ନୂଆଦିଲ୍ଲୀ: ଭାରତ ବହୁତ ସୁନ୍ଦର। ମୁଁ ଭାରତକୁ ବହୁତ ଭଲପାଏ। ଏଠିକାର ଲୋକ ଓ ସଂସ୍କୃତିର ତୁଳନା ନାହିଁ। ଏଠାକୁ ହିଁ ମୁଁ ହନିମୁନ ପାଇଁ ଆସିଥିଲି। ଏପରି କହିଛନ୍ତି ବେଲଜିୟମ ରାଜା ଫିଲିପ୍।
ରାଜା ଫିଲିପ୍ ରାଣୀଙ୍କ ସହ ଏବେ ଭାରତ ଗସ୍ତରେ ଅଛନ୍ତି। ଆଜି ସେ ରାଷ୍ଟ୍ରପତି ଭବନରେ ପହଞ୍ଚି ଥିଲେ। ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜାରାଣୀଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଫିଲିପ ଭାରତକୁ ଭୁରୀ ଭୁରୀ ପ୍ରଶଂସା କରିଥିଲେ। ଏହାସହ ଦୁଇଦେଶ ମଧ୍ୟରେ ସମ୍ପର୍କ ଆହୁରି ଭଲ ହେବ ବୋଲି ଆଶାବ୍ୟକ୍ତି କରିଥିଲେ।
ବାସ୍ତୁକଳା ଓ ତାଜମହଳରେ ଲାଗିଥିବା ଦାମୀ ପଥର ଫିଲିପ୍ଙ୍କୁ ଅଧିକ ବିମୋହିତ କରିଥିଲା। ଫେରିବା ବେଳେ ଉଭୟ ରାଜାରାଣୀ ତାଜମହଲର ଭିଜିଟର ବୁକ୍ରେ ନିଜ ଅନୁଭବ ଉଲ୍ଲେଖ କରିଥିଲେ।
ବେଲଜିୟମ ରାଜ ପରିବାରର ଫିଲିପ୍ ହେଉଛନ୍ତି ତୃତୀୟ ରାଜା ଯିଏ ପତ୍ନୀଙ୍କ ସହ ତାଜମହଲ ଦେଖିଛନ୍ତି। ତାଙ୍କ ବାପା କିଙ୍ଗ ଏଲର୍ବଟ-୨ ଏବଂ ମାଆ ଡୋନା ୨୦୦୮ରେ ତାଜମହଲ ଦେଖିବାକୁ ଆସିଥିଲେ। ସେମାନଙ୍କ ପୂର୍ବରୁ ୧୯୭୦ରେ କିଙ୍ଗ ବୋଦୋଉନ ଏବଂ ରାଣୀ ଫେବିଓଲା ମଧ୍ୟ ତାଜମହଲ ଦେଖିବାକୁ ଆସିଥିଲେ।