ନୂଆଦିଲ୍ଲୀ: ଗାତରେ ଫସିଥିବା ହାତୀ ଛୁଆକୁ ଉଦ୍ଧାରର ଭିଡିଓ ଏବେ ସୋଶାଲ ମିଡିଆରେ ସବୁଠାରୁ ଅଧିକ ଚର୍ଚ୍ଚିତ ଭିଡିଓ। ଆଇଏଫ୍ଏସ୍ ପ୍ରବୀଣ କସ୍ୱାନ୍ ଏହି ଭିଡିଓ ଟ୍ୱିଟରରେ ଅପ୍ଲୋଡ୍ କରିବା ପରେ ଏହାକୁ ହଜାର ହଜାର ଲୋକ ଦେଖିବା ସହ ରିଟ୍ୱିଟ୍ କରୁଛନ୍ତି।
ଏହି ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ହାତୀ ଛୁଆଟି ଗାତରୁ ଉଠିବାକୁ ସଂଘର୍ଷ କରୁଛି। ତେବେ ତା’ର କୁନି କୁନି ଗୋଡ଼ ଖସି ଯାଉଥିବାରୁ ଏଥିରେ ସେ ବିଫଳ ହେଉଛି। ଏହାପରେ ଉଦ୍ଧାରକାରୀ ଟିମ୍ ତା’କୁ ସହାୟତା କରୁଛନ୍ତି। ପରେ ହାତୀଟି ଉଠିଯିବାରେ ସଫଳ ହେଉଛି।
ଏହାପରେ ଦେଖାଯାଉଛି ଏକ ହାତୀପଲ ଏକ ଝରଣା ଦେଇ ମାଡ଼ି ଆସୁଛନ୍ତି। ଉଦ୍ଧାର ହୋଇଥିବା ହାତୀଟି ହାତୀପଲ ନିକଟକୁ ଫେରିଯାଉଛି। ଛୁଆ ହାତୀକୁ ପାଇବା ପରେ ହାତୀ ପଲ ଯେଉଁ ଦିଗରୁ ଆସୁଥିଲେ ସେଦିଗରେ ଫେରି ଯାଉଥିଲେ। କିନ୍ତୁ ମା ହାତୀଟି ଅଟକି ଯାଇଥିଲା। ସେ ଶୁଣ୍ଢ ଟେକି ଉଦ୍ଧାରକାରୀ ଦଳ ପ୍ରତି କୃତଜ୍ଞତା ଜଣାଇବା ପରେ ଯାଇ ନିଜ ଗନ୍ତବ୍ୟ ଦିଗରେ ଚାଲିଯାଇଥିଲା। ମା ହାତୀଟି କୃତଜ୍ଞତା ଜଣାଇବା ନେଇ କେହି କେହି ଅସ୍ୱୀକାର କରିପାରନ୍ତି। କିନ୍ତୁ ମା’ ହାତୀଟିର କରୁଣ ଚାହାଣୀ ବେଶ୍ କିଛି ସୋଶାଲ ମିଡିଆ ବ୍ୟବହାରକାରୀଙ୍କ ହୃଦୟକୁ ଛୁଇଁ ପାରିଛି।
https://twitter.com/ParveenKaswan/status/1193827183233384448?s=20