ଲୋନ୍‌ ପାଇଁ ଆଉ ବ୍ୟାଙ୍କ ଯିବାକୁ ପଡିବ ନାହିଁ: ଏଟିଏମ୍‌ରୁ ମାତ୍ର ୧୦ ସେକେଣ୍ଡରେ ମିଳିଯିବ

ନୂଆଦିଲ୍ଲୀ: ପାର୍ବଣ ଋତୁ ଆସିଲେ ଖର୍ଚ୍ଚ ଚିନ୍ତାରେ ଲୋକଙ୍କ ନିଦ ହଜିଯାଏ। ଟଙ୍କା କେଉଁଠୁ ଆଣିବେ କେମିତି ଖର୍ଚ୍ଚ କରିବେ ତାକୁ ନେଇ ସମସ୍ତେ ଘାରିହୋଇଥାନ୍ତି। ଏପରି ସମସ୍ୟାକୁ ଦୃଷ୍ଟିରେ ରଖି ଦେଶର ୩ଟି ବଡ଼ ବ୍ୟାଙ୍କ ପର୍ସନାଲ ଲୋନ୍‌ ସୁବିଧା ଏଟିଏମ୍‌ ଦ୍ୱାରା ଆଣିଛନ୍ତି। ଏହି ବ୍ୟାଙ୍କ ଗୁଡିକ ହେଲା ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଓ ଏସ୍‌ବିଆଇ ବ୍ୟାଙ୍କ। ଏଟିଏମ୍‌ରୁ ହିଁ ଜଣେ ଗ୍ରାହକ ଏହି ଲୋନ୍‌ ନେଇ ପାରିବେ। ଏଥିପାଇଁ ତାଙ୍କୁ ବ୍ୟାଙ୍କ […]

atm

Rakesh Mallick
  • Published: Tuesday, 03 October 2017
  • , Updated: 03 October 2017, 07:30 AM IST

ନୂଆଦିଲ୍ଲୀ: ପାର୍ବଣ ଋତୁ ଆସିଲେ ଖର୍ଚ୍ଚ ଚିନ୍ତାରେ ଲୋକଙ୍କ ନିଦ ହଜିଯାଏ। ଟଙ୍କା କେଉଁଠୁ ଆଣିବେ କେମିତି ଖର୍ଚ୍ଚ କରିବେ ତାକୁ ନେଇ ସମସ୍ତେ ଘାରିହୋଇଥାନ୍ତି। ଏପରି ସମସ୍ୟାକୁ ଦୃଷ୍ଟିରେ ରଖି ଦେଶର ୩ଟି ବଡ଼ ବ୍ୟାଙ୍କ ପର୍ସନାଲ ଲୋନ୍‌ ସୁବିଧା ଏଟିଏମ୍‌ ଦ୍ୱାରା ଆଣିଛନ୍ତି। ଏହି ବ୍ୟାଙ୍କ ଗୁଡିକ ହେଲା ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଓ ଏସ୍‌ବିଆଇ ବ୍ୟାଙ୍କ। ଏଟିଏମ୍‌ରୁ ହିଁ ଜଣେ ଗ୍ରାହକ ଏହି ଲୋନ୍‌ ନେଇ ପାରିବେ। ଏଥିପାଇଁ ତାଙ୍କୁ ବ୍ୟାଙ୍କ ଯିବାକୁ ପଡିବ ନାହିଁ।

