କୃଷି ଆଇନ ନେଇ ଶୁଣାଣି ପୂର୍ବରୁ ସରକାରଙ୍କୁ ରୋକଠୋକ୍ ଶୁଣାଇଲେ ଚାଷୀ ନେତା

ନୂଆଦିଲ୍ଲୀ: ଆସନ୍ତାକାଲି (ଜାନୁଆରୀ ୧୧) ସୁପ୍ରିମକୋର୍ଟ କୃଷି ଆଇନ୍ ପ୍ରସଙ୍ଗରେ ଦାୟର ହୋଇଥିବା ସମସ୍ତ ଆବେଦନର ଶୁଣାଣି କରିବେ। ପ୍ରଧାନ ବିଚାରପତି ଜଷ୍ଟିସ ଏସ୍. ଏ ବୋବଡେ ଚୂଡ଼ାନ୍ତ ନିଷ୍ପତ୍ତି ଏ ପ୍ରସଙ୍ଗରେ ଶୁଣାଣି କରିପାରନ୍ତି। ତେବେ ଶୁଣାଣି ପୂର୍ବରୁ ସରକାରଙ୍କୁ ରୋକଠୋକ୍ ଶୁଣାଇଛନ୍ତି ଚାଷୀ ନେତା ନରେଶ ଟିକାଇତ। ଆଜି ଚାଷୀ ଆନ୍ଦୋଳନ ୪୬ ଦିନରେ ପହଞ୍ଚିଛି। ଚାଷୀ ସଂଗଠନ ଏବଂ ସରକାରଙ୍କ ସହ ପରବର୍ତ୍ତୀ ବୈଠକ ଆସନ୍ତା ୧୫ରେ ହେବ। ଏହାପୂର୍ବରୁ ଭାରତୀୟ କିଷାନ […]

farmer-strike-on-Sc

Subhransu Sekhar
  • Published: Sunday, 10 January 2021
  • , Updated: 10 January 2021, 06:01 PM IST

ନୂଆଦିଲ୍ଲୀ: ଆସନ୍ତାକାଲି (ଜାନୁଆରୀ ୧୧) ସୁପ୍ରିମକୋର୍ଟ କୃଷି ଆଇନ୍ ପ୍ରସଙ୍ଗରେ ଦାୟର ହୋଇଥିବା ସମସ୍ତ ଆବେଦନର ଶୁଣାଣି କରିବେ। ପ୍ରଧାନ ବିଚାରପତି ଜଷ୍ଟିସ ଏସ୍. ଏ ବୋବଡେ ଚୂଡ଼ାନ୍ତ ନିଷ୍ପତ୍ତି ଏ ପ୍ରସଙ୍ଗରେ ଶୁଣାଣି କରିପାରନ୍ତି। ତେବେ ଶୁଣାଣି ପୂର୍ବରୁ ସରକାରଙ୍କୁ ରୋକଠୋକ୍ ଶୁଣାଇଛନ୍ତି ଚାଷୀ ନେତା ନରେଶ ଟିକାଇତ।

ଆଜି ଚାଷୀ ଆନ୍ଦୋଳନ ୪୬ ଦିନରେ ପହଞ୍ଚିଛି। ଚାଷୀ ସଂଗଠନ ଏବଂ ସରକାରଙ୍କ ସହ ପରବର୍ତ୍ତୀ ବୈଠକ ଆସନ୍ତା ୧୫ରେ ହେବ। ଏହାପୂର୍ବରୁ ଭାରତୀୟ କିଷାନ ୟୁନିଅନର ସଭାପତି ନରେଶ ଟିକାଇତ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଦାବି ପୂରଣ ନହେଲେ ଖାଲି ହାତରେ ଫେରିବେ ନାହିଁ।

ଅଷ୍ଟମ ପର୍ଯ୍ୟାୟ ବୈଠକରେ କୌଣସି ନିଷ୍କର୍ସ ବାହାରି ନଥିଲା। ଏହାପରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଥିଲେ ଯେ କୃଷି ଆଇନକୁ ସାରା ଦେଶରେ କୃଷକମାନଙ୍କର ଲାଭକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ସରକାର ଚାଷୀଙ୍କୁ ନେଇ ଚିନ୍ତିତ ଏବଂ ଶୀଘ୍ର ଆନ୍ଦୋଳନ ଶେଷ ହେଉ ବୋଲି ଚାହୁଁଛନ୍ତି। କିନ୍ତୁ କୌଣସି ପ୍ରସଙ୍ଗରେ ସମାଧାନ ହେଉନଥିବାରୁ ବିବାଦ ଅସମାହିତ ହୋଇ ରହିଛି।

କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ତୋମାର କହିଥିଲେ ଯେ କୃଷକ ସଂଗଠନ ଗୁଡିକ ଶୃଙ୍ଖଳିତ ଉପାୟରେ ଆନ୍ଦୋଳନ କରିବା ପ୍ରଶଂସାଯୋଗ୍ୟ। ସେ କହିଛନ୍ତି ଯେ କେନ୍ଦ୍ର ସରକାର ଖୋଲା ମନରେ ଆଲୋଚନା ଜାରି ରଖିବାକୁ ଇଚ୍ଛୁକ, ଯଦି ଆଲୋଚନା ଜାରି ରୁହେ ତେବେ ସେଥିରୁ ନିଶ୍ଚିତ ଭାବେ ଯୁକ୍ତିଯୁକ୍ତ ମାର୍ଗରେ ସମାଧାନ ବାହାରିବ।

Related story