ୟୁପିଏଠାରୁ ୩ ଗୁଣ ଅଧିକ ଋଣ ଛାଡ଼ିଛନ୍ତି ମୋଦି ସରକାର

ନୂଆଦିଲ୍ଲୀ: ମନମୋହନ ସିଂହ ନେତୃତ୍ୱାଧୀନ ୟୁପିଏ ସରକାର ତୁଳନାରେ ମୋଦି ସରକାର ଚାରି ବର୍ଷରେ ୩ ଗୁଣ ଅଧିକ ଋଣ ଛାଡ଼ କରିଛନ୍ତି। ଆରଟିଆଇ ଜରିଆରେ ଏହି ସୂଚନା ମିଳିଛି। ଯାହାକି ୟୁପିଏ ସରକାର ସମୟରେ ଲୋନ୍ ପୈଇଠ ନକରିପାରି ଏନପିଏରେ ପରିଣତ ହୋଇଥିବା ମୋଟ୍ ଟଙ୍କାର ତିନି ଗୁଣା। ୟୁପିଏର ୧୦ ବର୍ଷ ସରକାର ବେଳେ ମୋଟ୍ ୨,୨୦,୩୨୮ କୋଟି ଟଙ୍କା ବିଭିନ୍ନ ବ୍ୟାଙ୍କରୁ ଏନପିଏ ହୋଇଥିବା ବେଳେ ଏବେର ଏନଡିଏ ସରକାର ୨୦୧୫-୧୯ ମଧ୍ୟରେ […]

modi manmohan

Subhransu Sekhar
  • Published: Monday, 21 December 2020
  • , Updated: 21 December 2020, 06:44 PM IST

ନୂଆଦିଲ୍ଲୀ: ମନମୋହନ ସିଂହ ନେତୃତ୍ୱାଧୀନ ୟୁପିଏ ସରକାର ତୁଳନାରେ ମୋଦି ସରକାର ଚାରି ବର୍ଷରେ ୩ ଗୁଣ ଅଧିକ ଋଣ ଛାଡ଼ କରିଛନ୍ତି। ଆରଟିଆଇ ଜରିଆରେ ଏହି ସୂଚନା ମିଳିଛି। ଯାହାକି ୟୁପିଏ ସରକାର ସମୟରେ ଲୋନ୍ ପୈଇଠ ନକରିପାରି ଏନପିଏରେ ପରିଣତ ହୋଇଥିବା ମୋଟ୍ ଟଙ୍କାର ତିନି ଗୁଣା।

ୟୁପିଏର ୧୦ ବର୍ଷ ସରକାର ବେଳେ ମୋଟ୍ ୨,୨୦,୩୨୮ କୋଟି ଟଙ୍କା ବିଭିନ୍ନ ବ୍ୟାଙ୍କରୁ ଏନପିଏ ହୋଇଥିବା ବେଳେ ଏବେର ଏନଡିଏ ସରକାର ୨୦୧୫-୧୯ ମଧ୍ୟରେ ୭,୯୪,୩୫୩ କୋଟି ଟଙ୍କା ଛାଡ଼ ହୋଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଘରୋଇ ବ୍ୟାଙ୍କ ସହିତ ବିଦେଶୀ ବ୍ୟାଙ୍କ ଏହି ଟଙ୍କା ଛାଡ଼ି କରିଥିବା ଜଣାପଡ଼ିଛି। ପୁଣେର ପ୍ରଫୁଲ ସାରଦା ନାମକ ଜଣେ ବ୍ୟବସାୟୀ ଆରଟିଆଇ ଜରିଆରେ ଏହି ସୂଚନା ପାଇଛନ୍ତି।

କଂଗ୍ରେସ ଦଶନ୍ଧି (୨୦୦୪-୨୦୧୪) ମଧ୍ୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ ପ୍ରାୟ ୧,୫୮,୯୯୪ କୋଟି ଟଙ୍କା ଛାଡ଼ କରିଥିବାବେଳେ ଘରୋଇ ବ୍ୟାଙ୍କ ପ୍ରାୟ ୪୧,୩୯୧ କୋଟି ଏବଂ ୧୯,୯୪୫ କୋଟି ଟଙ୍କା ବିଦେଶୀ ବ୍ୟାଙ୍କ ଛାଡ଼ କରିଥିବା ଜଣାପଡ଼ିଛି।

ସେହିପରି ଏନଡିଏ ସରକାରର ୨୦୧୫-୧୯ରେ ୬,୨୪,୩୭୦ କୋଟି ଟଙ୍କା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କଗୁଡିକ ୧,୫୧,୯୮୯ କୋଟି ଟଙ୍କା ଛାଡ଼ କରିଥିବା ବେଳେ ବିଦେଶୀ ବ୍ୟାଙ୍କ ୧୭,୯୯୫ କୋଟି ଛାଡ଼ କରିଥିବା ସୂଚନା ରହିଛି।

କେନ୍ଦ୍ର ସରକାର ସାଧାରଣ ଜନତାଙ୍କ ଋଣ ଛାଡ଼ କରିବା ନେଇ କୁଣ୍ଠାବୋଧ କରୁଥିବା ବେଳେ କର୍ପୋରେଟ୍ ହାଉସ୍ , ବିଜୟ ମାଲ୍ୟା, ମେହୁଲ୍ ଚୋକସି, ନିରବ ମୋଦି ଭଳି ପଳାତକ ଘୋଷିତ ବ୍ୟକ୍ତିଙ୍କ ବିରୋଧରେ ଏବେ ବି ୧୯୯୫ ନୀତି ଲାଗୁ କରୁଛି।

Related story