ଆଜି ବାପି ଦା’ଙ୍କ ଜନ୍ମଦିନ, ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା

ମୁମ୍ବାଇ: ଆଜି ବାପି ଦା’ଙ୍କ ଜନ୍ମଦିନ। ବଲିଉଡ୍‌ ସଙ୍ଗୀତ ଜଗତର ଏହି ଖ୍ୟାତନାମା ଗୀତିକାରଙ୍କୁ ଆଜି ପୁରିଛି ୬୫ ବର୍ଷ। ସବୁବେଳ ସୁନାରେ ଛାଉଣୀ ହେଉଥିବା ଏହି ଷ୍ଟାଇଲିସ୍‌ ଗାୟକ ଭାରତୀୟ ସଙ୍ଗୀତରେ ରକ୍‌ ଓ ଡିସ୍କୋ ଧୁନ୍‌ର ସମିଶ୍ରଣ କରି ପ୍ରସିଦ୍ଧି ଅର୍ଜନ କରିଛନ୍ତି । ତାଙ୍କୁ ଶ୍ରଦ୍ଧାରେ ବାପି ଦା’ ବୋଲି କୁହାଯାଉଥିଲେ ହେଁ ପୁରା ନାଁ ବାପି ଲାହିରୀ। ୧୯୫୨ ମସିହା ନଭେମ୍ବର ୨୭ରେ ସେ ପଶ୍ଚିମବଙ୍ଗ  ଜଲପାଇଗୁଡୀ ଜନ୍ମଗ୍ରହଣ କରିଥିବା ଏହି […]

bappi-lahiri-7592

bappi-lahiri-7592

Rakesh Mallick
  • Published: Monday, 27 November 2017
  • Updated: 27 November 2017, 06:28 PM IST

Sports

Latest News

ମୁମ୍ବାଇ: ଆଜି ବାପି ଦା’ଙ୍କ ଜନ୍ମଦିନ। ବଲିଉଡ୍‌ ସଙ୍ଗୀତ ଜଗତର ଏହି ଖ୍ୟାତନାମା ଗୀତିକାରଙ୍କୁ ଆଜି ପୁରିଛି ୬୫ ବର୍ଷ। ସବୁବେଳ ସୁନାରେ ଛାଉଣୀ ହେଉଥିବା ଏହି ଷ୍ଟାଇଲିସ୍‌ ଗାୟକ ଭାରତୀୟ ସଙ୍ଗୀତରେ ରକ୍‌ ଓ ଡିସ୍କୋ ଧୁନ୍‌ର ସମିଶ୍ରଣ କରି ପ୍ରସିଦ୍ଧି ଅର୍ଜନ କରିଛନ୍ତି । ତାଙ୍କୁ ଶ୍ରଦ୍ଧାରେ ବାପି ଦା’ ବୋଲି କୁହାଯାଉଥିଲେ ହେଁ ପୁରା ନାଁ ବାପି ଲାହିରୀ। ୧୯୫୨ ମସିହା ନଭେମ୍ବର ୨୭ରେ ସେ ପଶ୍ଚିମବଙ୍ଗ  ଜଲପାଇଗୁଡୀ ଜନ୍ମଗ୍ରହଣ କରିଥିବା ଏହି ଗାୟକଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା କିଛି କଥା ।

ଶାସ୍ତ୍ରୀୟ ଓ ଶ୍ୟାମ ସଂଗୀତରେ ପ୍ରସିଦ୍ଧି ଅର୍ଜିଥିବା ଅପରେଶ ଓ ବଂଶାରୀ ଲହିରୀଙ୍କ ପୁଅ ବାପିଙ୍କ ପ୍ରକୃତ ନାଁ ହେଉଛି ଅଲୋକେଶ ଲାହିରୀ। ପିଲାଟିବେଳୁ ବାପିଙ୍କ ସଙ୍ଗୀତ ପ୍ରତି ଥିଲା ପ୍ରଚୁର ଦୁର୍ବଳତା । ଏହି ଦୁର୍ବଳତା ଲାଗି ୧୪ ବର୍ଷ ବୟସରେ ତାଙ୍କର ପ୍ରଥମ ଗୀତ ରେକଡିଂ ହୋଇଥିଲା।

ସବୁବେଳେ ସୁନାରେ ଛାଉଣୀ ହୋଇଥିବା ବାପି ଦା ଦେଖିବାକୁ ଯେମିତି ଭିନ୍ନ ତାଙ୍କ ମ୍ୟୁଜିକ ବି ସେମିତି ଭିନ୍ନ। ବାପି ୭୦ ଦଶକରେ ବଲିଉଡ୍‌ରେ ଏଣ୍ଟ୍ରିକରି କରି ୮୦ଦଶକ ପର୍ଯ୍ୟନ୍ତ ଶ୍ରୋତାଙ୍କ ହୃଦୟରେ ଛାଇ ଯାଇଥିଲେ। ୯୦ ଦଶକ ତାଙ୍କ ପାଇଁ ଏତେ ଭଲ ନ ଥିଲା। ୨୦୧୧ରେ ରିଲିଜ ହୋଇଥିବା ‘ଡାର୍ଟି ପିକ୍‌ଚର’ ପ୍ରସିଦ୍ଧ ସଙ୍ଗୀତ ଉ..ଲାଲା ଉ..ଲାଲା ଗୀତଟି ବେସ୍‌ ଶ୍ରୁତିମଧୁର ହୋଇଥିଲା ତାଙ୍କ କଣ୍ଠରେ। ଯାହା ଖୁବ୍‌ ସୁପରହିଟ୍‌ ମଧ୍ୟ ହୋଇଥିଲା। ୨୦୧୪ରେ ସେ ଲୋକସଭା ନିର୍ବାଚନରେ ଲଢି ହାରିଥିଲେ।