ଏଟିଏମ୍‌ରେ ମାତ୍ର ୧୦ ସେକେଣ୍ଡରେ ଜଣେ ଗ୍ରାହକ ଲୋନ୍‌ ନେଇ ପାରିବେ। ଜଣେ ସର୍ବାଧିକ ୧୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଲୋନ୍‌ ନେବାର ସୁବିଧା ଦିଆଯାଇଛି। ତେବେ ଏଟିଏମ୍‌ରେ ଲୋନ୍‌ ନେବା ପାଇଁ କିଛି ସର୍ତ୍ତାବଳୀ ରଖାଯାଇଛି। ଏଟିଏମ୍‌ ଜରିଆରେ ଲୋନ୍‌ ଆଣିବା ବେଳେ ସିଭିଲ ସ୍କୋର ଓ ଦରମା ଉପରେ ଗୁରୁତ୍ୱ ଦିଆଯିବ। ଏହା ଠିକ୍‌ ଥିଲେ ଗ୍ରାହକ ଏଟିଏମ୍‌ ଜରିଆରେ ଲୋନ୍‌ ନେଇ ପାରିବେ। ଯଦି ସିଭିଲ ସ୍କୋର ଓ ଦରମାରେ କିଛି ସମସ୍ୟା ଥିବ ତେବେ ଲୋନ୍‌ ନେବା ସମ୍ଭବ ହେବନାହିଁ।

ଆଇସିଆଇସିଆଇ ବ୍ୟାଙ୍କ: ଘରୋଇ ସେକ୍ଟରରେ ସବୁଠାରୁ ବଡ଼ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ ପୂଜାରେ ଏଟିଏମ୍‌ ଜରିଆରେ ୧୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କାର ଲୋନ୍‌ ଦେଉଛି। ଏଟିଏମ୍‌ରେ ବ୍ୟାଙ୍କର ଗ୍ରାହକଙ୍କୁ ସୁଧ, ପ୍ରାସେସିଂ ଫିସ୍‌ ଓ ଇଏମ୍‌ଆଇ ସମ୍ପର୍କରେ ସୂଚନା ଦିଆଯାଉଛି। ୧୫ ଲକ୍ଷର ଲୋନ୍‌କୁ ୫ ବର୍ଷରେ ଶୁଝିବାକୁ ପଡିବ।

ଏଚ୍‌ଡିଏଫସି ବ୍ୟାଙ୍କ: ଘରୋଇ ସେକ୍ଟରରେ ଦ୍ୱିତୀୟ ବୃହତ ବ୍ୟାଙ୍କ ଏଚ୍‌ଡିଏଫସିର ଏଟିଏମ୍‌ରୁ ମାତ୍ର ୧୦ ସେକେଣ୍ଡରେ ମିଳି ପାରିବ ଲୋନ୍‌। ଯେଉଁମାନଙ୍କର ସାଲାରୀ ଆକାଉଣ୍ଟ ଥିବା କିମ୍ବା କର୍ପୋରେଟ କଷ୍ଟମର ହୋଇଥିବେ ସେମାନଙ୍କୁ ଏହି ଲୋନ୍‌ ମିଳିବ। ଦରମା ହିସାବରେ ଏଟିଏମରେ ଲୋନ୍‌ ଆମାଉଣ୍ଟ ଓ ଇଏମ୍‌ଆଇ ସମ୍ପର୍କରେ ଜାଣି ହେବ।

ଏସବିଆଇ: ପୂଜାକୁ ଦୃଷ୍ଟିରେ ରଖି ଏସବିଆଇ ବ୍ୟାଙ୍କ ଲୋନ୍‌ ପ୍ରୋସେସିଂ ଛାଡ କରିଦେଇଛି। କାର ଲୋନ, ଗୋଲ୍ଡ ଲୋନ୍‌ ଓ ପର୍ସନାଲ ଲୋନ୍‌ରେ ଶତ ପ୍ରତିଶତ ଛାଡ କରିଛି ବ୍ୟାଙ୍କା। ଏହାସହ କାର ଲୋନ୍‌ ନେଲେ ୩୧ ଡିସେମ୍ବର ପର୍ଯ୍ୟନ୍ତ ଓ ପର୍ସନାଲ ଗୋଲ୍ଡ ଲୋନ୍‌ରେ ୩୧ ଅକ୍ଟୋବର ପର୍ଯ୍ୟନ୍ତ ୫୦ ପ୍ରତିଶତ ଛାଡ଼ କରାଯାଇଛି।

 

 

Related story