ବ୍ୟାଙ୍କକରେ ଶକ୍ତିଶାଳୀ ବୋମା ବିସ୍ଫୋରଣ, ୨୭ ମୃତ

ବ୍ୟାଙ୍କକ୍: ଥାଇଲ୍ୟାଣ୍ଡ ରାଜଧାନୀ ବ୍ୟାଙ୍କକ ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟି ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଏରାୱାନ ମନ୍ଦିର ବାହାରେ ଗତକାଲି ସନ୍ଧ୍ୟାରେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ମୃତ ବ୍ୟକ୍ତିଙ୍କ ଅଙ୍ଗପ୍ରତ୍ୟଙ୍ଗ ବିଛାଡି ହୋଇପଡ଼ିଥିଲା। ଏକ ମୋଟର ସାଇକେଲରେ ଏହି ଉଚ୍ଚ ଶକ୍ତି ସମ୍ପନ୍ନ ବିସ୍ଫୋରକ ରଖାଯାଇ ଜନଗହଳିପୂର୍ଣ୍ଣ ସ୍ଥାନରେ ବିସ୍ଫୋରଣ କରାଯାଇଥିବା ସନ୍ଦେହ କରାଯାଉଛି। ତଦନ୍ତକାରୀ ଦଳ ଅନୁସନ୍ଧାନ କରି ଧର୍ମପୀଠ ପରିସରରୁ ଓ […]

boma

Rakesh Mallick
  • Published: Tuesday, 18 August 2015
  • , Updated: 04 May 2017, 03:45 PM IST

ବ୍ୟାଙ୍କକ୍: ଥାଇଲ୍ୟାଣ୍ଡ ରାଜଧାନୀ ବ୍ୟାଙ୍କକ ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟି ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଏରାୱାନ ମନ୍ଦିର ବାହାରେ ଗତକାଲି ସନ୍ଧ୍ୟାରେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ମୃତ ବ୍ୟକ୍ତିଙ୍କ ଅଙ୍ଗପ୍ରତ୍ୟଙ୍ଗ ବିଛାଡି ହୋଇପଡ଼ିଥିଲା। ଏକ ମୋଟର ସାଇକେଲରେ ଏହି ଉଚ୍ଚ ଶକ୍ତି ସମ୍ପନ୍ନ ବିସ୍ଫୋରକ ରଖାଯାଇ ଜନଗହଳିପୂର୍ଣ୍ଣ ସ୍ଥାନରେ ବିସ୍ଫୋରଣ କରାଯାଇଥିବା ସନ୍ଦେହ କରାଯାଉଛି। ତଦନ୍ତକାରୀ ଦଳ ଅନୁସନ୍ଧାନ କରି ଧର୍ମପୀଠ ପରିସରରୁ ଓ ବାହାରୁ ୨ଟି ବୋମା ଜବତ କରିଛନ୍ତି।  ବିସ୍ଫୋରଣ ଘଟିଥିବା ସ୍ଥଳରେ ଭଗବାନ ବ୍ରହ୍ମାଙ୍କ ମନ୍ଦିର ରହିଛି ଯେଉଁଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ଏହାକୁ ଲାଗି  ମଧ୍ୟ ୩ଟି ବଡ ଶପିଂ ମଲ ରହିଛି।  ମୃତକଙ୍କ ମଧ୍ୟରେ ୪ ଜଣ ବିଦେଶୀ ନାଗରିକ ଥିବା ଜଣାପଡ଼ିଛି। ତେବେ କୌଣସି ଭାରତୀୟଙ୍କ ମୃତାହତ ନେଇ ସୂଚନା ମିଳିନାହିଁ।  କୌଣସି ଆତଙ୍କବାଦୀ ସଙ୍ଗଠନ ମଧ୍ୟ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି।

Related story