ପ୍ଲେୟିଂ-11ରେ ରହିବାକୁ ଚାହୁଁଥିଲି, ମିଳିଲାନି ତେଣୁ...

ନୂଆଦିଲ୍ଲୀ: ଦଳ ପରିବର୍ତ୍ତନକୁ ନେଇ ଚର୍ଚ୍ଚାରେ ଥିବା ବାବୁଲ ସୁପ୍ରିୟୋ ପୁଣି ଏକ ଚର୍ଚ୍ଚିତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ସେ ମୁଁ ଏମିତି ଏକ ଟିମ୍‌ରେ ରହିବାକୁ ଚାହୁଁଥିଲି ଯିଏ ମତେ କୋଳେଇ ନେବ ଏବଂ ପ୍ଲେୟିଂ-୧୧ରେ ସୁଯୋଗ ଦେବ। ଟିଏମସିରେ ମତେ ସେହି ସୁଯୋଗ ମିଳିଛି ବୋଲି ବାବୁଲ ସୁପ୍ରିୟୋ କହିଛନ୍ତି। ସେପଟେ ବେଙ୍ଗଲ ବିଜେପି ଅଧ୍ୟକ୍ଷ ଦିଲୀପ ଘୋଷଙ୍କୁଙ୍କୁ ହଟାଯିବା ନେଇ ମଧ୍ୟ ରାଜନୈତିକ ହଟଚମଟ ସୃଷ୍ଟି କରିଛି। ବାବୁଲ ସୁପ୍ରିୟୋ […]

bbl

Tapas Behera
  • Published: Wednesday, 22 September 2021
  • , Updated: 22 September 2021, 05:01 PM IST

ନୂଆଦିଲ୍ଲୀ: ଦଳ ପରିବର୍ତ୍ତନକୁ ନେଇ ଚର୍ଚ୍ଚାରେ ଥିବା ବାବୁଲ ସୁପ୍ରିୟୋ ପୁଣି ଏକ ଚର୍ଚ୍ଚିତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ସେ ମୁଁ ଏମିତି ଏକ ଟିମ୍‌ରେ ରହିବାକୁ ଚାହୁଁଥିଲି ଯିଏ ମତେ କୋଳେଇ ନେବ ଏବଂ ପ୍ଲେୟିଂ-୧୧ରେ ସୁଯୋଗ ଦେବ। ଟିଏମସିରେ ମତେ ସେହି ସୁଯୋଗ ମିଳିଛି ବୋଲି ବାବୁଲ ସୁପ୍ରିୟୋ କହିଛନ୍ତି। ସେପଟେ ବେଙ୍ଗଲ ବିଜେପି ଅଧ୍ୟକ୍ଷ ଦିଲୀପ ଘୋଷଙ୍କୁଙ୍କୁ ହଟାଯିବା ନେଇ ମଧ୍ୟ ରାଜନୈତିକ ହଟଚମଟ ସୃଷ୍ଟି କରିଛି। ବାବୁଲ ସୁପ୍ରିୟୋ କହିଛନ୍ତି ଯେ,  ମୁଁ ଏବେ ତ୍ରୁଣମୂଳ କଂଗ୍ରେସରେ ଅଛି। କିନ୍ତୁ ବିଜେପି ପ୍ରଦେଶ ଅଧ୍ୟକ୍ଷ ପରିବର୍ତ୍ତନ ଏହା ସେମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାର। କିନ୍ତୁ ଦିଲୀପ ଘୋଷ ବଙ୍ଗଳା ପାଇଁ ଭଲ କାମ କରିଛନ୍ତି ବୋଲି ସେ କହିଛନ୍ତି ।

ତେବେ ଦଳ ଛାଡ଼ି ମୁଁ ଇତିହାସ ସୃଷ୍ଟି କରି ନାହିଁ। ମୋ ଆଗରୁ ବହୁ ନେତା ଦଳ ଛାଡ଼ିଛନ୍ତି ବୋଲି ସେ କହିଛନ୍ତି। ଏଥିସହ ସେ ବିଜେପିରେ ରହି ୭ ବର୍ଷ ଧରି କାମ କରିବାର ସୁଯୋଗ ପାଇଥିବାରୁ ବାବୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଜେପି ନଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଆହୁରି  କହିଛନ୍ତି ଯେ, ୨୦୧୪ରେ  ଆସାନସୋଲରୁ ବିଜୟ ପଛରେ ଜଣେ ବଲିଉଡ ଗାୟକ ଭାବରେ ତାଙ୍କ ଇମେଜ କାମ କରିଥାଇ ପାରେ  କିନ୍ତୁ ୨୦୧୯ରେ ତାଙ୍କ କାମ ହିଁ ବିଜୟ ସୁନିଶ୍ଚିତ କରିଥିଲା।

ସେ କହିଛନ୍ତି ଯେ, ମୁଁ ଯେତେବେଳେ କୌଣସି  ଦଳ ପାଇଁ ଖେଳିବି, ରକ୍ତ ଦେବାକୁ ପଛାଇବି ନାହିଁ।  ଜନସାଧାରଣଙ୍କ  ଟଙ୍କାରେ କେବଳ ଚୌକି ଗରମ କରିବା ମୋ ଡିଏନଏରେ ନାହିଁ ବୋଲି  ଶ୍ରୀ ସୁପ୍ରିଓ କହିଛନ୍ତି। ସୂଚନା ଅନୁଯାୟୀ, ଗତ ଜୁଲାଇ ମାସରେ କେନ୍ଦ୍ରମନ୍ତ୍ରିମଣ୍ଡଳ ପୁନର୍ଗଠନ ବେଳେ ବାବୁଲ ସୁପ୍ରିୟୋ ବାଦ ପଡ଼ିଥିଲେ।  ଏହା ପୂର୍ବରୁ ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିଲେ ବାବୁଲ। ପରେ  ରାଜନୀତିରୁ ସନ୍ନ୍ୟାସ ନେଇଯିବେ ବୋଲି କହିଥିଲେ ବାବୁଲ ସୁପ୍ରିୟୋ ।  ଏମିତିକି କୌଣସି ଦଳରେ ସାମିଲ ହେବେ ନାହିଁ ବୋଲି କହିଥିଲେ।  ପରେ କିନ୍ତୁ  ସେ ତ୍ରୁଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ।

Related story