ଭୂମିକମ୍ପ: ଭାରତରେ ୭୨ ମୃତ, ଆହତ ସଂଖ୍ୟା ୩୦୦ଟପିଲା

ନୂଆଦିଲ୍ଲୀ: ଶନିବାର ନେପାଳ ସହିତ ଭାରତରେ ମଧ୍ୟ ହୋଇଥିଲା ଭୂମିକମ୍ପ। ଆଉ ଏଥିରେ ମୃତକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲଛି। ସୋମବାର ଏହି ସଂଖ୍ୟା ୭୨ରେ ପହଞ୍ଚି ଯାଇଛି। ସେହିଭଳି ଆହତଙ୍କ ସଂଖ୍ୟା ୩୦୦ ଅତିକ୍ରମ କରିଯାଇଛି। ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ଏହି ସୂଚନା ଦେଇଥିଲେ। ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବିହାର। କେବଳ ବିହାରରେ ମୃତକଙ୍କ ସଂଖ୍ୟା ୫୬ରେ ପହଞ୍ଚିଯାଇଛି । ପାଖାପାଖି ୨୦୦ ଜଣ ଆହତ ହୋଇଛନ୍ତି। ଉତ୍ତର […]

west bengal

Rakesh Mallick
  • Published: Sunday, 26 April 2015
  • , Updated: 27 April 2015, 11:38 AM IST

ନୂଆଦିଲ୍ଲୀ: ଶନିବାର ନେପାଳ ସହିତ ଭାରତରେ ମଧ୍ୟ ହୋଇଥିଲା ଭୂମିକମ୍ପ। ଆଉ ଏଥିରେ ମୃତକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲଛି। ସୋମବାର ଏହି ସଂଖ୍ୟା ୭୨ରେ ପହଞ୍ଚି ଯାଇଛି। ସେହିଭଳି ଆହତଙ୍କ ସଂଖ୍ୟା ୩୦୦ ଅତିକ୍ରମ କରିଯାଇଛି। ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ଏହି ସୂଚନା ଦେଇଥିଲେ।

ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବିହାର। କେବଳ ବିହାରରେ ମୃତକଙ୍କ ସଂଖ୍ୟା ୫୬ରେ ପହଞ୍ଚିଯାଇଛି । ପାଖାପାଖି ୨୦୦ ଜଣ ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶରେ ୧୨ ଜଣ ପ୍ରାଣ ହରାଇଥିବା ବେଳେ ୬୯ ଜଣ ଆହତ ହୋଇଛନ୍ତି। ପଶ୍ଚିମବଙ୍ଗରେ ତିନି ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି। ସେହିଭଳି ୨୪ ଘଣ୍ଟା ପରେ ରବିବାର ପୁଣି ଥରେ ଘଟିଥିବା ଭୂମିକମ୍ପରେ ରାଜସ୍ଥାନର ଭରତପୁରରେ ଏକ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ବାଳିକା ପ୍ରାଣ ହରାଇଥିଲା। ଅନ୍ୟ ୮ ଜଣ ଆହତ ହୋଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆଲୋଚନା କରିଥିଲେ ଓ ପରିସ୍ଥିତି ସଂପର୍କରେ ପଚାରି ବୁଝିଥିଲେ। ତା’ସହିତ ଭୂମିକମ୍ପ ଅନୁଭୁତ ହୋଇଥିବା ଅନ୍ୟାନ୍ୟ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବି ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। ଭୂମିକମ୍ପରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୬ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ଅନୁଭୁତ ହୋଇଥିଲା ଭୂମିକମ୍ପ। ତେବେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ବିହାର, ଉତ୍ତର ପ୍ରଦେଶ ଓ ପଶ୍ଚିମ ବଙ୍ଗ। ଏହି ରାଜ୍ୟଗୁଡ଼ିକରେ ଭୂମିକମ୍ପର ତୀବ୍ରତା ଥିଲା ୭.୪। ଏଥିଯୋଗୁ ଅନେକ ସ୍ଥାନରେ ଘର ଓ କୋଠା ଭୁଶୁଡ଼ି ପଡ଼ିଛି।

Related story