ବାଂଲାଦେଶ: ସୁନ୍ଦରବନରେ ୧୦୬ ମହାବଳବାଘ

ଢାକା: ବାଂଲାଦେଶରେ ଥିବା ସୁନ୍ଦରବଣ ଜଙ୍ଗଲରେ ମାତ୍ର ୧୦୦ଟି ମହାବଳବାଘ ଅଛନ୍ତି। ଆଶାଠାରୁ ବହୁ କମ ସଂଖ୍ୟାକ ମହାବଳ ବାଘ ଅଛନ୍ତି ଏଠାରେ। ଏକ ସର୍ଭେରୁ ଏହି ତଥ୍ୟ ଜଣାପଡିଛି । ବାଂଲାଦେଶ ୱିଲ୍ଡଲାଇଫ୍ କଞ୍ଜରଭେଟର ତପନ କୁମାର ଦେ ଏହି ତଥ୍ୟ ପ୍ରକାଶ କରି କହିଛନ୍ତି ଯେ, ଏକବର୍ଷ ହେବ ଏହି ଅଞ୍ଚଳରେ ଲାଗିଥିବା ଭିଡିଓ ଫୁଟେଜକୁ ଦେଖିବା ପରେ ଏପ୍ରିଲ ମାସରେ ଏହି ବାଘ ଗଣନା ଶେଷ କରାଯାଇଛି। ଗଣନାରୁ ଏହି ରେଞ୍ଜରେ ଅତିକମରେ ୮୩ […]

tigers

Rakesh Mallick
  • Published: Tuesday, 28 July 2015
  • , Updated: 04 May 2017, 03:45 PM IST

ଢାକା: ବାଂଲାଦେଶରେ ଥିବା ସୁନ୍ଦରବଣ ଜଙ୍ଗଲରେ ମାତ୍ର ୧୦୦ଟି ମହାବଳବାଘ ଅଛନ୍ତି। ଆଶାଠାରୁ ବହୁ କମ ସଂଖ୍ୟାକ ମହାବଳ ବାଘ ଅଛନ୍ତି ଏଠାରେ। ଏକ ସର୍ଭେରୁ ଏହି ତଥ୍ୟ ଜଣାପଡିଛି । ବାଂଲାଦେଶ ୱିଲ୍ଡଲାଇଫ୍ କଞ୍ଜରଭେଟର ତପନ କୁମାର ଦେ ଏହି ତଥ୍ୟ ପ୍ରକାଶ କରି କହିଛନ୍ତି ଯେ, ଏକବର୍ଷ ହେବ ଏହି ଅଞ୍ଚଳରେ ଲାଗିଥିବା ଭିଡିଓ ଫୁଟେଜକୁ ଦେଖିବା ପରେ ଏପ୍ରିଲ ମାସରେ ଏହି ବାଘ ଗଣନା ଶେଷ କରାଯାଇଛି। ଗଣନାରୁ ଏହି ରେଞ୍ଜରେ ଅତିକମରେ ୮୩ ଟି ଓ ଅତି ବେଶୀରେ ୧୩୦ ଟି ମହାବଳବାଘ ରହିଛନ୍ତି। ତେଣୁ ସରକାରୀ ଭାବେ ଏହାକୁ ୧୦୬ ଆଭରେଜର ବୋଲି ସେ ପ୍ରକାଶ କରିଛନ୍ତି। ୧୫୦୦ଟି ପାଦ ଚିହ୍ନ ଓ ଫଟୋକୁ ଆଧାର କରି ଏହି ବାଘ ଗଣାନା କରାଯାଇଛି । ସେ କହିଛନ୍ତି, ଚଳିତବର୍ଷ ଭାରତୀୟ ସୀମାରୁ ସୁନ୍ଦରବନକୁ ଆସିଛନ୍ତି ୭୪ଟି ମହାବଳ ବାଘ। ଉଭୟଦେଶର ୪ହଜାର ମାଇଲରେ ଏହି ମହାବଳବାଘ ରହିଛନ୍ତି  ବୋଲି ସର୍ଭେରେ ଜଣାପଡିଛି।୨୦୦୪ର ବାଘଗଣନା ଅନୁସାରେ ଏହିଠାରେ ୪୪୦ଟି ମହାବଳବାଘ ରହିଥିଲେ। ତେବେ ଏହି ସଂଖ୍ୟା କାହିଁକି ଆଶାତିତ ଭାବେ ହ୍ରାସ ପାଉଛି ତାହାର ଯାଞ୍ଚ କରାଯାଉଛି ବୋଲି ସେ କହିଛନ୍ତି।

Related story