ବାଗଦାଦରେ ବୋମା ବିସ୍ଫୋରଣ, ୬୦ ମୃତ, ୨୦୦ ଆହତ

ବାଗଦାଦ: ଇରାକର ରାଜଧାନୀ ବାଗଦାଦରେ ଗୁରୁବାର ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ୬୦ ଲୋକଙ୍କ ମୃତ୍ୟୁ ହୋଇଛି। ୨୦୦ରୁ ଅଧିକ ଆହତ ହୋଇଛନ୍ତି। ବିସ୍ଫୋରଣ ବାଗଦାଦ ନିକଟସ୍ଥ ଏକ ଟ୍ରକରେ ହୋଇଥିଲା। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁରକ୍ଷାକର୍ମୀଚାରୀ ଘଟଣାସ୍ଥଳକୁ ସିଲ୍ କରି ତଦନ୍ତ କରୁଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ କରି ନାହାନ୍ତି। ତେବେ ଏହା ଆତଙ୍କବାଦୀ ସଂଗଠନ ଇସଲାମିକ […]

bagdad

Rakesh Mallick
  • Published: Thursday, 13 August 2015
  • , Updated: 04 May 2017, 03:45 PM IST

ବାଗଦାଦ: ଇରାକର ରାଜଧାନୀ ବାଗଦାଦରେ ଗୁରୁବାର ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ୬୦ ଲୋକଙ୍କ ମୃତ୍ୟୁ ହୋଇଛି। ୨୦୦ରୁ ଅଧିକ ଆହତ ହୋଇଛନ୍ତି। ବିସ୍ଫୋରଣ ବାଗଦାଦ ନିକଟସ୍ଥ ଏକ ଟ୍ରକରେ ହୋଇଥିଲା। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁରକ୍ଷାକର୍ମୀଚାରୀ ଘଟଣାସ୍ଥଳକୁ ସିଲ୍ କରି ତଦନ୍ତ କରୁଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ କରି ନାହାନ୍ତି। ତେବେ ଏହା ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ ବା ଆଇଏସର ବୋଲି କୁହାଯାଉଛି।

Related story