ଦିନକ ପରେ ‘ବାବା ରାମ ରହିମ’ ବଳାତ୍କାର ମାମଲାର ରାୟ: ସମର୍ଥକଙ୍କ ଭୟରେ ଥରହର ପୋଲିସ, ପଞ୍ଜାବ ଓ ହରିୟାନାରେ ହାଇଆଲର୍ଟ

ଚଣ୍ଡିଗଡ଼: ବାବାଙ୍କ ପାଇଁ ହରଡ଼ଘଣାରେ ଦୁଇ ରାଜ୍ୟ ସରକାର ।  ବିବାଦୀୟ ଧର୍ମଗୁରୁ ଗୁରୁମିତ୍‌ ରାମ ରହିମ ସିଂଙ୍କୁ ନେଇ ଚିନ୍ତାରେ ପ୍ରଶାସନ। ଏକ ବଳାତ୍କାର ମାମଲାରେ  ଫସିଥିବା ରାମ ରହିମଙ୍କୁ ନେଇ ଆସନ୍ତା ୨୫ରେ ସିବିଆଇ କୋର୍ଟରେ ରାୟ ପ୍ରକାଶ ପାଇବାକୁ ଥିବା ବେଳେ ଏବେଠାରୁ ତାଙ୍କ ଅନୁଗତମାନେ ଏକଜୁଟ ହେବାରେ ଲାଗିଲେଣି। ବାବାଙ୍କ ସପକ୍ଷରେ ହଜାର ହଜାର ଅନୁଗତ ମେଳିହେଲେଣି।  ଡେରା ସଚ୍ଚା ସୌଦା ନାମକ ଏକ ଧର୍ମୀୟ ସଙ୍ଗଠନର ମୁଖ୍ୟ ହେଉଛନ୍ତି ରାମ […]

p23

Rakesh Mallick
  • Published: Wednesday, 23 August 2017
  • , Updated: 23 August 2017, 08:27 PM IST

ଚଣ୍ଡିଗଡ଼: ବାବାଙ୍କ ପାଇଁ ହରଡ଼ଘଣାରେ ଦୁଇ ରାଜ୍ୟ ସରକାର ।  ବିବାଦୀୟ ଧର୍ମଗୁରୁ ଗୁରୁମିତ୍‌ ରାମ ରହିମ ସିଂଙ୍କୁ ନେଇ ଚିନ୍ତାରେ ପ୍ରଶାସନ। ଏକ ବଳାତ୍କାର ମାମଲାରେ  ଫସିଥିବା ରାମ ରହିମଙ୍କୁ ନେଇ ଆସନ୍ତା ୨୫ରେ ସିବିଆଇ କୋର୍ଟରେ ରାୟ ପ୍ରକାଶ ପାଇବାକୁ ଥିବା ବେଳେ ଏବେଠାରୁ ତାଙ୍କ ଅନୁଗତମାନେ ଏକଜୁଟ ହେବାରେ ଲାଗିଲେଣି। ବାବାଙ୍କ ସପକ୍ଷରେ ହଜାର ହଜାର ଅନୁଗତ ମେଳିହେଲେଣି।  ଡେରା ସଚ୍ଚା ସୌଦା ନାମକ ଏକ ଧର୍ମୀୟ ସଙ୍ଗଠନର ମୁଖ୍ୟ ହେଉଛନ୍ତି ରାମ ରହିମ। ୧୫ ବର୍ଷ ତଳେ ଏକ ଦୁସ୍କର୍ମ ମାମଲାରେ ଛନ୍ଦି ହୋଇଥିବା ରାମ ରହିମଙ୍କୁ ନେଇ ଆସନ୍ତା ୨୫ରେ ହରିୟାନାର ପଞ୍ଚକୁଳା ସିବିଆଇ କୋର୍ଟରେ ଚୂଡ଼ାନ୍ତ ଶୁଣାଣି ହେବ।

ତେବେ ଏହାର ୨ଦିନ ପୂର୍ବରୁ ପଞ୍ଚକୁଲାର ସେକ୍ଟର-୨୩ରେ ଥିବା ବାବାଙ୍କ ବାଷଗୃହ ଆଗରେ ସମର୍ଥକଙ୍କ ଭିଡ଼ ଜମିଲାଣି। ପ୍ରାୟ ୫୦ ହଜାର ଭକ୍ତ ଏବେଠାରୁ  ବାବାଙ୍କ ଘର ଆଗରେ ସମାଗମ ହେଲେଣି । ଜାକିରୁପୁର-ପଞ୍ଚକୁଲା ହାଇୱେରେ ବସ୍, ଅଟୋ ଏବଂ କାର ଆଦିର ଭିଡ଼ ଜମିଲାଣି। ବାବାଙ୍କ ଅନୁଗତମାନେ ଏସବୁ ଯାନବାହନରେ ଆସିଥିବାରୁ ଉକ୍ତ ରାଜପଥ ଲୋକାରଣ୍ୟ ପାଲଟିଛି।  ସେପଟେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରି ଉଭୟ ପଞ୍ଜାବ ଓ ହରିୟାନା ପୋଲିସ  ସତର୍କ ହୋଇଛି।  କୌଣସି ହିଂସାକାଣ୍ଡକୁ ଏଡ଼େଇବା ପାଇଁ ପୋଲିସ ପ୍ରଶାସନ ପାଇଁ ଚାଲେଞ୍ଜ  ହୋଇଛି।  ବାବାଙ୍କ ଘରକୁ ଆସୁଥିବା ବସ  ଏବଂ ଅନ୍ୟଯାନବାହନ ଗୁଡ଼ିକୁ ପୋଲିସ ଅଧାବାଟରେ ଅଟକାଇ ଦେଇଛି।

