ଭାରତୀୟ ଓ ଚାଇନିଜ୍ ଛଡାଇ ନେଉଛନ୍ତି ଆମେରିକାୟଙ୍କ ଚାକିରି: ଟ୍ରମ୍ପ

ନ୍ୟୁୟର୍କ: ଭାରତୀୟ ଓ ଚାଇନିଜମାନେ ଆମେରିକୀୟଙ୍କଠାରୁ ଚାକିରି ଛଡାଇ ନେଉଛନ୍ତି। ସେମାନଙ୍କୁ ଏଥିରୁ ନିବୃତ୍ତ କରିବାକୁ ହେବ ଓ ଚାକିରି ଫେରାଇଆଣି ଆମେରିକାୟକୁ ନିଯୁକ୍ତି ଦେବାକୁ ହେବ। ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକ ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଡୋନାଲଡ୍ ଜନ୍ ଟ୍ରମ୍ପ ଏକ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଏକଥା କହିଛନ୍ତି। ତେବେ ଭାରତୀୟ ଓ ଚାଇନିଜଙ୍କଠାରୁ କିପରି ଭାବେ ଚାକିରି ଫେରାଇ ନିଆଯିବ, ସେ ନେଇ କୌଣସି ନୀତି ସମ୍ପର୍କରେ କିଛି […]

85496-donald

Rakesh Mallick
  • Published: Saturday, 07 November 2015
  • , Updated: 04 May 2017, 03:44 PM IST

ନ୍ୟୁୟର୍କ: ଭାରତୀୟ ଓ ଚାଇନିଜମାନେ ଆମେରିକୀୟଙ୍କଠାରୁ ଚାକିରି ଛଡାଇ ନେଉଛନ୍ତି। ସେମାନଙ୍କୁ ଏଥିରୁ ନିବୃତ୍ତ କରିବାକୁ ହେବ ଓ ଚାକିରି ଫେରାଇଆଣି ଆମେରିକାୟକୁ ନିଯୁକ୍ତି ଦେବାକୁ ହେବ। ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକ ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଡୋନାଲଡ୍ ଜନ୍ ଟ୍ରମ୍ପ ଏକ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଏକଥା କହିଛନ୍ତି। ତେବେ ଭାରତୀୟ ଓ ଚାଇନିଜଙ୍କଠାରୁ କିପରି ଭାବେ ଚାକିରି ଫେରାଇ ନିଆଯିବ, ସେ ନେଇ କୌଣସି ନୀତି ସମ୍ପର୍କରେ କିଛି କହିନାହାନ୍ତି ଟ୍ରମ୍ପ୍। ଆମେରିକୀଙ୍କ ଭୋଟ୍ ହାତେଇବା ପାଇଁ ଟ୍ରମ୍ପ୍ ଏପରି ମନ୍ତବ୍ୟ ଦେଇଥିବା କୁହାଯାଉଛି।

Related story