ବାପିଙ୍କ ବିଷୟରେ କିଛି ଖାସ୍‌ କଥା

- ବାପି ଦାଙ୍କ ଗୀତ ‘ବମ୍ବେଇ ସେ ଆୟା ମେରା ଦୋସ୍ତ’, ‘ଆଇ ଆମ୍‌ ଏ ଡିସ୍କୋ ଡ୍ୟାନ୍ସର’,‘ଯୁବି ଯୁବି’, ‘ୟାଦ୍‌ ଆ ରାହା ହେ ତେରା ମେରା’, ‘ୟାର ବିନା ଚେନ୍‌ କାହାଁରେ’,‘ତମ୍ମତମ୍ମା ଲୋଗେ’ ଭଳି ଗୀତ ଆଜି ଲୋକଙ୍କ ମୁହଁରେ ଶୁଣିବାକୁ ମିଳେ।

- ୧୯୭୭ରେ ବାପି ଚିତ୍ରାଣୀଙ୍କୁ ବିବାହ କରିଥିଲେ।

- ୩ ବର୍ଷ ବୟସରେ ସେ ତବଲା ଶିଖିବା ଆରମ୍ଭ କରିଥିଲେ।

- ସେ ନିଜ ବାପା ମା’ଙ୍କଠାରୁ ପ୍ରଥମେ ସଙ୍ଗୀତ ଶିକ୍ଷା କରିଥିଲେ।

- ପ୍ରଥମେ ବଙ୍ଗାଳୀ ଫିଲ୍ମରେ ଗୀତ ଗାଇଥିଲେ।

- ସେ ୧୯ ବର୍ଷ ବୟସରେ କଲିକତା ଛାଡି ଦେଇଥିଲେ।

- ୧୯୭୩ରେ ସେ ପ୍ରଥମେ ବଲିଉଡ୍‌ ଫିଲ୍ମ ‘ନନ୍‌ହା ଶିକାରୀ’ରେ ଗୀତ ଗାଇବାର ସୁଯୋଗ ପାଇଥିଲେ।

- ୧୯୭୫ ମସିହାରେ  ‘ଯକ୍ଷ୍ମୀ’ ଫିଲ୍ମରେ ମହମ୍ମଦ ରଫି ଓ କିଶୋର କୁମାରଙ୍କ ସହ ଗୀତ ଗାଇବା ପରେ ତାଙ୍କୁ ମିଳିଥିଲା ଭିନ୍ନ ପରିଚୟ।

୮- କିଶୋର କୁମାର ଓ ବାପି ଦା ସମ୍ପର୍କୀୟ ଥିଲେ। ତେଣୁ ସେ ତାଙ୍କୁ ଗୀତ ଶିଖେଇବା ସହ ବଲିଉଡ୍‌ରେ ଏକ ପରିଚୟ ସୃଷ୍ଟି କରିବାକୁ ସାହାଯ୍ୟ କରିଥିଲେ।

- ‘ଜଷ୍ଟିସ୍‌ ଫାପ ୱିଡୋଜ୍‌’ ନାମକ ଏକ ସ୍ଵୟଂସେବୀ ସଂଗଠନ ଜରିଆରେ ଅନେକ ପ୍ରଶଂସନୀୟ କାମ କରିଛନ୍ତି ବାପି । ଏଥିପାଇଁ ତାଙ୍କୁ ମିଳିଛି ‘ହାଉସ୍‌ ଅଫ୍ ଲର୍ଡ’ ସମ୍ମାନ ।

- ବାପି ଦା ଯେତିକି ବି ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସେଥିରୁ ଅଧିକାଂଶ ଗୀତ କିଶୋର କୁମାର ଓ ବିଜୟ ବେନେଡିକ୍ଟ ଗାଇଛନ୍ତି।

-  ଉଷା ଉତ୍ଥୁପ ଓ ଅଲୀଷା ଚିନାୟଙ୍କ ଆବାଜଙ୍କୁ ଖୁବ୍‌ ପସନ୍ଦ କରନ୍ତି ବାପି।

- ବଲିଉଡ୍‌ ଫିଲ୍ମର ମ୍ୟୁଜିକରେ ପପ୍‌ ଗୀତକୁ ମିକ୍ସ କରିବାର ଶ୍ରେୟ ମଧ୍ୟ ବାପି ଦାଙ୍କୁ ଦିଆଯାଇଛି। ତାଙ୍କର ଏଭଳି ଜବରଦସ୍ତ ଗୀତ ବଲିଉଡ୍‌ ଜଗତକୁ ଏକ ନୂଆ ଦିଗ ଦେଖାଇଛି।

- ବାପି ଦା ଗୋଟେ ଦିନରେ ସବୁଠୁ ଅଧିକ ଗୀତ ରେକର୍ଡିଂ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।

-  କିଙ୍ଗ ଅଫ୍‌ ପପ୍‌ ମାଇକେଲ ଜାକ୍‌ସନ ୧୯୯୬ରେ ମୁମ୍ବାଇରେ ଆୟୋଜନ କରିଥିବା ନିଜ ପ୍ରଥମ ଶୋ’ରେ ବାପିଙ୍କୁ ଡାକିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story