ଭାବବିହ୍ୱଳ ହୋଇପଡ଼ିଲେ ହିଲାରୀ

ୱାସିଂଟନ୍‌: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ହାରିବା ପରେ ହିଲାରୀ କ୍ଲିଣ୍ଟନ ପ୍ରଥମଥର ପାଇଁ ଆଜି ଜନସାଧାରଣଙ୍କ ସମ୍ମୁଖକୁ ଆସି ଭାବବିହ୍ୱଳ ହୋଇ ପଡ଼ିଥିଲେ। ଜନତାଙ୍କୁ ଉଦ୍‌ବୋଧନ ଦେଇ ସେ କହିଥିଲେ,“ମୋ ହାରିବାରେ ମନ ଛୋଟ ନ କରି ଦେଶର ଉନ୍ନତି ପାଇଁ କାମ କର।” ୬୯ ବର୍ଷୀୟା ହିଲାରୀଙ୍କ ପାଇଁ ରାଜନୈତିକ ସ୍ତରରେ ଏପର୍ଯ୍ୟନ୍ତ ଆସିବା ସହଜ ନ ଥିଲା ବୋଲି ନିଜେ ସ୍ୱୀକାର କରିଛନ୍ତି। ନିର୍ବାଚନର ଏକ ସପ୍ତାହ ପର୍ଯ୍ୟନ୍ତ ଘରେ […]

hillary

Rakesh Mallick
  • Published: Thursday, 17 November 2016
  • , Updated: 04 May 2017, 03:44 PM IST

ୱାସିଂଟନ୍‌: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ହାରିବା ପରେ ହିଲାରୀ କ୍ଲିଣ୍ଟନ ପ୍ରଥମଥର ପାଇଁ ଆଜି ଜନସାଧାରଣଙ୍କ ସମ୍ମୁଖକୁ ଆସି ଭାବବିହ୍ୱଳ ହୋଇ ପଡ଼ିଥିଲେ। ଜନତାଙ୍କୁ ଉଦ୍‌ବୋଧନ ଦେଇ ସେ କହିଥିଲେ,“ମୋ ହାରିବାରେ ମନ ଛୋଟ ନ କରି ଦେଶର ଉନ୍ନତି ପାଇଁ କାମ କର।”

୬୯ ବର୍ଷୀୟା ହିଲାରୀଙ୍କ ପାଇଁ ରାଜନୈତିକ ସ୍ତରରେ ଏପର୍ଯ୍ୟନ୍ତ ଆସିବା ସହଜ ନ ଥିଲା ବୋଲି ନିଜେ ସ୍ୱୀକାର କରିଛନ୍ତି। ନିର୍ବାଚନର ଏକ ସପ୍ତାହ ପର୍ଯ୍ୟନ୍ତ ଘରେ ରହି ନିଜ କୁକୁରଙ୍କ ସହ ସମୟ ବିତାଇବା ଏବଂ ବହି ପଢ଼ିବା ଛଡ଼ା ଘରୁ ବାହାରକୁ ଆସିବାର ମନ ମଧ୍ୟ ହେଉ ନ ଥିଲା ବୋଲି ସେ କହିଥିଲେ। ଏହା ସହିତ ନିଜ ସମର୍ଥକଙ୍କୁ କେବେ ନ ହାରି ରାଜନୀତି ସହ ଜଡ଼ିତ ରହିବାକୁ କହିଥିଲେ।

Related story