ଗୁପ୍ତ ପ୍ରସାଦ ଦେବାକୁ କହି ଯୌନ ନିର୍ଯାତନା ଦେଉଥିଲେ ସନ୍ନ୍ୟାସୀ

ନୂଆଦିଲ୍ଲୀ: ଦିଲ୍ଲୀ ରୋହଣୀ ଅଞ୍ଚଳରେ ତଥାକଥିତ ଧର୍ମଗୁରୁ ବୀରେନ୍ଦ୍ର ଦେବଙ୍କ ଆଶ୍ରମରେ ଚଢାଉ ପରେ ଏବେ ଗୋଟିକ ପରେ ଗୋଟିଏ ଗୁମର ବାହାରକୁ ଆସିବାରେ ଲାଗିଛି। ବାବା ବୀରେନ୍ଦ୍ର ଆଶ୍ରମରେ ଯୁବତୀଙ୍କୁ ଯୌନ ନିର୍ଯାତନା ଦେଉଥିଲେ ବୋଲି ଖୋଲାଖୋଲି କହିଛନ୍ତି ଅନ୍ତେବାସୀ। ନିଜ ଗୁପ୍ତ କକ୍ଷକୁ ଡାକି ଯୌନକ୍ଷୁଧା ମେଣ୍ଟାଇବାକୁ ଯୁବତୀମାନଙ୍କୁ ବ୍ୟବହାର କରୁଥିଲେ ବୋଲି ଜଣେ ପୀଡିତା ଅଭିଯୋଗ କରିଛନ୍ତି। ସେ କହିଛନ୍ତି “ବାବା ଇସାରା ଦିଅନ୍ତି,  କୁହନ୍ତି, ଏଠିକୁ ଆସ। ଗୁପ୍ତ ପ୍ରସାଦ ଦେବାକୁ […]

baba

Rakesh Mallick
  • Published: Friday, 22 December 2017
  • , Updated: 22 December 2017, 06:38 PM IST

ନୂଆଦିଲ୍ଲୀ: ଦିଲ୍ଲୀ ରୋହଣୀ ଅଞ୍ଚଳରେ ତଥାକଥିତ ଧର୍ମଗୁରୁ ବୀରେନ୍ଦ୍ର ଦେବଙ୍କ ଆଶ୍ରମରେ ଚଢାଉ ପରେ ଏବେ ଗୋଟିକ ପରେ ଗୋଟିଏ ଗୁମର ବାହାରକୁ ଆସିବାରେ ଲାଗିଛି। ବାବା ବୀରେନ୍ଦ୍ର ଆଶ୍ରମରେ ଯୁବତୀଙ୍କୁ ଯୌନ ନିର୍ଯାତନା ଦେଉଥିଲେ ବୋଲି ଖୋଲାଖୋଲି କହିଛନ୍ତି ଅନ୍ତେବାସୀ। ନିଜ ଗୁପ୍ତ କକ୍ଷକୁ ଡାକି ଯୌନକ୍ଷୁଧା ମେଣ୍ଟାଇବାକୁ ଯୁବତୀମାନଙ୍କୁ ବ୍ୟବହାର କରୁଥିଲେ ବୋଲି ଜଣେ ପୀଡିତା ଅଭିଯୋଗ କରିଛନ୍ତି। ସେ କହିଛନ୍ତି “ବାବା ଇସାରା ଦିଅନ୍ତି,  କୁହନ୍ତି, ଏଠିକୁ ଆସ। ଗୁପ୍ତ ପ୍ରସାଦ ଦେବାକୁ କହି ସେଠାରେ ଯାହା କରନ୍ତି ନ କହିବା ଭଲ”।

ଏହି ଯୁବତୀ ଜଣକ ନିଜ ସହ ଆଶ୍ରମରେ ଘଟିଥିବା ଏକ ଘଟଣା ସମ୍ପର୍କରେ ବଖାଣିବାକୁ ଯାଇ କହିଛନ୍ତି, ସେ ବାବାଙ୍କ ଫରୁଖାବାଦ୍‌ ଆଶ୍ରମରେ ରହୁଥିଲେ। ରାତି ୧୨ ଟା ପରେ ବାବା ଏଠାରେ ଯୁବତୀଙ୍କ ସହ ଅନୈତିକ କାଣ୍ଡ କରୁଥିଲେ ବୋଲି ଶୁଣିବାକୁ ପାଇବା ପରେ ଗୋଟିଏ ରାତି ସେ ଏହି କଥାର ସତ୍ୟତା ପରିଖିବାକୁ ଗୁପ୍ତ କକ୍ଷ ଆଡେ ମୁହାଁଇଥିଲେ। ବାବା ମାତ୍ର ଗୋଟିଏ ବସ୍ତ୍ର ପିନ୍ଧି ନିଜ କକ୍ଷରେ ବସିଥାନ୍ତି। ଏତିକି ବେଳେ ହଠାତ୍‌ ତାଙ୍କ ନଜର ଉକ୍ତ ଯୁବତୀଙ୍କ ଉପରେ ପଡିଲା। ହାତଠାରି ବାବା ତାଙ୍କୁ ଡାକିଲେ। କହିଲେ ଭିତରକୁ ଆସ, ଭୋଗ ଦେବି। ଏହା ଶୁଣି ଯୁବତୀ ଜଣକ ଭିତରକୁ ଚାଲିଯିବା ପରେ ଭୋକିଲା ହିଂସ୍ର ଜନ୍ତୁ ପରି ବାବା ତାଙ୍କ ଉପରେ ଝପଟି ପଡିଲେ। ଦେହର ସମ୍ୱେଦନଶୀଳ ଅଂଶକୁ ଲୋଲୁପ ଢଙ୍କରେ ଦେଖି ତାଙ୍କ ଦହର ବସ୍ତ୍ର ଚିରି ପକାଇଲେ। ଯୁବତୀ ଜଣକ ଜୋରରେ ପାଟି କରି ନିଜ ଜୀବନ ବଞ୍ଚାଇ ସେଠାରୁ ଚାଲି ଆସିଥିଲେ ବୋଲି କହିଛନ୍ତି।

