ବାଂଲାଦେଶ ଗସ୍ତ ସାରି ଫେରିଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ବାଂଲାଦେଶ ଗସ୍ତ ସାରି ରବିବାର ସନ୍ଧ୍ୟାରେ ନୂଆଦିଲ୍ଲୀ ଫେରିଛନ୍ତି। ଗସ୍ତର ଶେଷ ଦିନରେ ମୋଦି ଢାକା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଉତ୍ସବରେ ପ୍ରବାସୀ ଭାରତୀୟମାନଙ୍କୁ ସମ୍ୱୋଧିତ କରିଥିଲେ। ଏହି ଅବସରରେ ମୋଦି ତାଙ୍କ ବାଲାଂଦେଶ ଗସ୍ତକୁ ସଫଳ ହେବା ସହ ଦୁଇ ଦେଶ ସମ୍ପର୍କରେ ନୂଆ ଅଧ୍ୟୟ ଯୋଡ଼ି ହୋଇଥିବା କହିଛନ୍ତି। ମୋଦିଙ୍କ ଗସ୍ତ ବେଳେ ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ଭୂ ସୀମା ଚୁକ୍ତିକୁ ମୋଦି ଦୁଇ ଦେଶ ମଧ୍ୟରେ ସମ୍ପର୍କର […]

Pm arrival

Rakesh Mallick
  • Published: Monday, 08 June 2015
  • , Updated: 08 June 2015, 04:54 AM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ବାଂଲାଦେଶ ଗସ୍ତ ସାରି ରବିବାର ସନ୍ଧ୍ୟାରେ ନୂଆଦିଲ୍ଲୀ ଫେରିଛନ୍ତି। ଗସ୍ତର ଶେଷ ଦିନରେ ମୋଦି ଢାକା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଉତ୍ସବରେ ପ୍ରବାସୀ ଭାରତୀୟମାନଙ୍କୁ ସମ୍ୱୋଧିତ କରିଥିଲେ। ଏହି ଅବସରରେ ମୋଦି ତାଙ୍କ ବାଲାଂଦେଶ ଗସ୍ତକୁ ସଫଳ ହେବା ସହ ଦୁଇ ଦେଶ ସମ୍ପର୍କରେ ନୂଆ ଅଧ୍ୟୟ ଯୋଡ଼ି ହୋଇଥିବା କହିଛନ୍ତି। ମୋଦିଙ୍କ ଗସ୍ତ ବେଳେ ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ଭୂ ସୀମା ଚୁକ୍ତିକୁ ମୋଦି ଦୁଇ ଦେଶ ମଧ୍ୟରେ ସମ୍ପର୍କର ସେତୁ ବୋଲି ଆଖ୍ୟା ଦେଇଛନ୍ତି। ତେବେ ଉଭୟ ଭାରତ ଓ ବାଂଲାଦେଶ ମଧ୍ୟରେ ତିସ୍ତା ନଦୀ ଜଳ ବଣ୍ଟନକୁ ନେଇ ଦୀର୍ଘ ବର୍ଷ ଧରି ବିବାଦ ରହିଥିବାରୁ ଏହାର ସମାଧାନ ନେଇ ଚଳିତ ଗସ୍ତ ବେଳେ କୌଣସି ଆଲୋଚନା ହୋଇପାରିନି। ତେବେ ଆଗକୁ ଏ ସମସ୍ୟାର ନିଶ୍ଚିତ ସମାଧାନ କରାଯିବ ବୋଲି ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ରାଜନୈତିକ ନୁହେଁ ବରଂ ମାନବିକତା ଦୃଷ୍ଟିକୋଣରୁ ତିସ୍ତା ଜଳ ବଣ୍ଟନ ବିବାଦର ସମାଧାନ କରାଯିବ ବୋଲି ସେ କହିଛନ୍ତି।

Related story