ଦୋଷମୁକ୍ତ ହେବା ପରେ ଗୋୟେଲ୍ କହିଲେ 'ମୁଁ ମସଜିଦ୍ ଭାଙ୍ଗିଛି', ରାୟକୁ ନାପସନ୍ଦ କଲେ ଓଓ୍ୱେସୀ

ଲକ୍ଷ୍ନୌ: ବାବ୍ରି ମସଜିଦ୍ ମାମଲାରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ସମସ୍ତ ୩୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଯେଉଁଥିରେ କୋର୍ଟ କହିଛନ୍ତି ମସଜିଦ୍ ଭାଙ୍ଗିବା ନେଇ କୌଣସି ଷଡ଼ଯନ୍ତ୍ର ନଥିଲା। ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଦୋଷମୁକ୍ତ ହୋଇଥିବା ଜୟ ଭଗବାନ ଗୋୟେଲ୍। ସେ କହିଛନ୍ତି,  “ହଁ, ମୁଁ ବାବ୍ରି ଢ଼ାଞ୍ଚା ଭାଙ୍ଗିଛି ଏବଂ ମୁଁ ଗର୍ବିତ। ସିବିଆଇ କୋର୍ଟ ମୋତେ ଦୋଷମୁକ୍ତ କରିଛନ୍ତି। ଯଦି ସିବିଆଇ କୋର୍ଟ ଆମକୁ ଦଣ୍ଡିତ କରିଥାନ୍ତେ, ଆମେ ମଧ୍ୟ ଏହାକୁ […]

OWESI BHAGABAN GOEL

OWESI BHAGABAN GOEL

Subhransu Sekhar
  • Published: Wednesday, 30 September 2020
  • Updated: 30 September 2020, 02:40 PM IST

Sports

Latest News

ଲକ୍ଷ୍ନୌ: ବାବ୍ରି ମସଜିଦ୍ ମାମଲାରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ସମସ୍ତ ୩୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଯେଉଁଥିରେ କୋର୍ଟ କହିଛନ୍ତି ମସଜିଦ୍ ଭାଙ୍ଗିବା ନେଇ କୌଣସି ଷଡ଼ଯନ୍ତ୍ର ନଥିଲା

ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଦୋଷମୁକ୍ତ ହୋଇଥିବା ଜୟ ଭଗବାନ ଗୋୟେଲ୍। ସେ କହିଛନ୍ତି,  "ହଁ, ମୁଁ ବାବ୍ରି ଢ଼ାଞ୍ଚା ଭାଙ୍ଗିଛି ଏବଂ ମୁଁ ଗର୍ବିତ। ସିବିଆଇ କୋର୍ଟ ମୋତେ ଦୋଷମୁକ୍ତ କରିଛନ୍ତି। ଯଦି ସିବିଆଇ କୋର୍ଟ ଆମକୁ ଦଣ୍ଡିତ କରିଥାନ୍ତେ, ଆମେ ମଧ୍ୟ ଏହାକୁ ଗ୍ରହଣ କରିଥାନ୍ତୁ। ଏହାକୁ ଭାଙ୍ଗି ଦିଆଯାଇଥିଲା। ଆଜି ରାମ ମନ୍ଦିର ନିର୍ମାଣ ହେଉଛି। ଯଦି ଡିସେମ୍ବର ୬, ୧୯୯୨ ରେ ମସଜିଦ ଭାଙ୍ଗି ହୋଇନଥାନ୍ତା, ତେବେ କିପରି ରାମ ମନ୍ଦିର ନିର୍ମାଣ ହୋଇଥାନ୍ତା। ହିନ୍ଦୁ ଜିତିଲେ, ବର୍ତ୍ତମାନ ଆମର ପରବର୍ତ୍ତୀ ଏଜେଣ୍ଡା ହେଉଛି କାଶୀ ଏବଂ ମଥୁରା। "

୯୦ ଦଶକରେ କର ସେବକଙ୍କ ଉପରକୁ ଗୁଳି ଚଳାଯାଇଥିଲା। ଆମେ ଆମର ନେତା ଅଶୋକ ସିଙ୍ଘଲଙ୍କ ମୁଣ୍ଡ ଗଡ଼ାଇ ଦେଇଥିଲେ। ଆମେ ସମସ୍ତେ ଏସବୁ ଦେଖିବା ପରେ ନିୟନ୍ତ୍ରଣ ହରାଇଥିଲେ ବୋଲି ଭଗବାନ ଗୋୟେଲ କହିଛନ୍ତି। ସେ ଆହୁରି କହିଛନ୍ତି, ଯେ ଏହା ଆମର ପୂରା ଏଜେଣ୍ଡା ଥିଲା। ଅର୍ଥାତ୍ ଷଡ଼ଯନ୍ତ୍ର।

ଭଗବାନ ଗୋୟେଲଙ୍କ ପ୍ରତିକ୍ରିୟା ଏବଂ କୋର୍ଟଙ୍କ ରାୟକୁ ନାପସନ୍ଦ କରିଛନ୍ତି ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓଓ୍ୱେସୀ। ସେ କହିଛନ୍ତି ଯେ "ସିବିଆଇ କୋର୍ଟର ଆଜିର ନିଷ୍ପତ୍ତି ଦେଶ ପାଇଁ କଳା ଦିନ। ମସଜିଦକୁ କିଏ ଭାଙ୍ଗିଲା ଏହାର ଜବାବ କିଏ ଦେବେ? ଯାଦୁ ମସଜିଦକୁ ଅଦୃଶ୍ୟ କରିଦେଲା କି? ମୂର୍ତ୍ତିଗୁଡ଼ିକୁ ଯାଦୁରେ ରଖାଯାଇଥିଲା, ଯାଦୁରେ ତାଲା ଖୋଲା ଗଲା କି? ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ନଭେମ୍ୱର ୯ରେ ଯେଉଁ ରାୟ ଦେଇଥିଲେ ଆଜିର ରାୟ ତାର ବିରୁଦ୍ଧରେ ରହିଛି। ଆଡଭାନୀଙ୍କ ରଥଯାତ୍ରା ଯେଉଁଠାରେ ହୋଇଛି ସେଠାରେ ହିଂସା, ଲୁଟ୍ ହୋଇଥିଲା ଏବଂ ଲୋକଙ୍କ ଘର ପୋଡି ଦିଆଯାଇଥିଲା"।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos