ତାମିଲନାଡୁ ରାଜ୍ୟପାଳ ହେଲେ ବନବାରୀଲାଲ ପୁରୋହିତ

ଚେନ୍ନାଇ: ତାମିଲନାଡ଼ୁ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି ବନବାରୀଲାଲ ପୁରୋହିତ। ରାଜ୍ୟର ୨୫ତମ ରାଜ୍ୟପାଳ ଭାବେ ରାଜଭବନରେ ଶପଥ ଗ୍ରହଣ କରିଛନ୍ତି ସେ। ନୂଆ ରାଜ୍ୟାପାଳ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ତାମିଲନାଡୁ ହାଇକୋର୍ଟ ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀ। ତାମିଲନାଡ଼ୁର ଅତିରିକ୍ତ ଦାୟିତ୍ୱ ସମ୍ଭାଳିଥିବା ମହାରାଷ୍ଟ୍ର ରାଜ୍ୟପାଳ ବିଦ୍ୟାସାଗର ରାଓଙ୍କୁଠାରୁ ପୁରୋହିତ ଦାୟିତ୍ୱ ଗ୍ରହଣ କରିଥିଲେ। ଦାୟିତ୍ୱ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ କେ. ପଲାନୀସ୍ୱାମୀ, ଉପମୁଖ୍ୟମନ୍ତ୍ରୀ ଓ ପନୀରସେଲଭମ୍ ପ୍ରମୁଖ ସ୍ୱଗତ […]

banwarilal-purohit

Rakesh Mallick
  • Published: Friday, 06 October 2017
  • , Updated: 06 October 2017, 07:10 PM IST

ଚେନ୍ନାଇ: ତାମିଲନାଡ଼ୁ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି ବନବାରୀଲାଲ ପୁରୋହିତ। ରାଜ୍ୟର ୨୫ତମ ରାଜ୍ୟପାଳ ଭାବେ ରାଜଭବନରେ ଶପଥ ଗ୍ରହଣ କରିଛନ୍ତି ସେ। ନୂଆ ରାଜ୍ୟାପାଳ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ତାମିଲନାଡୁ ହାଇକୋର୍ଟ ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀ। ତାମିଲନାଡ଼ୁର ଅତିରିକ୍ତ ଦାୟିତ୍ୱ ସମ୍ଭାଳିଥିବା ମହାରାଷ୍ଟ୍ର ରାଜ୍ୟପାଳ ବିଦ୍ୟାସାଗର ରାଓଙ୍କୁଠାରୁ ପୁରୋହିତ ଦାୟିତ୍ୱ ଗ୍ରହଣ କରିଥିଲେ।

ଦାୟିତ୍ୱ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ କେ. ପଲାନୀସ୍ୱାମୀ, ଉପମୁଖ୍ୟମନ୍ତ୍ରୀ ଓ ପନୀରସେଲଭମ୍ ପ୍ରମୁଖ ସ୍ୱଗତ ଜଣାଇଥିଲେ। ଏହାସହ ରାଜ୍ୟପାଳଙ୍କ ସମସ୍ତ ସାମ୍ବିଧାନିକ ମର୍ଯ୍ୟାଦା ସହ ସମ୍ମାନ ଜଣାଯାଇଥିଲା।

ବନବାରୀଲାଲ ପୁରୋହିତ ର୍ପୂବରୁ ଆସାମ ଓ ମେଘାଳୟର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଳାଇଛନ୍ତି। ରାଜ୍ୟରେ କିଛିଦିନ ଧରି ଲାଗି ରହିଥିବା ରାଜନୈତିକ ଅସ୍ଥିରତାକୁ ନେଇ ବିବାଦ ଘେରକୁ ଆସିଥିଲେ ପୂର୍ବତନ ରାଜ୍ୟପାଳ ବିଦ୍ୟାସାଗର ରାଓ ଜୟଲଳିତାଙ୍କ ମୃତ୍ୟୁପରେ ବିରୋଧୀ ବିଧାୟକଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିବା ପାଇଁ ସୁଯୋଗ ଦେଇ ନଥିବା ଅଭିଯୋଗ ଲଗାଇଥିଲା ଡିଏଏମ୍‌କେ। ତେବେ ବିଦ୍ୟାସାଗରଙ୍କ ସମୟରେ ମାତ୍ର ଦୁଇ ମାସ ମଧ୍ୟରେ ରାଜ୍ୟରେ ବଦଳିଥିଲେ ଦୁଇ ଜଣ ମୁଖ୍ୟମନ୍ତ୍ରୀ।

Related story