ଜର୍ମାନୀରେ ୨୨ ମାସର ଛୁଆ, ଫେରି ପାଇବାକୁ ଭାରତରେ ବାପାମା’ଙ୍କ ଧାରଣା

ଅହମ୍ମଦାବାଦ:  ବୟସ ମାତ୍ର ୨୨ ମାସ । ମା’ବାପା କୋଳରେ ଖେଳିବା ବୟସରେ ସେମାନଙ୍କଠୁ ହଜାର ହଜାର କିମି ଦୂରେ ଅଛି କଅଁଳା ଶିଶୁ ଆରିହା। ମା’ ବାପା ଗୁଜରାଟରେ ଛୁଆ ପାଇଁ ଧାରଣା ଦେଉଥିବା ବେଳେ ଛୁଆଟି ଏବେ ଜର୍ମାନୀ ସରକାରଙ୍କ କଷ୍ଟଡିରେ ଅଛି। ଦୀର୍ଘ ୮ ମାସ ହେବ ଛୁଆଠୁ ଦୂରେଇ ମା’ବାପା ନିଜ କୋହ ସମ୍ଭାଳି ପାରୁ ନ ଥିବା ବେଳେ ଛୁଆକୁ ଫେରି ପାଇବାକୁ ଚାରିଆଡ଼େ ଧାଁଦୌଡ଼ କରୁଛନ୍ତି। ଏପରିକି ଧାରଣା […]

pic

pic

Niharika Rout
  • Published: Friday, 25 November 2022
  • Updated: 25 November 2022, 11:00 AM IST

Sports

Latest News

ଅହମ୍ମଦାବାଦ:  ବୟସ ମାତ୍ର ୨୨ ମାସ । ମା’ବାପା କୋଳରେ ଖେଳିବା ବୟସରେ ସେମାନଙ୍କଠୁ ହଜାର ହଜାର କିମି ଦୂରେ ଅଛି କଅଁଳା ଶିଶୁ ଆରିହା। ମା’ ବାପା ଗୁଜରାଟରେ ଛୁଆ ପାଇଁ ଧାରଣା ଦେଉଥିବା ବେଳେ ଛୁଆଟି ଏବେ ଜର୍ମାନୀ ସରକାରଙ୍କ କଷ୍ଟଡିରେ ଅଛି। ଦୀର୍ଘ ୮ ମାସ ହେବ ଛୁଆଠୁ ଦୂରେଇ ମା’ବାପା ନିଜ କୋହ ସମ୍ଭାଳି ପାରୁ ନ ଥିବା ବେଳେ ଛୁଆକୁ ଫେରି ପାଇବାକୁ ଚାରିଆଡ଼େ ଧାଁଦୌଡ଼ କରୁଛନ୍ତି। ଏପରିକି ଧାରଣା ବି ଦେଉଛନ୍ତି। ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ମୋ’ ଛୁଆକୁ ମୋ’ କୋଳକୁ ଫେରାଇ ଆଣନ୍ତୁ ବୋଲି ମହିଳାଜଣକ କୋହ ଭରା କଣ୍ଠରେ କହୁଥିବା ବେଳେ ଏହି ଘଟଣାର ଶୀଘ୍ର ସମାଧାନ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଆଶ୍ୱାସନା ମିଳିଛି।

ମାତ୍ର ୨୨ ମାସର ଛୁଆ ଆରିହାର ମାତାପିତା ମୂଳତଃ ଗୁଜରାଟ ବାସିନ୍ଦା । ଆରିହାଙ୍କ ବାପା ଜର୍ମାନୀରେ ଇଞ୍ଜିନିୟର ଭାବେ କାମ କରୁଥିବା ବେଳେ ସେଠାରେ ସେ ପରିବାର ସହ ରହୁଥିଲେ। ଥରେ ଘଟିଥିବା ଏକ ଛୋଟ ଦୁର୍ଘଟଣା ସେମାନଙ୍କ ଛୁଆକୁ ସେମାନଙ୍କଠାରୁ ଦୂରେଇ ନେଇଥିବା ଆରିହାଙ୍କ ମା’ ଧାରା କହିଛନ୍ତି।

