ଭଗବାନଙ୍କୁ କିଛି ମାଗି ନାହିଁ: ରାହୁଲ

ଡେରାଡୁନ: କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀ ଶୁକ୍ରବାର ସକାଳେ କେଦାରନାଥଙ୍କ ଦର୍ଶନ କରିଛନ୍ତି। ସକାଳ ପ୍ରାୟ ସାଢ଼େ ଆଠଟାରେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିରର ଦ୍ୱାର ଖୋଲିବା ପରେ ରାହୁଲ ଦର୍ଶନ କରିଥିଲେ ଭଗବାନ ଶିବଙ୍କୁ। ତେବେ ଦର୍ଶନ ପରେ ସେ କହିଥିଲେ, ଭଗବାନଙ୍କୁ ସେ କିଛି ବି ମାଗିନାହାନ୍ତି। ତେବେ ଏଠାକୁ ଆସିବା ପରେ ସେ ଖୁବ ଭଲ ଅନୁଭବ କରୁଛନ୍ତି। ୨୦୧୩ ବନ୍ୟା ଓ ଭୂସ୍ଖଳନ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କୁ ସମ୍ମାନ ଦେବା ପାଇଁ […]

rahulgandhi

Rakesh Mallick
  • Published: Friday, 24 April 2015
  • , Updated: 24 April 2015, 07:38 AM IST

ଡେରାଡୁନ: କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀ ଶୁକ୍ରବାର ସକାଳେ କେଦାରନାଥଙ୍କ ଦର୍ଶନ କରିଛନ୍ତି। ସକାଳ ପ୍ରାୟ ସାଢ଼େ ଆଠଟାରେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିରର ଦ୍ୱାର ଖୋଲିବା ପରେ ରାହୁଲ ଦର୍ଶନ କରିଥିଲେ ଭଗବାନ ଶିବଙ୍କୁ। ତେବେ ଦର୍ଶନ ପରେ ସେ କହିଥିଲେ, ଭଗବାନଙ୍କୁ ସେ କିଛି ବି ମାଗିନାହାନ୍ତି। ତେବେ ଏଠାକୁ ଆସିବା ପରେ ସେ ଖୁବ ଭଲ ଅନୁଭବ କରୁଛନ୍ତି। ୨୦୧୩ ବନ୍ୟା ଓ ଭୂସ୍ଖଳନ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କୁ ସମ୍ମାନ ଦେବା ପାଇଁ ସେ ଏଠାକୁ ଆସିଥିଲେ ବୋଲି କହିଥିଲେ ରାହୁଲ। ବରିଷ୍ଠ କଂଗ୍ରେସ ନେତା ଅମ୍ବିକା ସୋନି ଓ ଜୀତୀନ ପ୍ରସାଦଙ୍କ ସହିତ ରାହୁଲ ଗାନ୍ଧୀ ପ୍ରାୟ ୧୮ କିଲୋମିଟର ରାସ୍ତା ଚାଲି ଚାଲି ଆସି କେଦାରନାଥରେ ମହାଦେବଙ୍କ ଦର୍ଶନ କରିଥିଲେ। ଗତକାଲି ସକାଳେ ସେ ଏହି ଯାତ୍ରା ଆରମ୍ଭ କରିଥିଲେ। ଗୌରୀକୁଣ୍ଡରେ ରାତ୍ରିଯାପନ କରିବା ପରେ ଆଜି ସକାଳେ କେଦାରନାଥରେ ମହାଦେବଙ୍କ ଦର୍ଶନ କରିଥିଲେ।

Related story