ବହୁ ଚେଷ୍ଟା କରି ବି ପୁଅକୁ ଆଇଏସରେ ମିଶିବାରୁ ନିବୃତ୍ତ କରିପାରିଲିନି: ଜୋଡାନ ସାଂସଦ ଦଲାଇନ୍

ଓମାନ: ଜୋଡାନର ସାଂସଦ ମାଜିନ୍ ଦଲାଇନ୍ ତାଙ୍କ ପୁଅ ଇସଲାମିକ୍ ଷ୍ଟେଟରେ ସାମିଲ ହେବା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି ଯେ, ବହୁ ଚେଷ୍ଟା କରିଲୁ ହେଲେ ପୁଅକୁ ଆଇଏସରେ ସାମିଲ ହେବାରୁ ନିବୃତ୍ତ କରିପାରିଲୁନି । ଏହି ସଂଗଠନରେ ସାମିଲ ହେବାର ପ୍ରାୟ ୩ ମାସ ପରେ ସେ ଇରାକରେ ଶକ୍ତିଶାଳୀ ବିସ୍ଫୋରଣ କରିଥିଲା ବୋଲି ସାଂସଦ ଦଲାଇନ୍ କହିଛନ୍ତି। ଗତ ଜୁନରେ ପୁଅ ମହମ୍ମଦଙ୍କୁ ୟୁକ୍ରେନରେ ଭେଟିଥିଲି ବୋଲି ସାଂସଦ ଦଲାଇନ୍ […]

islamic-state-suicide-atta

Rakesh Mallick
  • Published: Sunday, 04 October 2015
  • , Updated: 04 May 2017, 03:44 PM IST

ଓମାନ: ଜୋଡାନର ସାଂସଦ ମାଜିନ୍ ଦଲାଇନ୍ ତାଙ୍କ ପୁଅ ଇସଲାମିକ୍ ଷ୍ଟେଟରେ ସାମିଲ ହେବା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି ଯେ, ବହୁ ଚେଷ୍ଟା କରିଲୁ ହେଲେ ପୁଅକୁ ଆଇଏସରେ ସାମିଲ ହେବାରୁ ନିବୃତ୍ତ କରିପାରିଲୁନି । ଏହି ସଂଗଠନରେ ସାମିଲ ହେବାର ପ୍ରାୟ ୩ ମାସ ପରେ ସେ ଇରାକରେ ଶକ୍ତିଶାଳୀ ବିସ୍ଫୋରଣ କରିଥିଲା ବୋଲି ସାଂସଦ ଦଲାଇନ୍ କହିଛନ୍ତି। ଗତ ଜୁନରେ ପୁଅ ମହମ୍ମଦଙ୍କୁ ୟୁକ୍ରେନରେ ଭେଟିଥିଲି ବୋଲି ସାଂସଦ ଦଲାଇନ୍ କହିଛନ୍ତି। ସେଠାରେ ସେ ମେଡିସିନ୍ ବିଷୟ ଉପରେ ପଢୁଥିଲା। ଇସଲାମିକ୍ ଷ୍ଟେଟରେ ମିଶିବାକୁ ମନା କରିବାର ଗୋଟିଏ ଦିନ ପରେ ସେ ସିରିୟା ଦେଇ ଇରାକକୁ ଚାଲିଯାଇଥିଲା ବୋଲି ଦଲାଇନ୍ କହିଛନ୍ତି।

ଗତ ସପ୍ତାହରେ ଇସଲାମିକ୍ ଷ୍ଟେଟ୍ ସହ ଜଡିତ ୱେବସାଟରେ ମହମ୍ମଦର ମୃତ୍ୟୁ ଖବର ଜାଣିବାକୁ ପାଇଥିବା ସାଂସଦ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜୋଡାନ ସେନା ନାଟୋ ସେନାରେ ସାମିଲ ହୋଇ ଇସଲାମିକ୍ ଷ୍ଟେଟ୍ ବିରୋଧରେ ଲଢୁଛି ।

Related story