ୍ରେନ୍, ୫.୪ ନିୟୁତ ସହ ନବମ ସ୍ଥାନରେ ଫିଲିପ୍ପାଇନ୍ସ ଏବଂ ୧୦ମ ସ୍ଥାନରେ ୫.୧ ନିୟୁତ ସହ ଆଫଗାନିସ୍ତାନ।

Related story