ଧାର୍ମିକ ପ୍ରସଙ୍ଗ ଆଧାରରେ BHU ପ୍ରଶ୍ନପତ୍ର, ଧାର୍ମିକ ଧ୍ରୁବୀକରଣ ଅଭିଯୋଗ ଆଣିଲେ ଛାତ୍ର

ନୂଆଦିଲ୍ଲୀ: “ତିନି ତଲାକ୍ ଓ ହଲାଲା ହେଉଛି ଇସଲାମ ଧର୍ମର ସାମାଜିକ କୁସଂସ୍କାର,  ଏହାର ବ୍ୟାଖ୍ୟା କର।  ଜୋହର କହିଲେ ଆପଣ କଣ ବୁଝନ୍ତି? ଆଲ୍ଲାଉଦ୍ଦିନ ଖିଲିଜିଙ୍କ ରାଜତ୍ୱ ସମୟରେ ରାଣୀ ପଦ୍ମାବତୀଙ୍କ ଜୋହର ସମ୍ପର୍କରେ ବର୍ଣ୍ଣନା କର ।” ଏହା କୌଣସି  ସାମାଜିକ ସଂସ୍କାର ସମ୍ପର୍କିତ ଆଲୋଚନାଚକ୍ରର ବିଷୟବସ୍ତୁ ନୁହେଁ, ଏହା ହେଉଛି ବନାରସ ହିନ୍ଦୁ ୟୁନିଭରସିଟିର ପ୍ରଶ୍ନପତ୍ର। ଦେଶର ଅନ୍ୟତମ ପ୍ରତିଷ୍ଠିତ ଓ ସମ୍ମାନଜନକ ୟୁନିଭରସିଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଏବେ ବିବାଦରେ। ଏଭଳି […]

banaras-hindu-university-bhu-campus_252e6284-dcd2-11e7-8585-db66518b106f

Rakesh Mallick
  • Published: Sunday, 10 December 2017
  • , Updated: 10 December 2017, 07:42 PM IST

ନୂଆଦିଲ୍ଲୀ: “ତିନି ତଲାକ୍ ଓ ହଲାଲା ହେଉଛି ଇସଲାମ ଧର୍ମର ସାମାଜିକ କୁସଂସ୍କାର,  ଏହାର ବ୍ୟାଖ୍ୟା କର।  ଜୋହର କହିଲେ ଆପଣ କଣ ବୁଝନ୍ତି? ଆଲ୍ଲାଉଦ୍ଦିନ ଖିଲିଜିଙ୍କ ରାଜତ୍ୱ ସମୟରେ ରାଣୀ ପଦ୍ମାବତୀଙ୍କ ଜୋହର ସମ୍ପର୍କରେ ବର୍ଣ୍ଣନା କର ।”

ଏହା କୌଣସି  ସାମାଜିକ ସଂସ୍କାର ସମ୍ପର୍କିତ ଆଲୋଚନାଚକ୍ରର ବିଷୟବସ୍ତୁ ନୁହେଁ, ଏହା ହେଉଛି ବନାରସ ହିନ୍ଦୁ ୟୁନିଭରସିଟିର ପ୍ରଶ୍ନପତ୍ର। ଦେଶର ଅନ୍ୟତମ ପ୍ରତିଷ୍ଠିତ ଓ ସମ୍ମାନଜନକ ୟୁନିଭରସିଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଏବେ ବିବାଦରେ। ଏଭଳି ପ୍ରଶ୍ନ ମାଧ୍ୟମରେ ଛାତ୍ର ସମାଜର ପ୍ରକୃତ ସମସ୍ୟାରୁ ଅଣଦେଖା କରି ଧର୍ମର ଧ୍ରୁବୀକରଣ କରାଯାଉଛି ବୋଲି ଅଭିଯୋଗ ହୋଇଛି। ଇତିହାସ ସ୍ନାତକୋତ୍ତୋର ସେମିଷ୍ଟରରେ ଆସିଥିବା ଏହି ସବୁ ପ୍ରଶ୍ନକୁ ନେଇ ଆପତ୍ତି ଉଠାଇଛନ୍ତି କେତେକ ଛାତ୍ର।

ଉପରୋକ୍ତ ପ୍ରଶ୍ନ ବ୍ୟତିତ ଆହୁରି ଅନେକ ବିବାଦୀୟ ପ୍ରଶ୍ନ ମଧ୍ୟ ପଚରା ଯାଇଛି। ସୁଲତାନ ରାଜତ୍ୱ ସମୟରେ ମୁସଲମାନ ସମାଜରେ ମହିଳାଙ୍କ ସ୍ଥିତି କଣ ଥିଲା, ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ସଦଭାବ ଲାଗି ସାଧୁ ସନ୍ଥମାନେ କଣ କରିଥିଲେ, ଏଭଳି ପ୍ରଶ୍ନ ମଧ୍ୟ ପଚରା ଯାଇଛି। କେତେକ ଛାତ୍ରୀଛାତ୍ର ଏସବୁ ପ୍ରଶ୍ନକୁ ବିରୋଧ କରିଥିବା ବେଳେ ଆଉ କେତେକ ଏହାକୁ ସମର୍ଥନ କରିଛନ୍ତି । ସମାଜର କୁସଂସ୍କାର ବିଷୟରେ ପାଠ ପଢ଼ାଯିବା ଉଚିତ ବୋଲି କହିଛନ୍ତି  BHUର ପ୍ରଫେସର।

 

Related story