ଭାରତର ଯାତ୍ରୀବାହୀ ବିମାନକୁ କାହିଁକି ପିଛା କରିଥିଲା ପାକିସ୍ତାନ? ସାମ୍ନାକୁ ଆସିଲା କାରଣ

ନୂଆଦିଲ୍ଲୀ: ଡିଜିସିଏ ଅଧିକାରୀଙ୍କ ବେପରୁଆ ନିଷ୍ପତ୍ତି ପାଇଁ ଆକାଶ ମାର୍ଗରେ ଭାରତର ଯାତ୍ରୀବାହୀ ବିମାନ ସ୍ପାଇସ ଜେଟକୁ ପାକିସ୍ତାନର ଏଫ-୧୬ ଲଢ଼ୁଆ ବିମାନ ପିଛା କରିଥିଲା। ଆଜି ଡିଜିସିଏ ଏହା ସ୍ପଷ୍ଟ କରିଛି। କାରଣ ଯାତ୍ରୀବାହୀ ବିମାନ ବଦଳରେ ମିଲିଟାରୀ ବିମାନ ବୋଲି ଡିଜିସିଏ ଅଧିକାରୀ କମାଣ୍ଡ ଦେଇଥିଲେ। ଏହାପରେ ଏୟାର ଷ୍ଟ୍ରାଇକ ପାଇଁ ଭାରତ ପକ୍ଷରୁ ଚେଷ୍ଟା କରାଯାଉଛି ବୋଲି ପାକିସ୍ତାନର ସୁରକ୍ଷା ସଂସ୍ଥା ଅନୁଭବ କରିଥିଲା। ଏହାପରେ ଯାତ୍ରୀବାହୀ ବିମାନର ପିଛା କରିଥିଲା ପାକିସ୍ତାନର […]

pak f16

Subhransu Sekhar
  • Published: Saturday, 19 October 2019
  • , Updated: 19 October 2019, 04:47 PM IST

ନୂଆଦିଲ୍ଲୀ: ଡିଜିସିଏ ଅଧିକାରୀଙ୍କ ବେପରୁଆ ନିଷ୍ପତ୍ତି ପାଇଁ ଆକାଶ ମାର୍ଗରେ ଭାରତର ଯାତ୍ରୀବାହୀ ବିମାନ ସ୍ପାଇସ ଜେଟକୁ ପାକିସ୍ତାନର ଏଫ-୧୬ ଲଢ଼ୁଆ ବିମାନ ପିଛା କରିଥିଲା। ଆଜି ଡିଜିସିଏ ଏହା ସ୍ପଷ୍ଟ କରିଛି। କାରଣ ଯାତ୍ରୀବାହୀ ବିମାନ ବଦଳରେ ମିଲିଟାରୀ ବିମାନ ବୋଲି ଡିଜିସିଏ ଅଧିକାରୀ କମାଣ୍ଡ ଦେଇଥିଲେ। ଏହାପରେ ଏୟାର ଷ୍ଟ୍ରାଇକ ପାଇଁ ଭାରତ ପକ୍ଷରୁ ଚେଷ୍ଟା କରାଯାଉଛି ବୋଲି ପାକିସ୍ତାନର ସୁରକ୍ଷା ସଂସ୍ଥା ଅନୁଭବ କରିଥିଲା। ଏହାପରେ ଯାତ୍ରୀବାହୀ ବିମାନର ପିଛା କରିଥିଲା ପାକିସ୍ତାନର ଏଫ-୧୬ ଲଢ଼ୁଆ ବିମାନ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ମିଲିଟାରୀ ଟ୍ରାନ୍ସପଣ୍ଡର କୋଡ ଏବଂ କର୍ମିସିଆଲ ଟ୍ରାନ୍ସପଣ୍ଡର କୋଡ ମଧ୍ୟରେ ପାର୍ଥକ୍ୟ ରହିଛି। ଯଦି କମର୍ସିଆଲ କୋଡ ରାସ୍ତାରେ କୌଣସି ମିଲିଟାରୀ କୋଡର ବିମାନ ଯାଏ ତାହେଲେ ସେହି ଦେଶର ସୁରକ୍ଷା ସଂସ୍ଥାଙ୍କ ନିକଟକୁ ସିଗନାଲ ଯାଇଥାଏ। ଡିଜିସିଏ ଅଧିକାରୀଙ୍କ ଏପରି ବେପରୁଆ କାମ ପାଇଁ ତାଙ୍କୁ ନିଲମ୍ୱନ କରାଯାଇଛି ବୋଲି ଜଣାପଡ଼ିଛି।

ସ୍ପାଇସଜେଟର ବୋଇଙ୍ଗ ୭୩୭ ବିମାନ ଗତ ମାସରେ ଦିଲ୍ଲାରୁ କାବୁଲ୍ ଯାଉଥିଲା। ଏହି ସମୟରେ ଆକାଶମାର୍ଗରେ ପାକିସ୍ତାନର ଏଫ-୧୬ ଲଢ଼ୁଆ ବିମାନ ଘେରି ଯାଇଥିଲା। ତେବେ ପାକିସ୍ତାନର ଏହି ଲଢ଼ୁଆ ବିମାନ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା।

Related story