ଚେନ୍ନାଇର ବନ୍ୟାସ୍ଥିତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ, ଆଉ ହଜାରେ କୋଟି ଟଙ୍କାର ସହାୟତା ଘୋଷଣା

ଚେନ୍ନାଇ/ନୂଆଦିଲ୍ଲୀ: ତାମିଲନାଡୁରେ ବନ୍ୟା ପରବର୍ତ୍ତୀ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ଆଉ ହଜାରେ କୋଟିର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଆଜି ଆକାଶ ମାର୍ଗରୁ ବନ୍ୟାଞ୍ଚଳ ସ୍ଥିତି ଅନୁଧ୍ୟାନ କରିବା ପରେ ସେ ଏହି ଘୋଷଣା କରିଛନ୍ତି। ପୂର୍ବରୁ ରାଜ୍ୟକୁ ୯୪୦ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ କେନ୍ଦ୍ର ସରକାର। ପ୍ରବଳ ବର୍ଷା ଓ ବନ୍ୟାରେ ତାମିଲନାଡୁରେ ୨୬୯ ଲୋକଙ୍କ ମୃତ୍ୟୁ ହୋଇଥିବା ସଂସଦରେ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। ଅବିଶ୍ରାନ୍ତ ବର୍ଷାରେ ଉବୁଟୁବୁ ଚେନ୍ନାଇ […]

modi-5

Rakesh Mallick
  • Published: Thursday, 03 December 2015
  • , Updated: 04 December 2015, 02:33 PM IST

ଚେନ୍ନାଇ/ନୂଆଦିଲ୍ଲୀ: ତାମିଲନାଡୁରେ ବନ୍ୟା ପରବର୍ତ୍ତୀ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ଆଉ ହଜାରେ କୋଟିର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଆଜି ଆକାଶ ମାର୍ଗରୁ ବନ୍ୟାଞ୍ଚଳ ସ୍ଥିତି ଅନୁଧ୍ୟାନ କରିବା ପରେ ସେ ଏହି ଘୋଷଣା କରିଛନ୍ତି। ପୂର୍ବରୁ ରାଜ୍ୟକୁ ୯୪୦ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ କେନ୍ଦ୍ର ସରକାର।

ପ୍ରବଳ ବର୍ଷା ଓ ବନ୍ୟାରେ ତାମିଲନାଡୁରେ ୨୬୯ ଲୋକଙ୍କ ମୃତ୍ୟୁ ହୋଇଥିବା ସଂସଦରେ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ।

ଅବିଶ୍ରାନ୍ତ ବର୍ଷାରେ ଉବୁଟୁବୁ ଚେନ୍ନାଇ ମହାନଗର। ଠପ୍ ହୋଇଯାଇଛି ସମଗ୍ର ଚେନ୍ନାଇ ସିଟି। ବନ୍ୟା ପାଣିରେ ଭାସୁଛି ରାଜଧାନୀ ସନ୍ନିକଟର ବହୁ ଅଞ୍ଚଳ।  ବୁଧବାର ରାତିରୁ ବର୍ଷା ବନ୍ଦ ହୋଇଯାଇଛି । ହେଲେ ବହୁ ଅଞ୍ଚଳ ଏବେ ବି ଜଳମଗ୍ନ ହୋଇ ରହିଛି । ଚେନ୍ନାଇରେ ଥିବା ୩୫ଟି ହଦ୍ରର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

Related story