ଚାଷୀ ଆନ୍ଦୋଳନ ସ୍ଥଳରେ ଆତଙ୍କୀର ପୋଷ୍ଟର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି୨୨ ଦିନରେ ଆନ୍ଦୋଳନ ପହଞ୍ଚିଛି। ସିଙ୍ଘୁ, ଟିକରୀ, କୁଣ୍ଡଳୀ, ଗାଜିପୁର ସମେତ ସମସ୍ତ ସୀମାରେ ୨୨ ଦିନ ହେବ ଆନ୍ଦୋଳନରେ ବସିଛନ୍ତି ଚାଷୀ। ଆନ୍ଦୋଳନ ସ୍ଥଳରେ ବିଭିନ୍ନ ପୋଷ୍ଟର ଦେଖିବାକୁ ମିଳିଛି। ଯେଉଁଥିରେ ‘ଆମେ ଚାଷୀ, ଆତଙ୍କବାଦୀ ନୁହେଁ’ ବୋଲି ନାରା ରହିଛି। ହେଲେ ଏବେ ଏହି ପୋଷ୍ଟର ମଧ୍ୟରେ ଆଉ ଏକ ପୋଷ୍ଟର ସାମ୍ନାକୁ ଆସିଛି। ଯାହାକି ଆନ୍ଦୋଳନର ଅସଲ ଉଦ୍ଦେଶ୍ୟକୁ ସନ୍ଦେହ ଘେରକୁ ଆଣିଛି। ଆନ୍ଦୋଳନ […]

terrorist-banner

Subhransu Sekhar
  • Published: Thursday, 17 December 2020
  • , Updated: 17 December 2020, 01:12 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି୨୨ ଦିନରେ ଆନ୍ଦୋଳନ ପହଞ୍ଚିଛି। ସିଙ୍ଘୁ, ଟିକରୀ, କୁଣ୍ଡଳୀ, ଗାଜିପୁର ସମେତ ସମସ୍ତ ସୀମାରେ ୨୨ ଦିନ ହେବ ଆନ୍ଦୋଳନରେ ବସିଛନ୍ତି ଚାଷୀ। ଆନ୍ଦୋଳନ ସ୍ଥଳରେ ବିଭିନ୍ନ ପୋଷ୍ଟର ଦେଖିବାକୁ ମିଳିଛି। ଯେଉଁଥିରେ ‘ଆମେ ଚାଷୀ, ଆତଙ୍କବାଦୀ ନୁହେଁ’ ବୋଲି ନାରା ରହିଛି। ହେଲେ ଏବେ ଏହି ପୋଷ୍ଟର ମଧ୍ୟରେ ଆଉ ଏକ ପୋଷ୍ଟର ସାମ୍ନାକୁ ଆସିଛି। ଯାହାକି ଆନ୍ଦୋଳନର ଅସଲ ଉଦ୍ଦେଶ୍ୟକୁ ସନ୍ଦେହ ଘେରକୁ ଆଣିଛି।

ଆନ୍ଦୋଳନ ସ୍ଥଳରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂହଙ୍କ ସମେତ ୧୭ ଜଣଙ୍କୁ ହତ୍ୟା କରିବାରେ ଦୋଷୀ ସାବ୍ୟସ୍ତ ଜଗତର ସିଂହ ହାୱାର ଏବଂ ତା ସହଯୋଗୀଙ୍କ ପୋଷ୍ଟର ରହିଛି। ଆନ୍ଦୋଳନରତ ଚାଷୀଙ୍କ ଖାଇବା ପାଇଁ ଏକ ଲଙ୍ଗର ଷ୍ଟଲ ରହିଛି। ଅକାଲ୍ ୟୁଥ୍ ନାମକ ସଂସ୍ଥା ଏହି ଷ୍ଟଲ ଦେଇଛି। ଯେଉଁଠାରେ ଏକ ଟ୍ରାକ୍ଟର ଟ୍ରଲିର ଉଭୟ ପାର୍ଶ୍ୱରେ ହାୱାରାର ଫଟୋ ସହିତ ଦୁଇଟି ବଡ ପୋଷ୍ଟର ଲାଗିଛି। ବାବରା ଖଲାସା ଆତଙ୍କୀ ସଂଗଠନର ସଦସ୍ୟ ହେଉଛି ଜଗତର ସିଂହ ହାୱାର।

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂହଙ୍କୁ ହତ୍ୟା ମାମଲାରେ ଜଗତର ସିଂ ଦୋଷୀ ସାବ୍ୟସ୍ତ ହୋଇଛି। ହାୱାରା ଏବେ ଦିଲ୍ଲୀର ତିହାର ଜେଲରେ ଆଜୀବନ ସଜା କାଟୁଛି। ଚଣ୍ଡିଗଡ଼ର ଟ୍ରାଏଲ କୋର୍ଟ ହାୱାରକୁ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ। ତେବେ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡାଦେଶରେ ପରିବର୍ତ୍ତନ କରାଇଥିଲେ।

ସୂଚନାଯୋଗ୍ୟ, ଦେଶଦ୍ରୋହୀ ଅଭିଯୋଗରେ ଗିରଫ୍ ଏବଂ ଜାମିନରେ ଥିବା ବ୍ୟକ୍ତିଙ୍କ ପୋଷ୍ଟର ମଧ୍ୟ ଆନ୍ଦୋଳନ ସ୍ଥଳରେ ଦେଖାଯାଇଥିଲା।

Related story