ବିଦ୍ୟୁତ କମ୍ପାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଧମକ ଦେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ପାୱାରକଟ୍‌କୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଦ୍ୟୁତ କମ୍ପାନୀ ମାନଙ୍କୁ କଡା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି,“ଲୋକଙ୍କୁ ଚିନ୍ତା କରିବା ଦରକାର ନାହିଁ। ସରକାର ବିଦ୍ୟୁତ କମ୍ପାନୀ  ବିରୋଧରେ ପଦକ୍ଷେପ ନେଉଛନ୍ତି।” ଶନିବାର କେଜ୍ରିୱାଲ ଜନତାଙ୍କୁ ଉଦବୋଧନ ଦେଇ କହିଛନ୍ତି, “ବିଦ୍ୟୁତ କମ୍ପାନୀ ବିରୋଧରେ  କାର୍ଯ୍ୟାନୁଷ୍ଠାନ ନେବାରେ ଆମେ ଅବହେଳା କରୁନୁ। ବିଦ୍ୟୁତ କମ୍ପାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି  ବାଡି କମ୍ ନାହିଁ, ବାଡିର ସାଇଜ୍  ବି କମ୍ ନାହିଁ।” କେଜ୍ରିୱାଲଙ୍କ […]

arabida kajriwal

Rakesh Mallick
  • Published: Saturday, 21 May 2016
  • , Updated: 21 May 2016, 10:15 AM IST

ନୂଆଦିଲ୍ଲୀ: ଦିଲ୍ଲୀରେ ପାୱାରକଟ୍‌କୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଦ୍ୟୁତ କମ୍ପାନୀ ମାନଙ୍କୁ କଡା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି,“ଲୋକଙ୍କୁ ଚିନ୍ତା କରିବା ଦରକାର ନାହିଁ। ସରକାର ବିଦ୍ୟୁତ କମ୍ପାନୀ  ବିରୋଧରେ ପଦକ୍ଷେପ ନେଉଛନ୍ତି।”

ଶନିବାର କେଜ୍ରିୱାଲ ଜନତାଙ୍କୁ ଉଦବୋଧନ ଦେଇ କହିଛନ୍ତି, “ବିଦ୍ୟୁତ କମ୍ପାନୀ ବିରୋଧରେ  କାର୍ଯ୍ୟାନୁଷ୍ଠାନ ନେବାରେ ଆମେ ଅବହେଳା କରୁନୁ। ବିଦ୍ୟୁତ କମ୍ପାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି  ବାଡି କମ୍ ନାହିଁ, ବାଡିର ସାଇଜ୍  ବି କମ୍ ନାହିଁ।”

କେଜ୍ରିୱାଲଙ୍କ ଏପରି ବୟାନଙ୍କୁ ନେଇ  ନୂଆ ବିବାଦ ସୃଷ୍ଟି ହୋଇଛି।

ସେ ଆହୁରି ମଧ୍ୟ କହିଛନ୍ତି, “ଦିଲ୍ଲୀରେ ପାୱାରକଟ୍‌କୁ ନେଇ ଶୁକ୍ରବାର ଦିନ ଶକ୍ତିମନ୍ତ୍ରୀ  ସମୀକ୍ଷା  କରିଥିଲେ। ଲୋକଙ୍କ ସମସ୍ୟା ଉପରେ ସରକାର ନଜର ରଖିଛି। ଦିଲ୍ଲୀରେ ବିକାଶ ହେଉଛି। ଦିଲ୍ଲୀର ବିଏସଇଏସ୍  ଅଞ୍ଚଳରେ ବେଶୀ ପାୱାର କଟ୍ ହେଉଛି।  ଏନେଇ ଆସନ୍ତା ମଙ୍ଗଳବାର ଏକ ବୈଠକ ହେବ।”

Related story