ମନ ଜିଣିଲେ କୁନି ମଫଲରମ୍ୟାନ୍‌

ନୂଆଦିଲ୍ଲୀ: ଆଜି ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆପ୍‌ ଆବାହକ ଅରବିନ୍ଦ କେଜ୍ରିୱାଲ। ତେବେ ଏହି ଶପଥ ଗ୍ରହଣ ଉତ୍ସବର ଅନ୍ୟତମ ଆକର୍ଷଣ ଥିଲେ ‘କୁନି ମଫଲରମ୍ୟାନ୍‌’। ନିର୍ବାଚନ ସମୟରେ ବେଶ ଚର୍ଚ୍ଚାର ଥିବା ଏହି ୧ ବର୍ଷର ବାଳକ ଆଜି ନିମନ୍ତ୍ରିତ ଅତିଥି ଥିଲେ। ଆପ୍‌ର ଅଫିସିଆଲ ହ୍ୟାଣ୍ଡଲରରୁ ହିଁ ଟ୍ୱିଟ୍‌ କରି ଆଭ୍ୟାନ୍‌ ତୋମାର ନାମକ ଏହି କୁନି ମଫଲରମ୍ୟାନ୍‌ଙ୍କୁ ନିମନ୍ତ୍ରଣ କରାଯାଇଥିଲା। ୧୩ ତାରିଖରେ ହିଁ […]

Tomar

Subrat Kumar Nayak
  • Published: Sunday, 16 February 2020
  • , Updated: 16 February 2020, 07:34 PM IST

ନୂଆଦିଲ୍ଲୀ: ଆଜି ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆପ୍‌ ଆବାହକ ଅରବିନ୍ଦ କେଜ୍ରିୱାଲ। ତେବେ ଏହି ଶପଥ ଗ୍ରହଣ ଉତ୍ସବର ଅନ୍ୟତମ ଆକର୍ଷଣ ଥିଲେ ‘କୁନି ମଫଲରମ୍ୟାନ୍‌’। ନିର୍ବାଚନ ସମୟରେ ବେଶ ଚର୍ଚ୍ଚାର ଥିବା ଏହି ୧ ବର୍ଷର ବାଳକ ଆଜି ନିମନ୍ତ୍ରିତ ଅତିଥି ଥିଲେ।
ଆପ୍‌ର ଅଫିସିଆଲ ହ୍ୟାଣ୍ଡଲରରୁ ହିଁ ଟ୍ୱିଟ୍‌ କରି ଆଭ୍ୟାନ୍‌ ତୋମାର ନାମକ ଏହି କୁନି ମଫଲରମ୍ୟାନ୍‌ଙ୍କୁ ନିମନ୍ତ୍ରଣ କରାଯାଇଥିଲା। ୧୩ ତାରିଖରେ ହିଁ ନିମନ୍ତ୍ରଣ କରି ୧୬ ତାରିଖ ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଥିଲା।

https://twitter.com/AamAadmiParty/status/1227852934664163329?s=20
ଆଉ ଆଜି ରାମଲୀଲା ମୈଦାନରେ ସେ ହାଜର ହୋଇଯାଇଥିଲେ। ତାଙ୍କ ସହ ଫଟୋ ଉଠାଇବାକୁ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ବିଭିନ୍ନ ଲୋକଙ୍କ ମଧ୍ୟରେ ଆପ୍‌ ବିଧାୟକ ରାଘବ ଚଢ଼ା ମଧ୍ୟ ତାଙ୍କ ସହ ଫଟୋ ଉଠାଇବାକୁ ଭୁଲିନଥିଲେ।
https://twitter.com/raghav_chadha/status/1228949174495825920?s=20
ଏହା ପରେ ଥିଲେ ‘କୁନି ମଫଲରମ୍ୟାନ୍‌’ଙ୍କ ପ୍ରତି ଭଲପାଇବା ଜଣାଇ ବିଭିନ୍ନ ଟ୍ୱିଟ୍‌ ବର୍ଷା ହେବାରେ ଲାଗିଥିଲା।
https://twitter.com/ashispandey1693/status/1228954426561327104?s=20
https://twitter.com/WritesKayBee/status/1228962778485936129?s=20

Related story