ନକଲି କୋ-ଓ୍ୱିନ୍ ଆପକୁ ସାବଧାନ

ନୂଆଦିଲ୍ଲୀ: ଯେଉଁମାନେ କରୋନା ଟିକା ନେବେ ସେମାନଙ୍କୁ କୋ-ଓ୍ୱିନ୍ ଆପରେ ପଞ୍ଜିକରଣ କରିବାକୁ ହେବ। ଟିକାକରଣକୁ ସରଳୀକରଣ କରିବାକୁ ଯାଇ କେନ୍ଦ୍ର ସରକାର ଏଭଳି ନିୟମ କରିଛନ୍ତି। ଏବେ ଏହାର ସୁଯୋଗ ନେଇ ଗୁଗୁଲ ପ୍ଲେ ଷ୍ଟୋରରେ ଅନେକ କୋ-ଓ୍ୱିନ୍ ଆପ୍ ଦେଖିବାକୁ ମିଳିଛି। ଏହି ସବୁ ଆପକୁ ମୋବାଇଲରେ ଇନଷ୍ଟଲ ନକରିବାକୁ ଦେଶବାସୀଙ୍କୁ ଅପିଲ୍ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ବୁଧବାର ଲୋକଙ୍କୁ ଆପ୍ ଷ୍ଟୋରରେ ଉପଲବ୍ଧ ‘କୋ-ୱିନ୍’ ନାମରେ ଥିବା ନକଲି ଆପ୍ ଡାଉନଲୋଡ୍ […]

co-win-app

Subhransu Sekhar
  • Published: Thursday, 07 January 2021
  • , Updated: 07 January 2021, 09:17 AM IST

ନୂଆଦିଲ୍ଲୀ: ଯେଉଁମାନେ କରୋନା ଟିକା ନେବେ ସେମାନଙ୍କୁ କୋ-ଓ୍ୱିନ୍ ଆପରେ ପଞ୍ଜିକରଣ କରିବାକୁ ହେବ। ଟିକାକରଣକୁ ସରଳୀକରଣ କରିବାକୁ ଯାଇ କେନ୍ଦ୍ର ସରକାର ଏଭଳି ନିୟମ କରିଛନ୍ତି। ଏବେ ଏହାର ସୁଯୋଗ ନେଇ ଗୁଗୁଲ ପ୍ଲେ ଷ୍ଟୋରରେ ଅନେକ କୋ-ଓ୍ୱିନ୍ ଆପ୍ ଦେଖିବାକୁ ମିଳିଛି। ଏହି ସବୁ ଆପକୁ ମୋବାଇଲରେ ଇନଷ୍ଟଲ ନକରିବାକୁ ଦେଶବାସୀଙ୍କୁ ଅପିଲ୍ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।

ବୁଧବାର ଲୋକଙ୍କୁ ଆପ୍ ଷ୍ଟୋରରେ ଉପଲବ୍ଧ 'କୋ-ୱିନ୍' ନାମରେ ଥିବା ନକଲି ଆପ୍ ଡାଉନଲୋଡ୍ ନକରିବାକୁ କହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚେତାବନୀ ଦେଇ କହିଛି ଯେ କିଛି ଅସାମାଜିକ ଲୋକ 'କୋ-ୱିନ୍' ଆପର ଅଫିସିଆଲ୍ ପ୍ଲାଟଫର୍ମ ପରି ଏକ ଆପ୍ ତିଆରି କରି ପ୍ଲେ ଷ୍ଟୋର୍‌ରେ ଅପଲୋଡ କରିଛନ୍ତି। ତେଣୁ ଏହି ନକଲି ଆପକୁ ଡାଉନଲୋଡ୍ କରନ୍ତୁ ନାହିଁ କିମ୍ବା ଏଥିରେ ବ୍ୟକ୍ତିଗତ ସୂଚନା ଶେୟାର କରନ୍ତୁ ନାହିଁ।

Related story