କୋଭାକ୍ସିନ ଟିକାକୁ ବିକ୍ରି ପାଇଁ ଅନୁମତି

ନୂଆଦିଲ୍ଲୀ: କୋଭାକ୍ସାଇନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଅନୁମତି ମିଳିବା ପରେ କେନ୍ଦ୍ରୀୟ ଲାଇସେନ୍ସ ପ୍ରାଧିକରଣ ରବିବାର ବିକ୍ରି ଏବଂ ବିତରଣ ପାଇଁ ଅନୁମତି ଦେଇଛନ୍ତି। ହାଇଦ୍ରାବାଦ ସ୍ଥିତ ଏହି ଟିକା କମ୍ପାନୀ ଏବେ ଔଷଧ ଉତ୍ପାଦନ କରିବାକୁ ଅନୁମତି ମିଳିଛି। କୋଭାକ୍ସାଇନ୍ ଦୁଇଟି ମାତ୍ରାରେ ଦିଆଯିବ। ୨-୮ ° ସେଲସିୟସରେ ଏହା ସଂରକ୍ଷିତ ହୋଇ ରହିବ। ଭାରତ ବାୟୋଟେକ୍ ହେଉଛି କରୋନା ପ୍ରଥମ ସ୍ୱଦେଶୀ ଟିକା। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) […]

bharat-biotech

Subhransu Sekhar
  • Published: Sunday, 03 January 2021
  • , Updated: 03 January 2021, 10:34 PM IST

ନୂଆଦିଲ୍ଲୀ: କୋଭାକ୍ସାଇନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଅନୁମତି ମିଳିବା ପରେ କେନ୍ଦ୍ରୀୟ ଲାଇସେନ୍ସ ପ୍ରାଧିକରଣ ରବିବାର ବିକ୍ରି ଏବଂ ବିତରଣ ପାଇଁ ଅନୁମତି ଦେଇଛନ୍ତି। ହାଇଦ୍ରାବାଦ ସ୍ଥିତ ଏହି ଟିକା କମ୍ପାନୀ ଏବେ ଔଷଧ ଉତ୍ପାଦନ କରିବାକୁ ଅନୁମତି ମିଳିଛି।

କୋଭାକ୍ସାଇନ୍ ଦୁଇଟି ମାତ୍ରାରେ ଦିଆଯିବ। ୨-୮ ° ସେଲସିୟସରେ ଏହା ସଂରକ୍ଷିତ ହୋଇ ରହିବ। ଭାରତ ବାୟୋଟେକ୍ ହେଉଛି କରୋନା ପ୍ରଥମ ସ୍ୱଦେଶୀ ଟିକା। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ସହଯୋଗରେ ଭାରତ ବାୟୋଟେକ୍ ଏହି ଟିକା ପ୍ରସ୍ତୁତ କରିଛି।

ରବିବାର ଏକ ପ୍ରେସ୍ କନଫରେନ୍ସ ଆୟୋଜିତ କରାଯାଇଥିଲା, ଯେଉଁଥିରେ DGCI ନିର୍ଦ୍ଦେଶକ ଭିଜି ସୋମାନୀ କହିଛନ୍ତି, ଉଭୟ ଭ୍ୟାକସିନ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଏହାର ଆପାତ୍ତକାଳୀନ ବ୍ୟବହାର କରାଯାଇପାରିବ। ଏହି ଦୁଇଟି ଯାକ ଭ୍ୟାକସିନକୁ ଦୁଇଟି ଲେଖାଏ ଡୋଜ୍ ଇଞ୍ଜେକ୍ସନ୍ ଆକାରରେ ଦିଆଯାଇପାରି। ଏହି ଦୁଇଟି ଭ୍ୟାକସିନକୁ ୨ରୁ ୮ ଡିଗ୍ରୀ ତାପମାତ୍ରାରେ ସୁରକ୍ଷିତ ରଖାଯିବ।

DGCI କୌଣସି ମେଡିସିନ୍, ଡ୍ରଗ୍, ଭ୍ୟାକସିନକୁ ଅନ୍ତିମ ଅନୁମତି ଦିଅନ୍ତି, ଏହାର ଅର୍ଥ ଏସବୁ ମେଡିସିନ୍, ଭ୍ୟାକସିନକୁ ସାର୍ବଜନୀନ ବ୍ୟବହାର କରାଯାଇପାରିବ। ତେବେ ଅନୁମୋଦନ ଦେବା ପୂର୍ବରୁ DGCI ଭ୍ୟାକସିନ୍ ଉପରେ ହୋଇଥିବା ପରୀକ୍ଷଣକୁ ଭଲଭାବେ ତର୍ଜମା କରିଥାଏ। ଅନ୍ୟପକ୍ଷରେ ଜାନୁଆରୀ ୨ ତାରିଖରୁ କରୋନା ଭ୍ୟାକସିନର ଡ୍ରାଏ ରନ୍ ଆରମ୍ଭ ହୋଇଛି। ଡ୍ରାଏ ରନର ରେଜଲ୍ଟ ମଧ୍ୟ ସକାରାତ୍ମକ ରହିଛି।

ବ୍ରିଟିଶ ଡ୍ରଗ୍ସ ଗ୍ରୁପ ‘ଆଷ୍ଟ୍ରା ଜେନେକା’ (AstraZeneca)/ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ଏହି କୋଭିଶିଲ୍ଡ ଟିକା ପ୍ରସ୍ତୁତ ହୋଇଛି। ବ୍ରିଟେନ ସରକାର ମଧ୍ୟ ଏହି ଟିକାକୁ ଅନୁମତି ଦେଇସାରିଛନ୍ତି। ବ୍ରିଟେନରେ ମାତିଥିବା କରୋନାର ନୂଆ ଷ୍ଟ୍ରେନକୁ ମଧ୍ୟ ଏହା ମାତ୍ ଦେଇପାରିବ ବୋଲି କମ୍ପାନୀ ଦାବି କରିଛି। ଡ୍ରଗ୍ସ କଣ୍ଟ୍ରୋଲର ଅନୁମତି ଦେଲେ ମୋଟ୍ ଦୁଇଟି ଟିକା ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ପାଇବ।

Related story