ଗୁଜରାଟରୁ ଦୁଇ ଆଇଏସ୍‌ଆଇଏସ୍‌ ସନ୍ଦିଗ୍ଧ ଗିରଫ

ସୁରତ: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଏଟିଏସ୍‌କୁ ଏକ ବଡ଼ ସଫଳତା ମିଳିଛି। ସୁରତରୁ ଏଟିଏସ୍‌ ଦୁଇ ଜଣ ସନ୍ଧିଗ୍ଧଙ୍କୁ ଗିରଫ କରିଛି। ଏମାନଙ୍କ ସମ୍ପର୍କ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ସହ ଥିବା ସନ୍ଦେହ କରାଯାଉଛି। ନିର୍ବାଚନ ସମୟରେ ଏମାନେ ବଡ଼ ଧରଣର ବିସ୍ଫୋରଣ କରିବା ଯୋଜନାରେ ଥିଲେ ବୋଲି ଗୁଇନ୍ଦା ବିଭାଗକୁ ଖବର ମିଳିଥିଲା। ଗିରଫ ଅଭିଯୁକ୍ତ ଦ୍ୱୟ ହେଳେ ୱବୋଦ ଏବଂ କାସିସ। ସୋସିଆଲ ମିଡିଆ ଜରିଆରେ ଏମାନେ ଆଇଏସ୍‌ଆଇଏସ୍‌ ସହ ସମ୍ପର୍କ ସ୍ଥାପନ […]

Rakesh Mallick
  • Published: Wednesday, 25 October 2017
  • , Updated: 25 October 2017, 11:05 PM IST

ସୁରତ: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଏଟିଏସ୍‌କୁ ଏକ ବଡ଼ ସଫଳତା ମିଳିଛି। ସୁରତରୁ ଏଟିଏସ୍‌ ଦୁଇ ଜଣ ସନ୍ଧିଗ୍ଧଙ୍କୁ ଗିରଫ କରିଛି। ଏମାନଙ୍କ ସମ୍ପର୍କ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ସହ ଥିବା ସନ୍ଦେହ କରାଯାଉଛି।

ନିର୍ବାଚନ ସମୟରେ ଏମାନେ ବଡ଼ ଧରଣର ବିସ୍ଫୋରଣ କରିବା ଯୋଜନାରେ ଥିଲେ ବୋଲି ଗୁଇନ୍ଦା ବିଭାଗକୁ ଖବର ମିଳିଥିଲା। ଗିରଫ ଅଭିଯୁକ୍ତ ଦ୍ୱୟ ହେଳେ ୱବୋଦ ଏବଂ କାସିସ।

ସୋସିଆଲ ମିଡିଆ ଜରିଆରେ ଏମାନେ ଆଇଏସ୍‌ଆଇଏସ୍‌ ସହ ସମ୍ପର୍କ ସ୍ଥାପନ କରିଥିଲେ। ଆତଙ୍କବାଦୀ ଅବଦୁଲ ଅଲ ଫୈଜଲ ପ୍ରତି ବହୁତ ପ୍ରଭାବିତ ହୋଇଥିଲେ ବୋଲି କୁହାଯାଉଛି।।

Related story