ଭୋପାଳ ଏନ୍‌କାଉଣ୍ଟର: ବିଚାର ବିଭାଗୀୟ ତଦନ୍ତ କରିବାକୁ ସରକାରଙ୍କ ନିର୍ଦ୍ଦେଶ

ଭୋପାଳ: ଭୋପାଳ କେନ୍ଦ୍ରୀୟ ଜେଲରୁ ୮ ଜଣ ସିମି ଆତଙ୍କବାଦୀ ଫେରାର ହୋଇଯିବା ଓ ପରେ ଏନ୍‌କାଉଣ୍ଟରରେ ପ୍ରାଣ ହରାଇବା ମାମଲାର ବିଚାର ବିଭାଗୀୟ ତଦନ୍ତ କରିବା ପାଇଁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ଅବସର ପ୍ରାପ୍ତ ବିଚାରପତି ଏସ.କେ. ପାଣ୍ଡେ  ଏହି ଘଟଣାର ତଦନ୍ତ କରିବେ ବୋଲି ସେ କହିଛନ୍ତି। ପୂର୍ବରୁ ଏହାର ତଦନ୍ତ ଜାତୀୟ ତଦନ୍ତକାରୀ ଏଜେନ୍ସୀ (ଏନଆଇଏ) କରିବ ବୋଲି ମଧ୍ୟପ୍ରଦେଶ ସରକାର କହିଥିଲେ। କିନ୍ତୁ ପରେ […]

bhopal

Rakesh Mallick
  • Published: Friday, 04 November 2016
  • , Updated: 05 November 2016, 09:46 PM IST

ଭୋପାଳ: ଭୋପାଳ କେନ୍ଦ୍ରୀୟ ଜେଲରୁ ୮ ଜଣ ସିମି ଆତଙ୍କବାଦୀ ଫେରାର ହୋଇଯିବା ଓ ପରେ ଏନ୍‌କାଉଣ୍ଟରରେ ପ୍ରାଣ ହରାଇବା ମାମଲାର ବିଚାର ବିଭାଗୀୟ ତଦନ୍ତ କରିବା ପାଇଁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ଅବସର ପ୍ରାପ୍ତ ବିଚାରପତି ଏସ.କେ. ପାଣ୍ଡେ  ଏହି ଘଟଣାର ତଦନ୍ତ କରିବେ ବୋଲି ସେ କହିଛନ୍ତି।

ପୂର୍ବରୁ ଏହାର ତଦନ୍ତ ଜାତୀୟ ତଦନ୍ତକାରୀ ଏଜେନ୍ସୀ (ଏନଆଇଏ) କରିବ ବୋଲି ମଧ୍ୟପ୍ରଦେଶ ସରକାର କହିଥିଲେ। କିନ୍ତୁ ପରେ ସରକାର ପଛ ଘୁଞ୍ଚା ଦେଇଥିଲେ।

ଭୋପାଳ କେନ୍ଦ୍ରୀୟ ଜେଲରେ ଥିବା ୮ଜଣ ସିମି ଆତଙ୍କୀ ଜେଲର ହେଡ୍‌ କନଷ୍ଟେବଲଙ୍କୁ ଗଳା କାଟି ହତ୍ୟା କରିବା ପରେ ବେଡ୍‌ସିଟ୍ ଓ କମ୍ବଳକୁ ଦଉଡ଼ି ଭାବେ ବ୍ୟବହାର କରି ଜେଲ୍ କାନ୍ଥ ଡେଇଁ ଫେରାର ହୋଇଯାଇଥିଲେ। ପରଦିନ ସକାଳେ ପୋଲିସ୍‌ ଏନକାଉଣ୍ଟରେ ଏହି ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଏନକାଉଣ୍ଟର କିଛି ଭିଡିଓ ଲୋକଲୋଚନକୁ ଆସିବା ପରେ ଏହାକୁ ନେଇ ରାଜନୀତି ଦେଖାଯାଇଥିଲା। ଏହା ଏକ ମିଥ୍ୟା ଏନକାଉଣ୍ଟର ବୋଲି କିଛି ରାଜନୈତିକ ଦଳ ଅଭିଯୋଗ କରିଛନ୍ତି।

Related story