ଏଟିଏମ୍‌ କାଉଣ୍ଟରରେ ପହଁଞ୍ଚିଲେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଟଙ୍କା ପାଇଁ  ଲାଇନ୍‌ରେ ଛିଡ଼ା ହେଉଥିବା ଲୋକମାନଙ୍କୁ ଭେଟିବା ପାଇଁ ଆଜି ସକାଳେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଦିଲ୍ଲୀର ଜାହାଙ୍ଗୀରପୁର ଅଞ୍ଚଳରେ ଥିବା ଏଟିଏମ୍‌ରେ ପହଁଞ୍ଚିଥିଲେ। ଏହାପରେ ସେ ଇନ୍ଦ୍ରଲୋକ, ଆନନ୍ଦ ପର୍ବତ, ଆଜାଦ୍‌ ମାର୍କେଟ୍‌ ଅଞ୍ଚଳରେ ଥିବା ଏଟିଏମ୍‌ ସେଣ୍ଟର ପାଖରେ ପହଁଞ୍ଚି ଟଙ୍କା ପାଇଁ ଲାଇନରେ ଥିବା ଲୋକମାନଙ୍କ ସହ କଥା ହୋଇଥିଲେ। ପୁରୁଣା ନୋଟ୍‌ ବନ୍ଦ ଆଜି ୧୪ ଦିନରେ ପହଁଞ୍ଚିଛି। ସଂସଦ ମାର୍ଗରେ ଅବସ୍ଥିତ ଭାରତୀୟ ଷ୍ଟେଟ୍‌ ‍ବ୍ୟାଙ୍କ୍‌ର […]

rahul-gandhi

Rakesh Mallick
  • Published: Monday, 21 November 2016
  • , Updated: 21 November 2016, 02:48 PM IST

ନୂଆଦିଲ୍ଲୀ: ଟଙ୍କା ପାଇଁ  ଲାଇନ୍‌ରେ ଛିଡ଼ା ହେଉଥିବା ଲୋକମାନଙ୍କୁ ଭେଟିବା ପାଇଁ ଆଜି ସକାଳେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଦିଲ୍ଲୀର ଜାହାଙ୍ଗୀରପୁର ଅଞ୍ଚଳରେ ଥିବା ଏଟିଏମ୍‌ରେ ପହଁଞ୍ଚିଥିଲେ। ଏହାପରେ ସେ ଇନ୍ଦ୍ରଲୋକ, ଆନନ୍ଦ ପର୍ବତ, ଆଜାଦ୍‌ ମାର୍କେଟ୍‌ ଅଞ୍ଚଳରେ ଥିବା ଏଟିଏମ୍‌ ସେଣ୍ଟର ପାଖରେ ପହଁଞ୍ଚି ଟଙ୍କା ପାଇଁ ଲାଇନରେ ଥିବା ଲୋକମାନଙ୍କ ସହ କଥା ହୋଇଥିଲେ। ପୁରୁଣା ନୋଟ୍‌ ବନ୍ଦ ଆଜି ୧୪ ଦିନରେ ପହଁଞ୍ଚିଛି।

ସଂସଦ ମାର୍ଗରେ ଅବସ୍ଥିତ ଭାରତୀୟ ଷ୍ଟେଟ୍‌ ‍ବ୍ୟାଙ୍କ୍‌ର ଏକ ଶାଖାରୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ପହଁଞ୍ଚି ସାଧାରଣ ଲୋକଙ୍କ ପରି ଲାଇନ୍‌ରେ ଛିଡ଼ା ହୋଇ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ବଦଳ କରିଛନ୍ତି। ଏପରି ପଦକ୍ଷେପ ପାଇଁ ସାଧାରଣ ଲୋକ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ସରକାର ବୁଝିପାରିବନି ବୋଲି କହିଛନ୍ତି। ଦିଲ୍ଲୀରେ ଦ୍ୱିତୀୟ ଥର ଲାଗି ରାହୁଲ ନୋଟ୍‌ ପ୍ରସଙ୍ଗରେ ଲୋକଙ୍କୁ ଭେଟିଛନ୍ତି। ପୂର୍ବରୁ ଗତ ୧୭ ତାରିଖରେ ସେ ଲୋକଙ୍କୁ ଭେଟି ଟଙ୍କା ଉଠାଣ ନେଇ ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ।

Related story