ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ସହାୟତା ରାଶି ବଢ଼ିଲା

ନୂଆଦିଲ୍ଲୀ: ବଢିଲା ଜାତୀୟ ବାତ୍ୟା ପ୍ରଶମନ ପ୍ରକଳ୍ପର କେନ୍ଦ୍ରୀୟ ସହାୟତା ରାଶି। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପାଇଁ ଉଦ୍ଦିଷ୍ଟ ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଲାଗି ଆଗରୁ୧୪ଶହ ୯୬ କୋଟି ୭୧ ଲକ୍ଷ ଟଙ୍କ। ଖର୍ଚ୍ଚ ଅଟକଳ ହୋଇଥିଲା। ତେବେ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ରାଶିଙ୍କୁ ୮୩୫ କୋଟି ଟଙ୍କ। ବୃଦ୍ଧି କରାଯାଇଛି। ବିଶ୍ୱବ୍ୟାଙ୍କ ଋଣରୁ କେନ୍ଦ୍ର ସରକାର ୧୮ଶହ ୪୩କୋଟି ୯୪ ଲକ୍ଷ ଟଙ୍କ। ଯୋଗାଇ ଦେବେ। ଅବଶିଷ୍ଟ ୪୮୭କୋଟି ୭୭ […]

cyclone

cyclone

Rakesh Mallick
  • Published: Thursday, 16 July 2015
  • Updated: 16 July 2015, 09:51 AM IST

Sports

Latest News

ନୂଆଦିଲ୍ଲୀ: ବଢିଲା ଜାତୀୟ ବାତ୍ୟା ପ୍ରଶମନ ପ୍ରକଳ୍ପର କେନ୍ଦ୍ରୀୟ ସହାୟତା ରାଶି। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପାଇଁ ଉଦ୍ଦିଷ୍ଟ ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଲାଗି ଆଗରୁ୧୪ଶହ ୯୬ କୋଟି ୭୧ ଲକ୍ଷ ଟଙ୍କ। ଖର୍ଚ୍ଚ ଅଟକଳ ହୋଇଥିଲା। ତେବେ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ରାଶିଙ୍କୁ ୮୩୫ କୋଟି ଟଙ୍କ। ବୃଦ୍ଧି କରାଯାଇଛି। ବିଶ୍ୱବ୍ୟାଙ୍କ ଋଣରୁ କେନ୍ଦ୍ର ସରକାର ୧୮ଶହ ୪୩କୋଟି ୯୪ ଲକ୍ଷ ଟଙ୍କ। ଯୋଗାଇ ଦେବେ। ଅବଶିଷ୍ଟ ୪୮୭କୋଟି ୭୭ ଲକ୍ଷ ଟଙ୍କ। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାର ବହନ କରିବେ। ଏହି ଯୋଜନା ଅନ୍ତର୍ଗତ ମୁଖ୍ୟତଃ ବାତ୍ୟା ସଂପର୍କରେ ପୂର୍ବାନୁମାନ ଏହାର ଟ୍ରାକିଂ ଓ ୱାର୍ଣ୍ଣି ବ୍ୟବସ୍ଥାକୁ ସୁଦୃଢ କରାଯିବ। ସେହିପରି ବାତ୍ୟାର ମୁକାବିଲା, ଗମ୍ଭୀର ପରିସ୍ଥିତିର ପରିଚାଳନା ଲାଗି ଏହି ଅର୍ଥ ଖର୍ଚ୍ଚ ହେବ। ଏହା ଅନ୍ତର୍ଗତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଓ ଗୋଦାମ ଘର, ଲୁଣି ବନ୍ଧର ସୁଦୃଢି କରଣ ଏବଂ ପୋଲ ନିର୍ମାଣ କରାଯିବ। ସମୁଦ୍ର କୂଳିଆ ଅଞ୍ଚଳରେ ପ୍ରାକୃତିକ ଦୁର୍ବିପାକଜନିତ ଭିତ୍ତିଭୂମିର ବିକାଶ ଓ ଲୋକଙ୍କ ନିକଟରେ ତୁରନ୍ତ ପହଞ୍ଚିବା, ସୂଚନା ପ୍ରଦାନ ବ୍ୟବସ୍ଥାରେ ଉନ୍ନତି ଆଣିବା ଓ ଆବଶ୍ୟକସ୍ଥଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଭଳି ବ୍ୟବସ୍ଥାକୁ ସୁଦୃଢ କରାଯିବ। ଏହି ପ୍ରକଳ୍ପ ଦ୍ବାରା ଓଡ଼ିଶାର ପ୍ରାୟ ୧୧ ଲକ୍ଷ ଲୋକ ଉପକୃତ ହେବା ସହ ୩୮ ହଜାର ହେକ୍ଟରରୁ ଅଧିକ ଚାଷ ଜମିକୁ ସୁରକ୍ଷା ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos