କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: କୋଲ୍ ମାଇନିଂରେ ୧୦୦ ପ୍ରତିଶତ ଏଫ୍‌ଡିଆଇକୁ ମଞ୍ଜୁରୀ

ନୂଆଦିଲ୍ଲୀ: ଏଫ୍‌ଡିଆଇ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ବୁଧବାର ସରକାର କୋଲ୍‌ ମାଇନିଂ ଏବଂ କଣ୍ଟ୍ରାକ୍ଟ ମାନ୍ୟୁଫାକ୍‌ଚରିଂ କ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ନିବେଶ ପାଇଁ ଅନୁମତି ଦେଇଛନ୍ତି। ଏତଦ୍‌ବ୍ୟତୀତ ସିଙ୍ଗିଲ୍‌ ବ୍ରାଣ୍ଡ ରିଟେଲର୍ସ କ୍ଷେତ୍ରରେ ନିବେଶ ପାଇଁ ମଧ୍ୟ ନିୟମ କୋହଳ କରିଛନ୍ତି। ସେହିଭଳି ଡିଜିଟାଲ ମିଡିଆ କ୍ଷେତ୍ରରେ ୨୬% ବିଦେଶୀ ନିବେଶ ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଅର୍ଥନୀତିକ ଅଭିବୃଦ୍ଧି ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଆଜି ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ […]

coal

Subrat Kumar Nayak
  • Published: Wednesday, 28 August 2019
  • , Updated: 28 August 2019, 09:57 PM IST

ନୂଆଦିଲ୍ଲୀ: ଏଫ୍‌ଡିଆଇ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ବୁଧବାର ସରକାର କୋଲ୍‌ ମାଇନିଂ ଏବଂ କଣ୍ଟ୍ରାକ୍ଟ ମାନ୍ୟୁଫାକ୍‌ଚରିଂ କ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ନିବେଶ ପାଇଁ ଅନୁମତି ଦେଇଛନ୍ତି। ଏତଦ୍‌ବ୍ୟତୀତ ସିଙ୍ଗିଲ୍‌ ବ୍ରାଣ୍ଡ ରିଟେଲର୍ସ କ୍ଷେତ୍ରରେ ନିବେଶ ପାଇଁ ମଧ୍ୟ ନିୟମ କୋହଳ କରିଛନ୍ତି। ସେହିଭଳି ଡିଜିଟାଲ ମିଡିଆ କ୍ଷେତ୍ରରେ ୨୬% ବିଦେଶୀ ନିବେଶ ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଅର୍ଥନୀତିକ ଅଭିବୃଦ୍ଧି ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।

ଆଜି ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଗଣମାଧ୍ୟମକୁ କହିଛନ୍ତି, ଏଫ୍‌ଡିଆଇ ନୀତିରେ ପରିବର୍ତ୍ତନ ବିଦେଶୀ ନିବେଶକୁ ପ୍ରୋତ୍ସାହନ ଦେବ। ଏହା ନିବେଶ ବଢ଼ାଇବା ସହ ନିଯୁକ୍ତି ଏବଂ ଅର୍ଥନୀତିକ ଅଭିବୃଦ୍ଧିରେ ସହାୟକ ହେବ। କୋଲ୍‌ ମାଇନିଂ କ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ନିବେଶ ଫଳରେ ଅନ୍ତର୍ଜାତୀୟ କମ୍ପାନୀଙ୍କ ନିବେଶ ବଢ଼ିବ ଏବଂ କୋଇଲା କ୍ଷେତ୍ରରେ ପ୍ରତିଯୋଗିତାମୂଳକ ବଜାର ସୃଷ୍ଟି ହେବ।

ଆଜି କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଆହୁରି ମଧ୍ୟ ୬୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଆଖୁ ଉପରେ ସବ୍‌ସିଡି ପାଇଁ ମଞ୍ଜୁରୀ ମିଳିଛି। ଏହା ଆଖୁ ଚାଷୀଙ୍କ ପାଇଁ ଲାଭଦାୟକ ହେବ ବୋଲି ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି। ଏହି ସବ୍‌ସିଡି ବାବଦକୁ ସରକାରଙ୍କୁ ୬,୨୭୦ କୋଟି ଟଙ୍କା ଖର୍ଚ୍ଚ ହେବ।

ଡିଜିଟାଲ ମିଡିଆ କ୍ଷେତ୍ରରେ ବିଦେଶୀ ନିବେଶ ବଢ଼ାଇବା ପାଇଁ ବର୍ତ୍ତମାନ ୨୬% ଏଫ୍‌ଡିଆଇ ପାଇଁ ଅନୁମତି ଦେଇଛି କ୍ୟାବିନେଟ୍‌ କମିଟି। ପୂର୍ବରୁ ଏହା କେବଳ ମୁଦ୍ରିଦ ଗଣମାଧ୍ୟମ ବା ପ୍ରିଣ୍ଟ ମିଡିଆ ପାଇଁ ଉଦ୍ଦିଷ୍ଟ ଥିଲା। ଶ୍ରୀ ଗୋୟଲ କହିଛନ୍ତି, ଯଦିଓ ବିଶ୍ୱ ସ୍ତରରେ ଏଫ୍‌ଡିଆଇ ଧୀମା ହୋଇଛି, ଆମେ ନୀତିରେ ପରିବର୍ତ୍ତନ ଆଣିବାକୁ ଚାହୁଁଛୁ। ଆମେ ଭାବୁଛୁ ଆଗାମୀ ଦିନରେ ନିବେଶ ପାଇଁ ଭାରତ ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିପାରିବ।

Related story