ଚଉକିରେ ବେଲୁନ୍ ବାନ୍ଧି ଉଡିଲେ ଯୁବକ, ବୁଲିଆସିଲେ ୧୬ ମାଇଲ୍

ନୂଆଦିଲ୍ଲୀ: କିଛି ନୂଆ  ଆଉ ଭିନ୍ନ ଧରଣର କାର୍ଯ୍ୟ କରିବାକୁ କହାରବା ଇଚ୍ଛା ନ ଥାଏ । ହେଲେ ସବୁବେଳ ସବୁ ଇଚ୍ଛା ପୂର୍ଣ୍ଣ ହୋଇ ନ ଥାଏ । ହେଲେ ଦକ୍ଷିଣ ଆଫ୍ରିକାର ଟମ୍‌ ମାର୍ଗନ ନିଜ ଇଚ୍ଛା ପୂର୍ଣ୍ଣ କରିବାକୁ ଏକ ଅଭିନବ ଉପାୟ ବାଛି ଆଜି ସାରା ବିଶ୍ୱରେ ଚର୍ଚ୍ଚିତ ହୋଇପଡିଛନ୍ତି । ବିନା ଉଡାଯାହାଜରେ ସେ ଆକାଶ ମାର୍ଗରେ ୧୬ ମାଇଲ ବାଟ ବୁଲି ଆସିଛନ୍ତି । ଅବାସ୍ତବ ଲାଗୁଥିଲେ ବି […]

26_10_2017-balloon_2610171

Rakesh Mallick
  • Published: Saturday, 28 October 2017
  • , Updated: 28 October 2017, 04:45 PM IST

ନୂଆଦିଲ୍ଲୀ: କିଛି ନୂଆ  ଆଉ ଭିନ୍ନ ଧରଣର କାର୍ଯ୍ୟ କରିବାକୁ କହାରବା ଇଚ୍ଛା ନ ଥାଏ । ହେଲେ ସବୁବେଳ ସବୁ ଇଚ୍ଛା ପୂର୍ଣ୍ଣ ହୋଇ ନ ଥାଏ । ହେଲେ ଦକ୍ଷିଣ ଆଫ୍ରିକାର ଟମ୍‌ ମାର୍ଗନ ନିଜ ଇଚ୍ଛା ପୂର୍ଣ୍ଣ କରିବାକୁ ଏକ ଅଭିନବ ଉପାୟ ବାଛି ଆଜି ସାରା ବିଶ୍ୱରେ ଚର୍ଚ୍ଚିତ ହୋଇପଡିଛନ୍ତି । ବିନା ଉଡାଯାହାଜରେ ସେ ଆକାଶ ମାର୍ଗରେ ୧୬ ମାଇଲ ବାଟ ବୁଲି ଆସିଛନ୍ତି । ଅବାସ୍ତବ ଲାଗୁଥିଲେ ବି ଘଟଣାଟି ସତ।

ମାର୍ଗନ୍‌ଙ୍କ ସବୁବେଳେ ଇଚ୍ଛା ଥାଏ ସେ ଆକଶରେ ଚେଢେଇଟିଏ ଭଳି ଉଡି ବୁଲନ୍ତେ କି । ହେଲେ ପରିସ୍ଥିତ ପରିବେଶ ସେ ସବୁର ସୁଯୋଗ ଦେଉ ନ ଥିଲା । ଶେଷରେ ଏକ ଅଭିନବ ଉପାୟ ତାଙ୍କ ମୁଣ୍ଡକୁ ଜୁଟିଥିଲା  । ଆଉ ସେ ଏକ ଚଉକିର ୧୦୦ଟି  ବେଲୁନ୍‌ରେ ହିଲିୟମ୍‌ ଗ୍ୟାସ୍‌ ଭରି ଚଉକି ସହ ଆକାଶରେ ଉଡି ବୁଲୁଥିଲେ । ଯାହା ତାଙ୍କ ପାଇଁ ଏକ ବିରଳ ଉପଲବ୍ଧି ଥିଲା। ହେଲେ ମାତ୍ର ୧୬ ମାଇଲରେ ସନ୍ତୁଷ୍ଟ ନ ଥିବା ଟମ୍ ଆଗରୁ ଆକଶ ମାର୍ଗରେ ଅଧିକ ପଥ ଅତିକ୍ରମ କରିବାକୁ ଯୋଜନା ରଖିଛନ୍ତି ବୋଲି କୁହନ୍ତି ।

Related story