ଜୁଲାଇ ୩୧ ଯାଏ ଲକଡାଉନ୍ ଅବଧି ବଢ଼ାଇଲେ ମମତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେର ଲକଡାଉନ୍ ଅବଧିକୁ ଜୁଲାଇ ୩୧ଯାଏ ବଢ଼ାଇଛନ୍ତି। ଜୁନ୍ ୩୦ରେ ଏବେର ଲକଡାଉନ୍ ଅବଧି ଶେଷ ହେବାକୁ ଯାଉଥିଲା। ଆଜି ମମତା ବାନାର୍ଜୀ ସର୍ବଦଳୀୟ ବୈଠକ କରିଥିଲେ। ପାଖାପାଖି ୩ ଘଣ୍ଟା ଧରି ଆଲୋଚନା କରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଲକଡାଉନ୍ ଅବଧି ବଢ଼ାଇବା ଦରକାର ବୋଲି ସେ କହିଛନ୍ତି। ସେହିପରି ସ୍କୁଲ, କଲେଜ ମଧ୍ୟ ଲକଡାଉନ୍ ପର୍ଯ୍ୟନ୍ତ ବନ୍ଦ ରହିବ […]

mamata-banerjee

mamata-banerjee

Subhransu Sekhar
  • Published: Wednesday, 24 June 2020
  • Updated: 25 June 2020, 06:55 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେର ଲକଡାଉନ୍ ଅବଧିକୁ ଜୁଲାଇ ୩୧ଯାଏ ବଢ଼ାଇଛନ୍ତି। ଜୁନ୍ ୩୦ରେ ଏବେର ଲକଡାଉନ୍ ଅବଧି ଶେଷ ହେବାକୁ ଯାଉଥିଲା। ଆଜି ମମତା ବାନାର୍ଜୀ ସର୍ବଦଳୀୟ ବୈଠକ କରିଥିଲେ। ପାଖାପାଖି ୩ ଘଣ୍ଟା ଧରି ଆଲୋଚନା କରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଲକଡାଉନ୍ ଅବଧି ବଢ଼ାଇବା ଦରକାର ବୋଲି ସେ କହିଛନ୍ତି। ସେହିପରି ସ୍କୁଲ, କଲେଜ ମଧ୍ୟ ଲକଡାଉନ୍ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି।

ବୁଧବାର ପଶ୍ଚିମବଙ୍ଗରେ ୪୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫,୧୭୩ ଛୁଇଁଛି। ଏବେ ୪,୮୯୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି। ସେହିପରି ୧୧ ଜଣଙ୍କର ମୃତ୍ୟୁ ପରେ ମୋଟ୍ ମୃତକଙ୍କ ସଂଖ୍ୟା ୫୯୧ ହୋଇଛି।

ଏହି ସର୍ବଦଳୀୟ ବୈଠକ ବେଳେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମମତା। ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇ ନାହାନ୍ତି ସେମାନଙ୍କ ପାଖରେ କିଭଳି ସମସ୍ତ ସେବା ଶୀଘ୍ର ପହଞ୍ଚିବ ସେ ନେଇ ଗୁରୁତ୍ୱ ଦେଇଛନ୍ତି ମମତା ସରକାର। ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇ ନାହାନ୍ତି ସେମାନେ ହସ୍ପିଟାଲ ଏବଂ ବିଭିନ୍ନ କ୍ଷେତ୍ରରେ ସମସ୍ୟା ଭୋଗୁଛନ୍ତି ବୋଲି ବୈଠକ ବେଳେ ଅନ୍ୟାନ୍ୟ ରାଜନୀତିକ ଦଳ ମତ ରଖିଥିଲେ। ତେଣୁ ସେମାନଙ୍କ ସମସ୍ୟାର ସମାଧାନ ଶୀଘ୍ର ହେବା ଦରକାର ବୋଲି ଟିଏମସି ସମେତ ଅନ୍ୟାନ୍ୟ ଦଳ ମତ ରଖିଥିଲେ। ଘରୋଇ ହସ୍ପିଟାଲ ମାନଙ୍କ ମନମୁଖୀ କାର୍ଯ୍ୟ ଉପରେ ମଧ୍ୟ ରୋକ୍ ଲଗାଇବାକୁ ଦାବି ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହା ଉପରେ ଜୋର ଦେବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story