ଧାରାଙ୍କ କହିବା ମୁତାବକ,  ଥରେ ଜର୍ମାନୀରେ ଏକ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଆରିହା ସାମାନ୍ୟ ଆହତ ହୋଇଥିଲା। ମାତ୍ର ଏହା ପରେ ତତ୍ପର ହୋଇ ଉଠିଥିବା ଜର୍ମାନୀ ସରକାର ମାତାପିତା ଯୌନ ଉତ୍ପୀଡ଼ନ ଦେଉଥିବା ଅଭିଯୋଗରେ ଛୁଆଟିକୁ ନିଜ କଷ୍ଟଡିକୁ ନେଇ ଯାଇଥିଲେ।

ପ୍ରାୟ ୮ ମାସ ହେବ ଜର୍ମାନୀ ସରକାରଙ୍କ ଅଧୀନରେ ଏକ ଇଶାଇ ପରିବାର ପାଖଣେ ରହିଛି କଅଁଳା ଶିଶୁଟି ।  ଛୁଆଟି ମାତାପିତାଙ୍କୁ ଖୋଜି ପାଉ ନ ଥିବା ବେଳେ ଏବେ ଜର୍ମାନୀ ଭାଷା କହିବା ବି ଆରମ୍ଭ କରି ଦେଇଥିବା ଆରିହାର ମାତାପିତା କହିଛନ୍ତି। ଛୁଆକୁ ପୁଣି ଥରେ ଫେରି ପାଇବାକୁ  ଭାରତ ପଳାଇ ଆସି ଆଇନଗତ ଲଢ଼େଇ ଆରମ୍ଭ କରିଛନ୍ତି ଏହି ଦମ୍ପତି।

ଏପରିକି ସେମାନେ ପ୍ରଥମେ ଜନ୍ତରମନ୍ତର ସମ୍ମୁଖରେ ଧାରଣାରେ ବସିଥିବା ବେଳେ ଗତ କିଛି ଦିନ ହେବ ଗୁଜରାଟର ବିଜେପି ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି। ପ୍ରଧାନମନ୍ତ୍ରୀ ଏହି ମାମଲାରେ ହସ୍ତକ୍ଷେପ କରନ୍ତୁ ବୋଲି ଧାରା ଗୁହାରି ହେଉଥିବା ବେଳେ  ତୁରନ୍ତ ଏହି ଘଟଣାର ସମାଧାନ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ଆଶ୍ୱାସନା ଦେଇଛନ୍ତି। ଏହାପରେ ଗୁରୁବାର ବିଳମ୍ବିତ ରାତିରେ ଧାରା ଓ ତାଙ୍କ ପତି ଧାରଣା ପ୍ରତ୍ୟାହୃତ କରିଛନ୍ତି।

ଆଜି ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟାରୁ ଏକ ବୟାନ ଦିଆଯିବ ବୋଲି ଫେସବୁକ୍‌ ଲାଇଭ କରି କହିଛନ୍ତି ଧାରା। ପ୍ରତିଶ୍ରୁତି ଅନୁଯାୟୀ, ବୟାନ ନ ଦେଲେ ପୁଣି ଥରେ ଧାରଣା ଆରମ୍ଭ କରିବେ ବୋଲି ଚେତାବନୀ ଦେଇଛନ୍ତି ଧାରା ।

ଏହା ଏକ ଲମ୍ବା ଆଇନଗତ ଲଢ଼େଇ ହୋଇଥିବାରୁ ସେପର୍ଯ୍ୟନ୍ତ ସେମାନଙ୍କୁ ଛୁଆର କଷ୍ଟଡି ଦେବାକୁ ନଚେତ କେଉଁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିବାକୁ ଗୁହାରି କରିଛନ୍ତି ଆରିହାଙ୍କ ପିତାମାତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story