ପ୍ରଥମ ଥର ମୋଦିଙ୍କୁ ଟାର୍ଗେଟ କଲେ ବାବୁଲ୍ ସୁପ୍ରିୟୋ, ଜାଣନ୍ତୁ କ’ଣ କହିଲେ

ହାୱଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କଲେ ବାବୁଲ ସୁପ୍ରିୟୋ। ବିଜେପି ଛାଡ଼ି ତ୍ରୁଣମୂଳ କଂଗ୍ରେସରେ ଯୋଗ ଦେଇଥିବା ବାବୁଲ ସୁପ୍ରିୟୋ ଦେଇଛନ୍ତି କଡ଼ା ଟିପ୍ପଣୀ। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କର ବଙ୍ଗୀୟମାନଙ୍କ ଉପରେ ଜମା ବିଶ୍ୱାସ ନାହିଁ । ସେ ବଙ୍ଗଳାବାସୀଙ୍କ ସହ ସୁସମ୍ପର୍କ ସ୍ଥାପନ କରିବାରେ ସଫଳ ହୋଇନାହାଁନ୍ତି । ସେ ଆହୁରି କହିଛନ୍ତି ଯେ, ଦିଲ୍ଲୀରେ ମୋର ୭-୮ ବର୍ଷର ରହଣି ଭିତରେ ମୁଁ ଏତିକି ଜାଣିଛି ଯେ, ପ୍ରଧାନମନ୍ତ୍ରୀଙ୍କର ବେଙ୍ଗଲିଙ୍କ […]

590

Tapas Behera
  • Published: Wednesday, 29 September 2021
  • , Updated: 29 September 2021, 04:30 PM IST

ହାୱଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କଲେ ବାବୁଲ ସୁପ୍ରିୟୋ। ବିଜେପି ଛାଡ଼ି ତ୍ରୁଣମୂଳ କଂଗ୍ରେସରେ ଯୋଗ ଦେଇଥିବା ବାବୁଲ ସୁପ୍ରିୟୋ ଦେଇଛନ୍ତି କଡ଼ା ଟିପ୍ପଣୀ। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କର ବଙ୍ଗୀୟମାନଙ୍କ ଉପରେ ଜମା ବିଶ୍ୱାସ ନାହିଁ । ସେ ବଙ୍ଗଳାବାସୀଙ୍କ ସହ ସୁସମ୍ପର୍କ ସ୍ଥାପନ କରିବାରେ ସଫଳ ହୋଇନାହାଁନ୍ତି । ସେ ଆହୁରି କହିଛନ୍ତି ଯେ, ଦିଲ୍ଲୀରେ ମୋର ୭-୮ ବର୍ଷର ରହଣି ଭିତରେ ମୁଁ ଏତିକି ଜାଣିଛି ଯେ, ପ୍ରଧାନମନ୍ତ୍ରୀଙ୍କର ବେଙ୍ଗଲିଙ୍କ ଉପରେ ବିଶ୍ୱାସ ନାହିଁ । ଏମିତିକି ବେଙ୍ଗଲବାସୀଙ୍କ ସହ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାରେ ମୋଦି ସକ୍ଷମ ହୋଇ ପାରିନାହାନ୍ତି ବୋଲି କହିଛନ୍ତି। ଟିଏମସିରେ ଯୋଗ ଦେବା ପରେ ପ୍ରଥମଥର ପାଇଁ ସେ ପ୍ରଧାମନ୍ତ୍ରୀଙ୍କୁ ଏମିତି ଟାର୍ଗେଟ କରିଛନ୍ତି। ଆଜି ଦିଲ୍ଲୀରୁ  ହାୱଡ଼ାରେ ପହଞ୍ଚିବା ପରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ହେବାରୁ ବାବୁଲ ଏଭଳି ଜବାବ ରଖିଥିଲେ।

ବାବୁଲ ସୁପ୍ରିୟୋ କହିଛନ୍ତି ଯେ, ମୁଁ ଦିଦିଙ୍କ ନେତୃତ୍ୱରେ ବେଙ୍ଗଲବାସୀଙ୍କର ସେବା କରିବାକୁ ଆସିଛି। ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ବାବୁଲ ସୁପ୍ରିୟୋ  ବିଜେପିରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ରାଜନୀତିରେ ଯୋଗଦେବାକୁ ପ୍ରେରଣା ଯୋଗାଇଥିଲେ। ତାଙ୍କୁ ନରେନ୍ଦ୍ର ମୋଦିସରକାରରେ କେନ୍ଦ୍ର ମନ୍ତ୍ରୀ କରାଯାଇଥିଲା।

୨୦୧୧ ଜୁଲାଇରେ ପୁନଃମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପର୍ଯ୍ୟନ୍ତ ବାବୁଲ ସୁପ୍ରିୟୋ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରିପରିଷଦରେ ନିଜର ପଦ ବଜାୟ ରଖିଥିଲେ। ଏହା ପରେ ବାବୁଲ ସୁପ୍ରିୟୋ  ରାଜନୀତିରୁ ଅବସର ଘୋଷଣା କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ଟିଏମସିରେ ଯୋଗ ଦେଇଥିଲେ।

ସେ ବର୍ତ୍ତମାନ ଆସାନସୋଲ ଲୋକସଭା କ୍ଷେତ୍ରରୁ  ସାଂସଦ ଥିଲେ ମଧ୍ୟ ଲୋକସଭାରୁ ସେ ଇସ୍ତଫା ଦେବେ ବୋଲି କହିଛନ୍ତି ।  ଆଜି ସେ ପରିବାର ସହ ଦିଲ୍ଲୀ-ହାୱଡ଼ା ସ୍ପେସିଆଲ ଟ୍ରେନ୍‌ରେ ହାୱଡ଼ାରେ ପହଞ୍ଚିଥିଲେ। ଏଥିସହ ସେ ଦିଲ୍ଲୀରେ ସରକାରୀ ବାଷଭବନକୁ ଖାଲି କରିଦେଇଛନ୍ତି।

Related story