ବାଗ୍‌ଦାଦରେ ଆକ୍ରମଣ ଓ ବିସ୍ଫୋରଣ, ୨୫ ମୃତ,୭୧ ଆହତ

ବାଗ୍‌ଦାଦ: ବାଗଦାଦ୍‌ରେ ମଙ୍ଗଳବାର ଆଇଏସ୍‌ଆଇଏସ୍‌ ଆତଙ୍କବାଦୀଙ୍କ ଆକ୍ରମଣ ଓ ସିରିଜ୍‌ ଆତ୍ମଘାତୀ ବୋମା ବିସ୍ଫୋରଣରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୧ ଲୋକ ଗୁରୁତର ଆହତ ହୋଇଛନ୍ତି। ବାଗ୍‌ଦାଦର ଶାବ୍‌ ଅଞ୍ଚଳରେ ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟିବାରୁ ଅତି କମ୍‌ରେ ୧୫ ଜଣଙ୍କର ପ୍ରାଣ ହାନି ଘଟିଛି। ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ମୁଖପାତ୍ର ସାଦ୍ ମନ୍‌ କହିଛନ୍ତି,“କିଛି ମହିଳା ଆଇଏସ୍‌ଆଇଏସ୍‌ ଆତଙ୍କୀ ମାନବ ବୋମା ଜନଗହଳିପୂର୍ଣ୍ଣ ସ୍ଥାନରେ ନିଜକୁ ବିସ୍ଫୋରଣ କରିଥିଲେ, ଯାହା ଫଳରେ ବହୁଲୋକଙ୍କ ପ୍ରାଣ […]

baghdad

Rakesh Mallick
  • Published: Tuesday, 17 May 2016
  • , Updated: 04 May 2017, 03:44 PM IST

ବାଗ୍‌ଦାଦ: ବାଗଦାଦ୍‌ରେ ମଙ୍ଗଳବାର ଆଇଏସ୍‌ଆଇଏସ୍‌ ଆତଙ୍କବାଦୀଙ୍କ ଆକ୍ରମଣ ଓ ସିରିଜ୍‌ ଆତ୍ମଘାତୀ ବୋମା ବିସ୍ଫୋରଣରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୧ ଲୋକ ଗୁରୁତର ଆହତ ହୋଇଛନ୍ତି। ବାଗ୍‌ଦାଦର ଶାବ୍‌ ଅଞ୍ଚଳରେ ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟିବାରୁ ଅତି କମ୍‌ରେ ୧୫ ଜଣଙ୍କର ପ୍ରାଣ ହାନି ଘଟିଛି।

ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ମୁଖପାତ୍ର ସାଦ୍ ମନ୍‌ କହିଛନ୍ତି,“କିଛି ମହିଳା ଆଇଏସ୍‌ଆଇଏସ୍‌ ଆତଙ୍କୀ ମାନବ ବୋମା ଜନଗହଳିପୂର୍ଣ୍ଣ ସ୍ଥାନରେ ନିଜକୁ ବିସ୍ଫୋରଣ କରିଥିଲେ, ଯାହା ଫଳରେ ବହୁଲୋକଙ୍କ ପ୍ରାଣ ହାନି ଘଟିଥିବା ବେଳେ ବହୁ ଓସାଧାରଣ ଲୋକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।”

ଘଟଣାସ୍ଥଳରେ ସେନା କର୍ମଚାରୀ ଓ ପୋଲିସଙ୍କୁ ମୁତୟନ କରାଯାଇଛି।

Related story