ସହିପରି ଆଶ୍ରମରେ ବନ୍ଧକ ହୋଇ ମୁକ୍ତ ହୋଇଥିବା ଅନ୍ୟଜଣେ ପୀଡିତା କହିଛନ୍ତି ଯେ, ବାବା ଛୋଟ ଝିଅଙ୍କୁ ପ୍ରସାଦ ଦେବାକୁ ପସନ୍ଦ କରୁଥିଲେ। ସେବିକାମାନେ ଯଦି ଭୁଲ୍‌ରେ ବି ବୟସ୍କ ମହିଳାଙ୍କୁ ପାଖକୁ ନେଇ ଆସୁଥିଲେ, ସେ ଅତି କଡା ଭାଷାରେ ସେ ଗାଳି କରୁଥିଲେ। ଇଚ୍ଛା ହେଲେ ନାବାଳିକାମାନେ ରହୁଥିବା କକ୍ଷକୁ ଏହି ଭଣ୍ଡ ଅନେକ ସମୟରେ ପ୍ରେବେଶ କରି ଦୁଷ୍କର୍ମ କରିବାକୁ ଚେଷ୍ଟା କରିଛନ୍ତି । ଯଦି କେହି ତାଙ୍କ କଥାରେ ଅରାଜି ହୁଅନ୍ତି ତା ହେଲେ ବାଥ୍‌ରୁମ୍‌ରେ ତାଙ୍କୁ ବନ୍ଧି କରି ଦଣ୍ଡ ଦିଆଯାଏ ବୋଲି କହିଛନ୍ତି ପୀଡିତା ।

ସୂଚନାଯାଗ୍ୟ, ରାଜଧାନୀ ଉତ୍ତର ଦିଲ୍ଲୀର ରୋହିଣୀସ୍ଥିତ ଏକ ଆଶ୍ରମ ‘ଆଧ୍ୟାତ୍ମିକ ବିଶ୍ୱ ବିଦ୍ୟାଳୟ’ ପରିସରରେ ଶତାଧିକ ଯୁବତୀ (ଅଧିକାଂଶ ନାବାଳିକା)ଙ୍କୁ କାରାରୁଦ୍ଧ ଅବସ୍ଥାରେ ରଖାଯାଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଆଶ୍ରମରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଉଥିବା ଅଭିଯୋଗ ହେବାପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଚଢ଼ଉ ଜାରି ରହିଛି। ଆଶ୍ରମରେ ଚାଲିଥିବା ଅତ୍ୟାଚାର ସହି ନ ପାରି କିଛି ନାବାଳିକା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଉକ୍ତ ଆଶ୍ରମ ବିରୋଧରେ ସିବିଆଇ ତଦନ୍ତ ପାଇଁ ମଧ୍ୟ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ନିର୍ଦ୍ଦେଶକ ଘଟଣାର ତଦନ୍ତ ପାଇଁ ଏକ ଏସଆଇଟି (ସ୍ୱତନ୍ତ୍ର ତଦନ୍ତକାରୀ ଦଳ) ଗଠନ କରିବାକୁ କୋର୍ଟ କହିଥିଲେ।

ଦିଲ୍ଲୀ ପୁଲିସ ଆଶ୍ରମ ପରିସରରେ ଯାଞ୍ଚ ଆରମ୍ଭ କରିବା ସହ ଏହାର ସମସ୍ତ ଦୃଶ୍ୟ ରେକର୍ଡିଂ କରିଛି। ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା ସ୍ୱାତୀ ମଲିଓ୍ଵାଲ୍‌ ମଧ୍ୟ ଯାଞ୍ଚ ସମୟରେ ଉପସ୍ଥିତ ରହି ପୁଲିସକୁ ସାହାଯ୍ୟ କରିଛନ୍ତି।

Related story