ଭବିଷ୍ୟତରେ ଜରୁରୀକାଳୀନ ପରିସ୍ଥିତି ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ: ଆଡ଼ଭାନୀ

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୨୫ ତାରିଖରେ ଜରୁରୀକାଳୀନ ପରିସ୍ଥିତିକୁ ୪୦ ବର୍ଷ ପୂରିବ। ୧୯୭୫ ମସିହାରେ ଏହି ଦିନ ଦେଶରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ। ତେବେ ଏହା ପୂର୍ବରୁ ଏକ ଇଂରାଜୀ ଦୈନିକ ଖବର କାଗଜକୁ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଦେଇଥିବା ସାକ୍ଷାତକାରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ କହିଛନ୍ତି, ବର୍ତ୍ତମାନ ଦେଶର ରାଜନୈତିକ ସ୍ଥିତି ଅସ୍ଥିର ଥିବା ବେଳେ ଆଗକୁ ଜରୁରୀକାଳୀନ ପରିସ୍ଥିତି […]

advanee

advanee

Rakesh Mallick
  • Published: Thursday, 18 June 2015
  • Updated: 18 June 2015, 11:32 AM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୨୫ ତାରିଖରେ ଜରୁରୀକାଳୀନ ପରିସ୍ଥିତିକୁ ୪୦ ବର୍ଷ ପୂରିବ। ୧୯୭୫ ମସିହାରେ ଏହି ଦିନ ଦେଶରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ। ତେବେ ଏହା ପୂର୍ବରୁ ଏକ ଇଂରାଜୀ ଦୈନିକ ଖବର କାଗଜକୁ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଦେଇଥିବା ସାକ୍ଷାତକାରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ କହିଛନ୍ତି, ବର୍ତ୍ତମାନ ଦେଶର ରାଜନୈତିକ ସ୍ଥିତି ଅସ୍ଥିର ଥିବା ବେଳେ ଆଗକୁ ଜରୁରୀକାଳୀନ ପରିସ୍ଥିତି ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ନାଗରିକମାନଙ୍କ ଅଧିକାରକୁ କାଣ୍ଟଛାଣ୍ଟ କରାଯାଇପାରେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନକାଳ ଜରୁରୀକାଳୀନ ସ୍ଥିତି ଉପୁଜିବା ନେଇ ବିରୋଧୀ ଦଳଗୁଡ଼ିକ ଆଶଙ୍କା କରୁଥିବା ବେଳେ ଆଡଭାନୀଙ୍କ ଏଭଳି ମନ୍ତବ୍ୟ ସେମାନଙ୍କୁ ନିଶ୍ଚିତ ଉତ୍ସାହିତ କରିଛି। ଆଡ଼ଭାନୀଙ୍କ ମନ୍ତବ୍ୟ ମୋଦିଙ୍କୁ ଇଙ୍ଗିତ କରୁଥିବା ନେଇ ସେମାନେ କହିଛନ୍ତି ଓ ଏବଂ ମୋଦିଙ୍କ ଉପରେ ଆକ୍ରମଣକୁ ତୀବ୍ର କରିଛନ୍ତି। ଏଥିରେ ସର୍ବାଗ୍ରେ ରହିଛି ଆମ୍ ଆଦମୀ ପାର୍ଟି। ଦଳୀୟ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଆଡ଼ଭାନୀଜୀ ଠିକ୍ କହିଛନ୍ତି। ଆଗକୁ ପୁଣି ଜରୁରୀକାଳୀନ ସ୍ଥିତି ଲାଗୁ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ଏହା ହୁଏତ ଦିଲ୍ଲୀରୁ ଆରମ୍ଭ ହୋଇପାରେ। ଦିଲ୍ଲୀ ଉପ-ରାଜ୍ୟପାଳ ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଚାଲିଥିବା କ୍ଷମତା ଟଣାଟଣିକୁ ଇଙ୍ଗିତ କରି ସେ ଏକଥା କହିଥିଲେ। କାରଣ ସେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ଯେ ମୋଦି ସରକାର ଉପ-ରାଜ୍ୟପାଳଙ୍କ ମାଧ୍ୟମରେ ପରୋକ୍ଷରେ ଦିଲ୍ଲୀରେ ଶାସନ କରିବାକୁ ଚାହୁଁଛନ୍ତି।

ସେହିପରି ମୋଦିଙ୍କ ପରମ ଶତ୍ରୁ ଭାବେ ଜଣାଶୁଣା ନୀତୀଶ କୁମାର କହିଛନ୍ତି ଯେ ଆଡ଼ଭାନୀଜୀ ଦେଶର ସବୁଠୁ ବୟସ୍କ ନେତା। ସେ ଯେଉଁ ଚିନ୍ତା ପ୍ରକଟ କରିଛନ୍ତି ତାହା ଉପରେ ସମସ୍ତେ ଧ୍ୟାନ ଦେବା ଉଚିତ୍। କାରଣ ଆମେ ତ ଫଳ ଭୋଗୁଛୁ।

କଂଗ୍ରେସ ନେତା ଅଖିଳେଶ ପ୍ରସାଦ ସିଂହ କହିଛନ୍ତି, ମୋଦିଙ୍କ ଶାସନ କାଳରେ ଖୋଦ ବିଜେପିର ନେତାମାନେ ଅନୁଭବ କରୁଛନ୍ତି ଯେ ଆଗକୁ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇପାରେ। କିନ୍ତୁ ଖୋଲାଖୋଲି କହି ପାରୁ ନାହାନ୍ତି। ଏବେ ଦଳ ଭିତରେ ସେମାନଙ୍କର ଅଧିକାର ଆଉ ପୂର୍ବ ଭଳି ନାହିଁ। ସେଥିପାଇଁ ତାଙ୍କୁ (ଆଡ଼ଭାନୀଙ୍କୁ) ଆଗକୁ ଜରୁରୀକାଳୀନ ସ୍ଥିତି ଲାଗୁ ହେବା  ଅନୁଭବ ହୋଇଛି।

ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ପ୍ରସ୍ତାବ ଦେଇଛନ୍ତି ଯେ ଏ ପ୍ରସଙ୍ଗରେ ବିଜେପି ଏକ ବୈଠକ ଡକାଇବା ଉଚିତ୍। ଆଡଭାନୀ ଜଣେ ବରିଷ୍ଠ ନେତା ଓ ବିଚାରକ। ତେଣୁ ତାଙ୍କ କଥାକୁ ଗମ୍ଭୀରତାର ସହିତ ନେଇ ଅମିତ ଶାହ ଏକ ବୈଠକ ଡକାଇବା ଉଚିତ୍।

ଅନ୍ୟପକ୍ଷରେ ତାଙ୍କର ଏହି ମନ୍ତବ୍ୟରେ ତାଜୁବ ହୋଇଛି ଭାଜପା। ଅପରପକ୍ଷରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କହିଛି ଯେ ଆଡ଼ଭାନୀଙ୍କ ମନ୍ତବ୍ୟର ଭୁଲ୍ ଅର୍ଥ କଢ଼ା ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story