ବି.କେ ସିଂ ଓ ମୋହନ ଭାଗବତଙ୍କ ବିବାଦୀୟ ବୟାନକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ

ନୂଆଦିଲ୍ଲୀ: ରାଜ୍ୟସଭାରେ ଶୁକ୍ରବାର ବିଏସପି ସୁପ୍ରିମୋ ମାୟାବତୀ କେନ୍ଦ୍ରମନ୍ତ୍ରୀ ବି.କେ ସିଂଙ୍କ ବିବାଦୀୟ ବୟାନ ପ୍ରସଙ୍ଗ ଉଠାଇଥିଲେ। ଏହାକୁ ନେଇ ଗୃହରେ ହଟ୍ଟଗୋଳ ଦେଖାଯାଇଥିଲା। ବିରୋଧୀ ଦଳ ମାୟାବତୀଙ୍କୁ ସମର୍ଥନ କରି ବି.କେ ସିଂଙ୍କ ବିରୋଧରେ ନରାବାଜି କରିଥିଲେ। ସରକାର ତାଙ୍କୁ ବରଖାସ୍ତ କରନ୍ତୁ ବୋଲି ବିଏସପି ଓ କଂଗ୍ରେସ ସାଂସଦମାନେ ଦାବି କରିଥିଲେ। ସୂଚନାଯୋଗ୍ୟ, ହରିୟାଣାରେ ଦୁଇ ଦଳିତ ଶିଶୁକୁ ପୋଡ଼ି ମାରି ଦେବା ଘଟଣାରେ ଗତ ଅକ୍ଟୋବର ୨୨ରେ ବି.କେ ସିଂ କହିଥିଲେ ଯେ, […]

vk_singh

Rakesh Mallick
  • Published: Friday, 04 December 2015
  • , Updated: 04 December 2015, 09:25 AM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ଶୁକ୍ରବାର ବିଏସପି ସୁପ୍ରିମୋ ମାୟାବତୀ କେନ୍ଦ୍ରମନ୍ତ୍ରୀ ବି.କେ ସିଂଙ୍କ ବିବାଦୀୟ ବୟାନ ପ୍ରସଙ୍ଗ ଉଠାଇଥିଲେ। ଏହାକୁ ନେଇ ଗୃହରେ ହଟ୍ଟଗୋଳ ଦେଖାଯାଇଥିଲା। ବିରୋଧୀ ଦଳ ମାୟାବତୀଙ୍କୁ ସମର୍ଥନ କରି ବି.କେ ସିଂଙ୍କ ବିରୋଧରେ ନରାବାଜି କରିଥିଲେ। ସରକାର ତାଙ୍କୁ ବରଖାସ୍ତ କରନ୍ତୁ ବୋଲି ବିଏସପି ଓ କଂଗ୍ରେସ ସାଂସଦମାନେ ଦାବି କରିଥିଲେ।

ସୂଚନାଯୋଗ୍ୟ, ହରିୟାଣାରେ ଦୁଇ ଦଳିତ ଶିଶୁକୁ ପୋଡ଼ି ମାରି ଦେବା ଘଟଣାରେ ଗତ ଅକ୍ଟୋବର ୨୨ରେ ବି.କେ ସିଂ କହିଥିଲେ ଯେ, ଏହା ଏକ ପାରିବାରିକ ମାମଲା ଥିଲା। ପ୍ରତି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବା ଉଚିତ୍ ନୁହେଁ । ଯଦି କୁକୁରକୁ କୌଣସି ବ୍ୟକ୍ତି ପଥରରେ ଆକ୍ରମଣ କରେ ତା’ହେଲେ କେନ୍ଦ୍ର ସରକାର ଏଥିରେ କ’ଣ କରିପାରିବେ। ବି.କେ ସିଂଙ୍କ ଏହି ବୟାନକୁ ନେଇ ସେହି ସମୟରେ ମଧ୍ୟ ବିବାଦ ଲାଗି ରହିଥିଲା। ଏହାପରେ ସେ କହିଥିଲେ ଯେ, ତାଙ୍କ ବୟାନକୁ ଭୁଲ୍ ରୂପରେ ପରିବେଷଣ କରାଯାଇଛି।

ସେହିଭଳି ଆଜି ରାମ ମନ୍ଦିର ପ୍ରସଙ୍ଗରେ ମୋହନ ଭାଗବତ ବୟାନକୁ ନେଇ ମଧ୍ୟ ଗୃହରେ ହଟ୍ଟଗୋଳ ହୋଇଥିଲା। କୋଲକତାରେ ମୋହନ ଭାଗବତ କହିଥିଲେ ଯେ, ରାମ ମନ୍ଦିର ନିହାତି ନିର୍ମାଣ ହେବ। ଏଥିପାଇଁ ଜୀବନ ଦେବାକୁ ପ୍ରସ୍ତୁତ ରହିବା ଦରକାର।

Related story