ୱାଶିଂଟନ: ଆମେରିକାର ସୁରକ୍ଷା ପରାମର୍ଶଦାତା ସୁସେନ ରାଇସ୍ ଭାରତୀୟ ପ୍ରତିପକ୍ଷ ଅଜିତ ଡୋଭାଲଙ୍କୁ ଫୋନ କରି ଉରୀ ଆତଙ୍କୀ ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି,“ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ଆତଙ୍କୀ ଘୋଷଣା କରାଯାଇଥିବା ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କୁ ନିପାତ କରିବାକୁ ପାକିସ୍ତାନ ପଦକ୍ଷେପ ନେବ ବୋଲି ହ୍ୱାଇଟ୍ ହାଉସ୍ ଆଶା ରଖିଛି।”
ଜାତୀୟ ସୁରକ୍ଷା ପରିଷଦ ପ୍ରବକ୍ତା ନେଡ ପ୍ରାଇସ୍ କହିଛନ୍ତି,“ଲଶ୍କର-ଏ-ତୋଏବା, ଜୈଶ-ଏ-ମହମ୍ମଦ ସମେତ ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ଆତଙ୍କୀ ଘୋଷିତ ଗୋଷ୍ଠୀ, ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆମ ଦାବିକୁ ରାଇସ୍ ସମର୍ଥନ କରିଛନ୍ତି।
ପ୍ରାଇସ୍ ଆହୁରି କହିଛନ୍ତି,“ସାରା ଦୁନିଆରେ ଆତଙ୍କୀ କାର୍ଯ୍ୟକଳାପ ଚଳାଇଥିବା ବ୍ୟକ୍ତି ଓ ଗୋଷ୍ଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୁଇଗୁଣା କରିବାକୁ ଆମର ପ୍ରୟାସ ପ୍ରତି ରାଷ୍ଟ୍ରପତି ବାରକ୍ ଓବାମାଙ୍କ ସମର୍ଥନ ରହିଥିବା ରାଇସ୍ କହିଛନ୍ତି।”