ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଅଘଟଣ: ତୋରଣ ଉପରୁ ଖସି ଶ୍ରମିକଙ୍କ ମୃତ୍ୟୁ

ଗାନ୍ଧିନଗର: ମଙ୍ଗଳବାର ଗୁଜରାଟର ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ବିଜୟ ରୂପାନୀ। କିନ୍ତୁ ଏହା ପୂର୍ବରୁ ଘଟିଯାଇଛି ଏକ ଅଘଟଣ। ଶପଥ ଗ୍ରହଣ ପାଇଁ ଉତ୍ସବ ଆୟୋଜନ ଚାଲିଥିବା ବେଳେ ପେଣ୍ଡାଲ ଉପରୁ ଖସି ଜଣେ ଶ୍ରମିଙ୍କର ମୃତ୍ୟୁ ହୋଇଛି ଓ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆସନ୍ତା କାଲି ବିଜୟ ରୂପାନୀ ଦ୍ୱିତୀୟ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥିପାଇଁ ଏକ ବେସରକାରୀ କମ୍ପାନୀ ଦ୍ୱାରା […]

accident_on_rupani_oath_ceremony_spot_2148180_835x547-m

Rakesh Mallick
  • Published: Monday, 25 December 2017
  • , Updated: 25 December 2017, 10:15 PM IST

ଗାନ୍ଧିନଗର: ମଙ୍ଗଳବାର ଗୁଜରାଟର ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ବିଜୟ ରୂପାନୀ। କିନ୍ତୁ ଏହା ପୂର୍ବରୁ ଘଟିଯାଇଛି ଏକ ଅଘଟଣ। ଶପଥ ଗ୍ରହଣ ପାଇଁ ଉତ୍ସବ ଆୟୋଜନ ଚାଲିଥିବା ବେଳେ ପେଣ୍ଡାଲ ଉପରୁ ଖସି ଜଣେ ଶ୍ରମିଙ୍କର ମୃତ୍ୟୁ ହୋଇଛି ଓ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।

ଆସନ୍ତା କାଲି ବିଜୟ ରୂପାନୀ ଦ୍ୱିତୀୟ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥିପାଇଁ ଏକ ବେସରକାରୀ କମ୍ପାନୀ ଦ୍ୱାରା ଗାନ୍ଧିନଗର ସଚିବାଳୟର ହେଲିପ୍ୟାଡ୍‌ ପଡ଼ିଆରେ ତୋରଣ ସଜା କାର୍ଯ୍ୟ ହେଉଥିଲା। ଶ୍ରମିକମାନେ କ୍ରେନ୍‌ରେ ଚଢ଼ି କାମ କରୁଥିବା ବେଳେ ହଠାତ୍‌ ତିନିଜଣ ଶ୍ରମିକ ତଳକୁ ଖସି ପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ପହଞ୍ଚିବା ପରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଘଟଣାରୁ ଜଣା ପଡ଼ିଛି ଯେ, କାମ କଲାବେଳେ ତିନିଜଣ ଶ୍ରମିକ ସେଫ୍ଟି ବେଲ୍ଟ ପିନ୍ଧି ନ ଥିଲେ। କ୍ରେନ ଝଟ୍‌କା ଲାଗିବାରୁ ତିନି ଜଣ ତଳକୁ ଖସି ପଡ଼ିଥିଲେ।

Related story