[caption id="attachment_159583" align="alignright" width="275"] ସମର୍ଥକଙ୍କ ଭିଡ଼[/caption]

ପରିସ୍ଥିତି ଏଭଳି ହୋଇଛି ଯେ, ଚଣ୍ଡିଗଡ ସ୍ଥିତ ସେକ୍ଟର-୧୬ କ୍ରିକେଟ ଷ୍ଟାଡିୟମକୁ  ଅସ୍ଥାୟୀ ଜେଲ ଭାବେ ହାତକୁ ନେଇଛି ପୋଲିସ।  ଅଧିକ ବିଶୃଙ୍ଖଳା  ହେଲେ ଏଠାରେ  ଲୋକଙ୍କୁ ଅଟକ ରଖିବା ପାଇଁ ପଦକ୍ଷେପ ନିଆଯାଇଛି। ଏହି ଷ୍ଟାଡିୟମରେ ଥରକରେ ୧୦ ହଜାର ଲୋକ ରହିପାରିବେ। ରାସ୍ତାଘାଟରେ ପ୍ଲାଟୁନ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସବୁ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି।  କୋର୍ଟ ଏବଂ ବାବାଙ୍କ ଘର ପାଖାପାଖି ଅଞ୍ଚଳରେ ୧୪୪ ଜାରି କରାଯାଇଛି।

ସୂଚନା ଅନୁଯାୟୀ ଆତ୍ମଘୋଷିତ ବାବା ରାମ ରହିମଙ୍କ ବିରୋଧରେ  ଦୁଇ ଜଣ ମହିଳା ଭକ୍ତ ବଳାତ୍କାର ଅଭିଯୋଗ ଆଣିଥିଲେ । ଆଶନ୍ତା ଶୁକ୍ରବାର ରାୟ ଆସିବାକୁ ଥିବାରୁ ଡେରା ଅନୁଗତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୁରୁ ଅଫ୍ ବ୍ଲିଙ୍ଗ୍ ନାମରେ ପରିଚିତ  ରାମ ରହିମଙ୍କ ହଜାର ହଜାର ଅନୁଗତ  ରାସ୍ତାକୁ ଆସିଯାଇଥିବାରୁ ଦୁଇ ରାଜ୍ୟ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ବାବାଙ୍କ ପ୍ରଭାବ ଥିବା ଗାଁ ଗୁଡିକରେ ପ୍ରାୟ ୭ ହଜାର ପୋଲିସ ମୁତୟନ କରାଯାଇଛି ।

କିଏ ଏହି ରାମ ରହିମ

ଆତ୍ମଘୋଷିତ ବାବା ରାମ ରହିମଙ୍କ ଘର ହେଉଛି ରାଜସ୍ଥାନରେ।  ବାବା ବିବାହିତ ହୋଇଥିବା ବେଳେ ତାଙ୍କର ୩ଟି ଝିଅ ଏବଂ ଗୋଟିଏ ପୁତ୍ର ସନ୍ତାନ ଅଛି । ୫୦ ବର୍ଷୀୟ ରାମ ରହିମ ୧୯୯୦ରେ ଏକ ସତସଙ୍ଗ ଆରମ୍ଭ କରିଥିଲେ। ପରେ ସେ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ। ୧୯୯୦ରେ ହରିୟାନାକୁ ଆସି ବାବା ନିଜର ପ୍ରଭୁତ୍ୱ ବିସ୍ତାର କରିଥିଲେ।  ଏହି ବର୍ଷ  ପଞ୍ଚକୁଲାରେ  ଡେରା ସଚ୍ଚା ସୌଦା ନାମକ ଏକ  ଆଶ୍ରମ କରି ସତସଙ୍ଗ କାର୍ଯ୍ୟକ୍ରମ କରି ଆସୁଥିଲେ।

ସତସଙ୍ଗ ଏବଂ ପ୍ରବଚନକୁ ଛାଡ଼ି ଗରିବଙ୍କୁ ବିଭିନ୍ନ ପ୍ରକାର ସହାୟତା କରି ଆସୁଥିଲେ ସେ । ବନ୍ୟା ବେଳେ ବିପନ୍ନଙ୍କୁ ସାହାଯ୍ୟ କରିବା, ଗରିବଙ୍କୁ ଖାଦ୍ୟଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସହାୟତା କାରିବା, ରୋଗୀଙ୍କୁ ସେବା ଆଦି କାର୍ଯ୍ୟକରି ସାଧାରଣ ଲୋକଙ୍କ ମନ ଜିଣିପାରିଥଲେ ସେ ।  ଫଳରେ ଧିରେ ଧିରେ ବାବାଙ୍କ  ଅନୁଗତଙ୍କ ସଂଖ୍ୟା ବଢିଲା। ଭକ୍ତ ବି ବଢିଲେ।  ଆଉ ଏହି ମଉକାରେ ବାବା ନିଜକୁ ମେଷେଞ୍ଜର ଅଫ ଗଡ୍‌ ଭାବେ ନିଜକୁ ଚିତ୍ରଣ କରିଥିଲେ।  ଏମିତି କି ସେ ‘ମେଷେଞ୍ଜର ଅଫ ଗଡ୍’ ନାମରେ ଏକ ଫିଲ୍ମ ନିର୍ମାଣ କରିଥିଲେ। ପରେ ଏହି ସିନେମାକୁ  ନେଇ ଅନେକ ବିବାଦ ହୋଇଥିଲା।

Related story