ବିଏଚ୍‌ୟୁ ସଂସ୍କୃତ ଶିକ୍ଷକଙ୍କ ପାଇଁ ପରେଶ ରାୱଲଙ୍କ ‘ମହମ୍ମଦ ରଫି’ ଯୁକ୍ତି

ନୂଆଦିଲ୍ଲୀ: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ପଢ଼ାଇବା ପାଇଁ ମୁସଲିମ୍‌ ପ୍ରଫେସର ନିଯୁକ୍ତି ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ଅଭିନେତା ତଥା ପୂର୍ବତନ ବିଜେପି ସାଂସଦ ପରେଶ ରାୱଲ। ପ୍ରଫେସର ଫିରୋଜ୍‌ ଖାନ୍‌ଙ୍କ ବିରୋଧରେ ବିକ୍ଷୋଭ ତାଙ୍କୁ ଆଶ୍ଚର୍ଯ୍ୟ କରିଥିବା କହିଛନ୍ତି ରାୱଲ। ସେ କହିଛନ୍ତି, ଭାଷା ସହ ଧର୍ମର କ’ଣ ସମ୍ପର୍କ? ସବୁଠାରୁ ବଡ଼ କଥା ହେଉଛି ପ୍ରଫେସର ଫିରୋଜ୍‌ ସଂସ୍କୃତରେ ମାଷ୍ଟର୍ସ ଏବଂ ପିଏଚ୍‌ଡି କରିଛନ୍ତି। ସୂଚନାଯୋଗ୍ୟ ଯେ, ଏହି ନିଯୁକ୍ତି ବିରୋଧରେ ୩୦ ଜଣ […]

rawal

Subrat Kumar Nayak
  • Published: Wednesday, 20 November 2019
  • , Updated: 20 November 2019, 04:05 PM IST

ନୂଆଦିଲ୍ଲୀ: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ପଢ଼ାଇବା ପାଇଁ ମୁସଲିମ୍‌ ପ୍ରଫେସର ନିଯୁକ୍ତି ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ଅଭିନେତା ତଥା ପୂର୍ବତନ ବିଜେପି ସାଂସଦ ପରେଶ ରାୱଲ। ପ୍ରଫେସର ଫିରୋଜ୍‌ ଖାନ୍‌ଙ୍କ ବିରୋଧରେ ବିକ୍ଷୋଭ ତାଙ୍କୁ ଆଶ୍ଚର୍ଯ୍ୟ କରିଥିବା କହିଛନ୍ତି ରାୱଲ।

ସେ କହିଛନ୍ତି, ଭାଷା ସହ ଧର୍ମର କ’ଣ ସମ୍ପର୍କ? ସବୁଠାରୁ ବଡ଼ କଥା ହେଉଛି ପ୍ରଫେସର ଫିରୋଜ୍‌ ସଂସ୍କୃତରେ ମାଷ୍ଟର୍ସ ଏବଂ ପିଏଚ୍‌ଡି କରିଛନ୍ତି। ସୂଚନାଯୋଗ୍ୟ ଯେ, ଏହି ନିଯୁକ୍ତି ବିରୋଧରେ ୩୦ ଜଣ ଛାତ୍ର ଗତ ୧୨ ଦିନ ଧରି କୁଳପତି ରାକେଶ ଭଟ୍ଟନାଗରଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ସେମାନେ ଶ୍ଲୋକ ପାଠ କରିବା ସହ ସେଠାରେ ଯଜ୍ଞ କରି ବିରୋଧ ପ୍ରଦର୍ଶନ କରୁଛନ୍ତି।

ପରେଶ କହିଛନ୍ତି, ଏହି ଯୁକ୍ତି ଅନୁସାରେ ମହମ୍ମଦ ରଫି ଭଜନ ଗାଇନଥା’ନ୍ତେ କିମ୍ବା ନୌସାଦ୍‌ ଏହି ଭଜନ ସବୁର ସଂଗୀତ ଦେଇନଥା’ନ୍ତେ। ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଫିରୋଜ ସବୁଠାରୁ ଯୋଗ୍ୟ ପ୍ରାର୍ଥୀ ଥିଲେ। ଆସିଷ୍ଟାଣ୍ଟ ପ୍ରଫେସର ଭାବେ ତାଙ୍କ ନିଯୁକ୍ତି ପାଇଁ ପୁରା ପ୍ରକ୍ରିୟା ଅନୁସରଣ କରାଯାଇଛି।

Related story