ଆର୍ଥିକ ଅନିୟମିତତା ମାମଲା: କୋର୍ଟରେ ଉଦ୍ୟୋଗପତି ୟଶ୍ ବିର୍ଲାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ଉଦ୍ୟୋଗପତି ୟଶ୍ ବିର୍ଲାଙ୍କୁ ଦିଲ୍ଲୀର ସାକେତ୍ କୋର୍ଟରୁ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଆର୍ଥିକ ଅନିୟମିତତା ମାମଲା ଚାଲିଛି। ଏହି ମାମଲାର ଶୁଣାଣି କରିବା ପାଇଁ କୋର୍ଟ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କହିଥିଲେ। କିନ୍ତୁ ତାଙ୍କ ଓକିଲ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ନ ହେବା ଲାଗି ଅନୁମତି ଦେବାକୁ ଆବେଦନ କରିଥିଲେ। ଯାହାକୁ କୋର୍ଟ ଗ୍ରହଣ କରିନେଇଛନ୍ତି। ୟୁନିସେଫର ଜଣେ ମହିଳା ଅଧିକାରୀ ରେଣୁ ଘୋଷ […]

yash-birla

Rakesh Mallick
  • Published: Friday, 11 December 2015
  • , Updated: 11 December 2015, 02:09 PM IST

ନୂଆଦିଲ୍ଲୀ: ଉଦ୍ୟୋଗପତି ୟଶ୍ ବିର୍ଲାଙ୍କୁ ଦିଲ୍ଲୀର ସାକେତ୍ କୋର୍ଟରୁ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଆର୍ଥିକ ଅନିୟମିତତା ମାମଲା ଚାଲିଛି। ଏହି ମାମଲାର ଶୁଣାଣି କରିବା ପାଇଁ କୋର୍ଟ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କହିଥିଲେ। କିନ୍ତୁ ତାଙ୍କ ଓକିଲ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ନ ହେବା ଲାଗି ଅନୁମତି ଦେବାକୁ ଆବେଦନ କରିଥିଲେ। ଯାହାକୁ କୋର୍ଟ ଗ୍ରହଣ କରିନେଇଛନ୍ତି।

ୟୁନିସେଫର ଜଣେ ମହିଳା ଅଧିକାରୀ ରେଣୁ ଘୋଷ ୟଶଙ୍କ ବିରୋଧରେ ଆର୍ଥିକ ଅପରାଧ ଅଭିଯୋଗ କରିଥିଲେ। ଏହି ମାମଲାରେ ୧୫ଜଣ ଅଭିଯୁକ୍ତ ଅଛନ୍ତି। ଯେଉଁଥିରେ ୟଶ୍ ବିର୍ଲା, ତାଙ୍କ କମ୍ପାନୀର ୨ ଜଣ ଡାଇରେକ୍ଟର, ବିର୍ଲାଙ୍କ ଦୁଇ କମ୍ପାନୀର ବିର୍ଲା ପାୱାର ସଲ୍ୟୁସନ୍ ଓ ଜେନଥ୍ ବିର୍ଲା ସାମିଲ ଅଛି।

ରେଣୁ ଘୋଷ ଅଭିଯୋଗ କରିଥିଲେ ଯେ, ୟଶ୍ ବିର୍ଲାଙ୍କ ଦୁଇଟି କମ୍ପାନୀରେ ସେ ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କା ନିବେଶ କରିଥିଲେ। ମାତ୍ର କମ୍ପାନୀ ପରବର୍ତ୍ତୀ ମୁହୁର୍ତ୍ତରେ ଟଙ୍କା ଫେରାଇ ନ ଥିଲା। କମ୍ପାନୀ ତାଙ୍କ ଟଙ୍କା ଦେବାକୁ ଚାହିଁ ନ ଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏପଟେ କମ୍ପାନୀ କର୍ତ୍ତୃପକ୍ଷ ରେଣୁଙ୍କ ସମସ୍ତ ଟଙ୍କା ଦିଆଯାଇଥିବା କୋର୍ଟରେ କହିଛନ୍ତି।

ଏହି ମାମଲାର ଆଗାମୀ ଶୁଣାଣି  ୧୫ ଫେବୃୟାରୀ ୨୦୧୬ରେ ହେବ।

Related story