କେନ୍ଦ୍ରମନ୍ତ୍ରୀ ବିକେ ସିଂହଙ୍କ ପତ୍ନୀଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ବି.କେ ସିଂହଙ୍କ ପତ୍ନୀଙ୍କୁ ହତ୍ୟା ଧମକ ଓ ବ୍ଲାକମେଲିଂ କରିବା ଅଭିଯୋଗରେ ଆଜି ତୁଗଲକାବାଦ ରୋଡ୍‌ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ୍‌  ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ଜଣେ ବ୍ୟକ୍ତି ବିକେ ସିଂହଙ୍କ ପତ୍ନୀଙ୍କୁ ଦୁଇ କୋଟି ଟଙ୍କା ମାଗିଥିଲା। ଟଙ୍କା ନ ଦେଲେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା। ଦୁର୍ବୃତ୍ତ ଜଣଙ୍କ ମନ୍ତ୍ରୀଙ୍କ ପତ୍ନୀଙ୍କ ବ୍ୟକ୍ତିଗତ ବାର୍ତ୍ତାଳପକୁ ରେକର୍ଡ କରିବା ସହିତ ଏହାକୁ ସାର୍ବଜନୀନ କରିବାକୁ […]

v.k.singh

Rakesh Mallick
  • Published: Wednesday, 17 August 2016
  • , Updated: 17 August 2016, 04:53 PM IST

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ବି.କେ ସିଂହଙ୍କ ପତ୍ନୀଙ୍କୁ ହତ୍ୟା ଧମକ ଓ ବ୍ଲାକମେଲିଂ କରିବା ଅଭିଯୋଗରେ ଆଜି ତୁଗଲକାବାଦ ରୋଡ୍‌ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ୍‌  ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ, ଜଣେ ବ୍ୟକ୍ତି ବିକେ ସିଂହଙ୍କ ପତ୍ନୀଙ୍କୁ ଦୁଇ କୋଟି ଟଙ୍କା ମାଗିଥିଲା। ଟଙ୍କା ନ ଦେଲେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା। ଦୁର୍ବୃତ୍ତ ଜଣଙ୍କ ମନ୍ତ୍ରୀଙ୍କ ପତ୍ନୀଙ୍କ ବ୍ୟକ୍ତିଗତ ବାର୍ତ୍ତାଳପକୁ ରେକର୍ଡ କରିବା ସହିତ ଏହାକୁ ସାର୍ବଜନୀନ କରିବାକୁ ମଧ୍ୟ ଧମକ ଦେଇଥିଲା।

ଏହା ଏକ ହାଇ ପ୍ରୋଫାଇଲ୍ ମାମଲା ହୋଇଥିବାରୁ ପୋଲିସ୍  ଏ ସମ୍ପର୍କରେ କୌଣସି ସୂଚନା ଦେଉ ନାହିଁ।

କେନ୍ଦ୍ର ମନ୍ତ୍ରୀଙ୍କ ପତ୍ନୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ପୁତୁରାଙ୍କର ଜଣେ ପରିଚିତ ବ୍ୟକ୍ତି ତାଙ୍କ ବ୍ଲାକମେଲିଂ କରିବା ଉଦ୍ଦେଶ୍ୟରେ ତାଙ୍କର ବ୍ୟକ୍ତିଗତ ବାର୍ତ୍ତାଳାପଗୁଡ଼ିକୁ ରେକର୍ଡ କରି ନେଇଛି। ତା ନାଁ ପ୍ରଦୀପ। ସେ ଗୁଡ଼ଗାଁଓରେ ରହେ।

Related story