ଫେବୃଆରୀରେ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ!

ନୂଆଦିଲ୍ଲୀ: ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ ୟନିୟନ (ୟୁଏଫବିୟୁ) ୩୧ ଜାନୁଆରୀ ଏବଂ ଫେବୃଆରୀ ୧ ଦୁଇ ଦିନ ବ୍ୟାଙ୍କ ଧର୍ମଘଟ କରିବାକୁ ଆହ୍ୱାନ କରିଛି। ବ୍ୟାଙ୍କ କର୍ମଚାରୀ ସଂଘଗୁଡ଼ିକ ବେତନ ବୃଦ୍ଧି ଏବଂ ଅନ୍ୟାନ୍ୟ ଦାବି ନେଇ ଧର୍ମଘଟ କରିବେ ବୋଲି ଆହ୍ୱାନ କରିଛନ୍ତି। ଯଦି ଦାବି ପୂରଣ ନହେବ ତାହେଲେ ମାର୍ଚ୍ଚରେ ତିନି ଦିନ ବ୍ୟାଙ୍କ ବନ୍ଦ ପାଇଁ ଡାକରା ଦିଆଯିବ ବୋଲି ୟୁଏଫବିୟୁ କହିଛି। ଯଦି ମାର୍ଚ୍ଚରେ ବି ଦାବି ପୂରଣ ନହେବ […]

bank-strike

Subhransu Sekhar
  • Published: Sunday, 19 January 2020
  • , Updated: 19 January 2020, 09:31 PM IST

ନୂଆଦିଲ୍ଲୀ: ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ ୟନିୟନ (ୟୁଏଫବିୟୁ) ୩୧ ଜାନୁଆରୀ ଏବଂ ଫେବୃଆରୀ ୧ ଦୁଇ ଦିନ ବ୍ୟାଙ୍କ ଧର୍ମଘଟ କରିବାକୁ ଆହ୍ୱାନ କରିଛି। ବ୍ୟାଙ୍କ କର୍ମଚାରୀ ସଂଘଗୁଡ଼ିକ ବେତନ ବୃଦ୍ଧି ଏବଂ ଅନ୍ୟାନ୍ୟ ଦାବି ନେଇ ଧର୍ମଘଟ କରିବେ ବୋଲି ଆହ୍ୱାନ କରିଛନ୍ତି। ଯଦି ଦାବି ପୂରଣ ନହେବ ତାହେଲେ ମାର୍ଚ୍ଚରେ ତିନି ଦିନ ବ୍ୟାଙ୍କ ବନ୍ଦ ପାଇଁ ଡାକରା ଦିଆଯିବ ବୋଲି ୟୁଏଫବିୟୁ କହିଛି। ଯଦି ମାର୍ଚ୍ଚରେ ବି ଦାବି ପୂରଣ ନହେବ ତାହେଲେ ଏପ୍ରିଲ୧ରେ ଧର୍ମଘଟ ପାଇଁ ଡକରା ଦିଆଯିବ ବୋଲି ୟୁଏଫବିଏୟୁ କହିଛି।

ୟୁଏଏଫବିୟୁର ସଂଯୋଜକ ସଞ୍ଜୀବ କୁମାର ବାନ୍ଦଲିଶ କହିଛନ୍ତି, ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ସହିତ ବେତନ ସଂଶୋଧନ ଓ ଅନ୍ୟାନ୍ୟ ଦାବିକୁ ନେଇ ହୋଇଥିବା ଆଲୋଚନା ବୈଠକ ବିଫଳ ହେବା ପରେ ୟୁଏଫବିୟୁ ପକ୍ଷରୁ ଚଳିତ ମାସ ୩୧ରୁ ଦୁଇ ଦିନିଆ ଧର୍ମଘଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଧର୍ମଘଟ ବାବଦରେ ଅର୍ଥ ବିଭାଗର ସଚିବ ଏବଂ ଶ୍ରମ ମନ୍ତ୍ରଣାଳୟକୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ବ୍ୟାଙ୍କ କର୍ମଚାରୀ ସଂଘଗୁଡ଼ିକ ଦରମା ବୃଦ୍ଧି ଏବଂ ଅନ୍ୟାନ୍ୟ ଦାବି ନେଇ ଫେବୃଆରୀ ୧, ୧୨, ୧୩ ଏବଂ ୧୪ ତାରିଖରେ ଧର୍ମଘଟ କରିବାକୁ ନିଷ୍ପତି ନେଇଛନ୍ତି । ଏହାବାଦ୍ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର, ସମସ୍ତ ରବିବାର ଏବଂ ୨୧ରେ ମହାଶିବରାତ୍ରୀ ରହିଛି। ଏସବୁ ଦିନ ସରକାରୀ ଛୁଟି ରହିଛି। ତେଣୁ ଫେବୃଆରୀରେ ପାଖାପାଖି ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ଜଣାପଡ଼ିଛି।

Related story