ବିବିଧତା ହିଁ ଭାରତର ଗର୍ବ ଏବଂ ବୈଶିଷ୍ଟ୍ୟ: ମୋଦି

ଲଣ୍ଡନ: ବିବିଧତା ହିଁ ଭାରତର ଗର୍ବ ଏବଂ ବୈଶିଷ୍ଟ୍ୟ। ଲଣ୍ଡନର ବେମ୍ୱଲି ଷ୍ଟାଡିୟମରେ ପ୍ରାୟ ୬୦ ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି । ଆତଙ୍କବାଦ ଓ ଗ୍ଲୋବାଲ୍ ୱାର୍ମିଂ ବିଶ୍ୱର ୨ଟି ମୁଖ୍ୟ ସମସ୍ୟା। ଏହା ବିରୋଧରେ ଲଢ଼ିବା ପାଇଁ ଭାରତ ସମଗ୍ର ବିଶ୍ୱକୁ ବାଟ ଦେଖାଇ ପାରିବ ବୋଲି ମୋଦି କହିଛନ୍ତି। ଏହି ଅବସରରେ ଆସନ୍ତା ଡିସେମ୍ୱର ୧୫ରୁ ଲଣ୍ଡନ ଓ ଅହମଦାବାଦ ମଧ୍ୟରେ ସିଧାସଳଖ ବିମାନ […]

modi

Rakesh Mallick
  • Published: Saturday, 14 November 2015
  • , Updated: 14 November 2015, 06:03 AM IST

ଲଣ୍ଡନ: ବିବିଧତା ହିଁ ଭାରତର ଗର୍ବ ଏବଂ ବୈଶିଷ୍ଟ୍ୟ। ଲଣ୍ଡନର ବେମ୍ୱଲି ଷ୍ଟାଡିୟମରେ ପ୍ରାୟ ୬୦ ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି । ଆତଙ୍କବାଦ ଓ ଗ୍ଲୋବାଲ୍ ୱାର୍ମିଂ ବିଶ୍ୱର ୨ଟି ମୁଖ୍ୟ ସମସ୍ୟା। ଏହା ବିରୋଧରେ ଲଢ଼ିବା ପାଇଁ ଭାରତ ସମଗ୍ର ବିଶ୍ୱକୁ ବାଟ ଦେଖାଇ ପାରିବ ବୋଲି ମୋଦି କହିଛନ୍ତି। ଏହି ଅବସରରେ ଆସନ୍ତା ଡିସେମ୍ୱର ୧୫ରୁ ଲଣ୍ଡନ ଓ ଅହମଦାବାଦ ମଧ୍ୟରେ ସିଧାସଳଖ ବିମାନ ସେବା କାର୍ଯ୍ୟକାରୀ ହେବ ବୋଲି ମଧ୍ୟ ସେ ଘୋଷଣା କରିଛନ୍ତି। ଭାରତରେ ଭିତ୍ତିଭୂମି, ପ୍ରତିରକ୍ଷା ଏବଂ ରେଳସେବା କ୍ଷେତ୍ରରେ ନିବେଶ ପାଇଁ ମୋଦି ବ୍ରିଟିଶ୍ କମ୍ପାନୀ ଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମୋଦିଙ୍କ ସହ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଡେଭିଡ୍ କ୍ୟାମରୁନ୍ ମଧ୍ୟ ଉପସ୍ଥିତ ଥିଲେ। କ୍ୟାମରୁନ୍ ପ୍ରଥମେ ମୋଦିଙ୍କୁ ସ୍ୱାଗତ କରି ଅଭିଭାଷଣ ଦେବା ପରେ ମୋଦି ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧିତ କରିଥିଲେ। ଏହି ଅବସରରେ ମୋଦିଙ୍କ ସ୍ୱାଗତ ଲାଗି ବେମ୍ୱଲି ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମୋଦି ମଞ୍ଚକୁ ଆସିବା ପୂର୍ବରୁ ଷ୍ଟାଡିୟମରେ ପ୍ରାୟ ୨ ଘଣ୍ଟା ଧରି ଭାରତୀୟ ନୃତ୍ୟଗୀତ ଓ ସଂସ୍କୃତିର ଝଲକ୍ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ମୋଦି ବ୍ରିଟେନ୍ ରାଣୀ କୁଇନ୍ ଏଲିଜାବେଥଙ୍କ ସହ ମଧ୍ୟାହ୍ନଭୋଜନ କରିଥିଲେ।

Related story